1. କୃଷି ଖବର

୧୦ମ ପାସ୍‌ କରିଥିଲେ BSFରେ କରନ୍ତୁ ଚାକିରି ; ଖାଲିପଡିଛି ୨୭୮୮ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣମାନେ BSFରେ ଚାକିରି କରିବାକୁ ଚାହଁଉଛନ୍ତି କି ? ବେକାର ଯୁବକ ଯୁବତୀମାନଙ୍କ ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (BSF) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । BSF ପକ୍ଷରୁ ୨୭୮୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ଏନେଇ ଜଲଦୀ କରନ୍ତୁ ଆବେଦନ ।

Sudesna Nayak
Sudesna Nayak
2788 vacancies in BSF apply immediately

2788 vacancies in BSF apply immediately

ଆପଣମାନେ BSFରେ ଚାକିରି କରିବାକୁ ଚାହଁଉଛନ୍ତି କି ? ବେକାର ଯୁବକ ଯୁବତୀମାନଙ୍କ ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (BSF) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । BSF ପକ୍ଷରୁ ୨୭୮୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ଏନେଇ ଜଲଦୀ କରନ୍ତୁ ଆବେଦନ ।

ବର୍ଡର ସିକ୍ୟୁରିଟି ଫୋର୍ସ (BSF) ସୀମା ସୁରକ୍ଷା ବଳ, ଗୃହ ମନ୍ତ୍ରଣାଳୟ ପକ୍ଷରୁ ଭାରତ ସରକାରଙ୍କ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ୧୦ମ ପାସ୍‌ କରିଥିବା ଜରୁରୀ ଅଟେ । ଏହା ସହିତ ଆଇଟିଆଇ ପ୍ରମାଣପତ୍ର ଥିବା ମଧ୍ୟ ଜରୁରୀ ଅଟେ ।

ବର୍ଡର ସିକ୍ୟୁରିଟି ଫୋର୍ସ (BSF)ରେ ମୋଟ୍ ୨,୭୮୮ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁରୁଷମାନଙ୍କ ପାଇଁ ୨୬୫୧ ଟି ପଦବୀ ଏବଂ ମହିଳାମାନଙ୍କ ପାଇଁ ୧୩୭ ଟି ପଦବୀ ରହିଛି । ଆବେଦନ କରିବା ପାଇଁ ତାରିଖ ୧୬ ଜାନୁଆରୀ ( 16 January 2022 )ରୁ ଆରମ୍ଭ ହୋଇଥିବା ବେଳେ ଶେଷ ମାର୍ଚ୍ଚ ୧ ତାରିଖ ୨୦୨୨ (1 March 2022) ରେ ହେବ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ଆବେଦନକାରୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ ଅଟେ । ଏହାଛଡା ଭୋକେସନାଲ ଇନଷ୍ଟୁଚ୍ୟୁଟ୍‌ରୁ ଆଇଟିଆଇ ପାସ୍‌ ସହିତ ୨ ବର୍ଷର ଅଭିଜ୍ଞତା ମଧ୍ୟ ରହିଥିବା ଜରୁରୀ ଅଟେ ।

କିପରି କରିବେ ଆବେଦନ,ଜାଣନ୍ତୁ...

  • ପ୍ରଥମେ ଅନଲାଇନ ଆବେଦନ କରିବା ପାଇଁ ପ୍ରଥମେ ବିଏସଏଫ(BSF)ର ଅଫିସିଆଲ ୱେବସାଇଟ୍‌ rectt.bsf.gov.in କୁ ଯାଆନ୍ତୁ ।
  • ୱେବସାଇଟ୍‌ ହୋମ ପେଜରେ current recruitment openings ଲିଙ୍କକୁ ହିଁ ଯାଆନ୍ତୁ ।
  • ଏହାପରେ BSF Constable Tradesman Recruitment 2022 Online Form ଲିଙ୍କ ଉପରେ କ୍ଲିକ କରନ୍ତୁ ।
  • ଏଠାରେ ଆପ୍ଲାଏ ବା ଆବେଦନ ଅପସନକୁ ଯାଆନ୍ତୁ ।
  • ଯାହା ପରେ ଏଠାରେ ଏବେ ଆପଣ ନିଜର ସବୁ ବିବରଣୀ ବା ନିଜର ବାୟୋଡାଟା ଫର୍ମ ପୁରଣ କରି ସବମିଟ୍ କରନ୍ତୁ ।
  • ରେଜିଷ୍ଟ୍ରେସନ କରିବା ପରେ ଆପ୍ଲିକେସନ ଫର୍ମ ପୁରଣ କରନ୍ତୁ ।

CCIରେ କରନ୍ତୁ ଚାକିରି : ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

ପ୍ଲସ୍ ଟୁ ପାସ୍‌ କରିଥିଲେ CISFରେ କରନ୍ତୁ ଚାକିରି, ତୁରନ୍ତୁ କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ