ଗତକାଲିଠାରୁ ଆରମ୍ଭ ହୋଇଥିଲା ଦ୍ବିତୀୟ କୃଷି ଉନ୍ନତି ସମ୍ମିଳନୀ-୨୦୨୪ l ଯାହା ଦୁଇଦିନ ଧରି ବରଗଡ଼ ଜିଲ୍ଲାର ପାଇକମାଳ ଠାରେ ଅନୁଷ୍ଠିତ ହୋଇଥିଲା l ଫେବୃଆରୀ ମାସ ୨ ଓ ୩ ତାରିଖ ଏହି ମେଳା ଆୟୋଜିତ ହୋଇଥିଲା l
ପାଇକମାଳ ହାଇସ୍କୁଲ ପଡିଆ, ପାଇକମାଳ ଠାରେ ଫେବୃଆରୀ ୨ ରୁ ଫେବୃଆରୀ ୩ (ମୋଟ ୨ ଦିନ) ଧରି ଆୟୋଜିତ ହୋଇଛି l କୃଷି ଜାଗରଣ (krishi jagran) ଓ ମାସ ଏନଜିଓ ଦୁହିଁଙ୍କ ମିଳିତ ଅନୁକୂଲ୍ୟରେ ଏହି ମେଳା ଆୟୋଜିତ ହୋଇଥିଲା l ଯାହାର ମହିନ୍ଦ୍ରା ଟ୍ରାକ୍ଟରସ ରହିଛି ମୁଖ୍ୟ ପ୍ରୟୋଜକ l
ଦ୍ଵିତୀୟ ଦିନରେ ମଧ୍ୟ ଅନେକ କୃଷି ଜଗତ ସହିତ ଜଡିତ ଥିବା ବ୍ୟକ୍ତି ଯୋଗଦେଇଥିଲେ l ଶ୍ରୀଯୁକ୍ତ ସୋମନାଥ ମହାପାତ୍ର ( BDO ), ଶ୍ରୀଯୁକ୍ତ ଅମୀୟ କୁମାର ସାହୁ ( CDAO ) , ଶ୍ରୀମତୀ ତୁଳବତି ତାଣ୍ଡି ( Sarpanch paikamal ), ଦ୍ବାଦିହ ପ୍ରଧାନ ( Headmaster Govt. High school paikamal ), ଆଦିକନ୍ଦ ବିଶ୍ୱାଳ ( Programming officer Mass NGO ), ଡଃ.ସୌରଭ ବର୍ମନ, ( Associate Professor, Centurion University ) , ଶୁଭ୍ର ଏସ ମହାନ୍ତି ( Regional Manager, Krishi Jagran ), ପି. କେ ମିଶ୍ର ( Mahindra Dealer, Padampur ) l
ଏହି କୃଷି ମେଳାରେ ବିଭିନ୍ନ କମ୍ପାନୀର ଷ୍ଟଲ ମଧ୍ୟ ସ୍ଥାନିତ କରାଯାଇଥିଲା l ଅନମୋଲ ସ୍ନାକ ପ୍ରୟୋଜକ ରହିଥିବାବେଳେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ରହିଥିଲା konwledge partner l ଏହା ବ୍ୟତୀତ Agro life science and corporation, Suzuki bike, Noveltech, Magal murti, Ravi hybrid seeds pvt ltd, Automate industries pvt ltd ଇତ୍ୟାଦି ଷ୍ଟଲ ରହିଥିଲା l ଆୟୋଜିତ କୃଷି ମେଳାରେ କୃଷିର ଭୂମିକା ଓ ସେଥିରେ ଥିବା ଲାଭ ବିଷୟରେ ଆଲୋଚନା କରାଯାଇଥିଲା l ଦୁଇଦିନ ଧରି ଏହି ମେଳାରେ କୃଷି ଯନ୍ତ୍ରପାତି ଏବଂ କୃଷି କରିବାର ବିଭିନ୍ନ ଉପାୟ ଉପରେ ଆଲୋଚନା କରାଯାଇଥିଲା l ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥିଲା l ଚାଷୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସଫଳତାର ସହିତ ଏହି ମେଳା ଶେଷ ହୋଇଛି l
Share your comments