1. କୃଷି ଖବର

ଓଡିଶାରେ ଟେନସନ ବଢାଇଲା ଟମାଟୋ ଫ୍ଲୁ, 26 ରୋଗୀ ଚିହ୍ନଟ

ଓଡିଶାରୁ ଚିହ୍ନଟ ହୋଇଛନ୍ତି ୨୬ ଟମାଟୋ ଫ୍ଲୁ ରୋଗୀ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ଡାକ୍ତରୀ ଶବ୍ଦରେ ଟମାଟୋ ଫ୍ଲୁକୁ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD) କୁହାଯାଏ ।

Shuvanshu Kar
Shuvanshu Kar
26 kids detected with HFMD in Odisha

26 kids detected with HFMD in Odisha

ସାରା ଦେଶରେ ଏବେ ଭୟ ବଢାଇଛି ଟମାଟୋ ଫ୍ଲୁ । ଏହାରି ମଧ୍ୟରେ ଓଡିଶାରୁ ଚିହ୍ନଟ ହୋଇଛନ୍ତି ୨୬ ଟମାଟୋ ଫ୍ଲୁ ରୋଗୀ । ଏନେଇ ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।

ଡାକ୍ତରୀ ଶବ୍ଦରେ ଟମାଟୋ ଫ୍ଲୁକୁ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ (HFMD) କୁହାଯାଏ । ଏହି ରୋଗକୁ ଟମାଟୋ ଫ୍ଲୁ ନକହି HFMD କହିବା ବୋଲି ପ୍ରତିକ୍ରିୟା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସୂଚନା ଅନୁଯାୟୀ, HFMD ଲକ୍ଷଣ ଥିବା ୩୬ ଜଣଙ୍କ ନମୁନା RMRCକୁ ପଠାଯାଇଥିଲା । ସେଥିମଧ୍ୟରୁ ୨୬ ଜଣ ପଜିଟିଭ ବାହାରିଛନ୍ତି । ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ ୧୯ ଜଣ, ଖୋର୍ଦ୍ଧା ଗ୍ରାମାଞ୍ଚଳରୁ ୨ଜଣ, ପୁରୀରୁ ୩ ଜଣ ଓ କଟକରୁ ୨ ଜଣ ଅଛନ୍ତି । ସମସ୍ତ ରୋଗୀ ୯ ବର୍ଷରୁ କମ ବୟସର ବୋଲି ସୂଚନା

ପଜିଟିଭ ଚିହ୍ନଟ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି । ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ଟିମ ନଜର ରଖିଥିବା ଜଣାପଡିଛି । ପଜିଟିଭ ନମୁନାର ଜିନମ ସିକ୍ୱେନ୍ସିଂ ପୁଣେର NIV ପଠାଯାଇଛି । ଜ୍ୱର ହେବା, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଇଛି ।

ରୋଗକୁ ନେଇ ଆତଙ୍କିତ ନହେବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଏହାର ଚିକିତ୍ସା ପାଇଁ କୌଣସି ସ୍ୱତନ୍ତ୍ର ଔଷଧ ବା ଟୀକା ନାହିଁ । ଲକ୍ଷଣ ଅନୁସାରେ ଏହାର ଚିକିତ୍ସା କରାଯାଇଥାଏ ।

ଟମାଟୋ ଫ୍ଲୁରେ ସଂକ୍ରମିତ ହେଲେ ପିଲାମାନଙ୍କ ଦେହରେ ନାଲି ରଙ୍ଗରେ ଫଳି ଯାଉଛି । ଚର୍ମ କୁଣ୍ଡାଇ ହେବା ସହ ପିଲାମାନେ ପତଳା ଝାଡାରେ ଆକ୍ରାନ୍ତ ହେଉଛନ୍ତି। ଟମାଟୋ ଭଳି ଦେହରେ ନାଲି ନାଲି ଫଳି ଯାଉଛି । ବିଶେଷ କରି ଏହା ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଏହା ଆକ୍ରାନ୍ତ କରୁଛି । ଟମାଟୋ ଫ୍ଲୁ ‘tomato flu’ ଯୋଗୁଁ କିଛି କିଛି ପିଲାଙ୍କୁ ପ୍ରବଳ ଜ୍ବର ହେବା ସହ ଦେହ ଘୋଳାବିନ୍ଧା କରିବା ଏବଂ ଆଣ୍ଠୁ ଗଣ୍ଠି ଫୁଲିଯାଉଥିବା ଦେଖାଯାଇଛି।ଏହାର ଲକ୍ଷଣ ଚିକୁନଗୁନିଆ ସହ ମିଶୁଥିବା କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।

କୋରୋନା ପରେ ଟେନସନ ବଢାଇଲା ଟମାଟୋ ଫ୍ଲୁ, ହାଇଆଲର୍ଟ ଜାରି

କାୟା ବଢାଉଛି ମଙ୍କିପକ୍ସ, ସତର୍କ କରାଇଲା କେନ୍ଦ୍ର

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments