1. କୃଷି ଖବର

୨ୟ ଦିନରେ କୃଷି ଉନ୍ନତି ସମ୍ମିଳନୀ ୨୦୨୪

ସଫଳତାର ସହ ଶେଷ ହେଲା କୃଷି ଉନ୍ନତି ସମ୍ମିଳନୀ ୨୦୨୪ l ଦୁଇ ଦିନ ଧରି ଚାଲିଥିଲା ଏହି ମେଳା l

Tanushree Mahapatra
Tanushree Mahapatra
2nd day of krushi Unnati sammelan 2024

2nd day of krushi Unnati sammelan 2024

ଗତକାଲିଠାରୁ ଆରମ୍ଭ ହୋଇଥିଲା ଦ୍ବିତୀୟ କୃଷି ଉନ୍ନତି ସମ୍ମିଳନୀ-୨୦୨୪ l ଯାହା ଦୁଇଦିନ ଧରି ବରଗଡ଼ ଜିଲ୍ଲାର ପାଇକମାଳ ଠାରେ ଅନୁଷ୍ଠିତ ହୋଇଥିଲା l ଫେବୃଆରୀ ମାସ ୨ ଓ ୩ ତାରିଖ ଏହି ମେଳା ଆୟୋଜିତ ହୋଇଥିଲା l

ପାଇକମାଳ ହାଇସ୍କୁଲ ପଡିଆ, ପାଇକମାଳ ଠାରେ ଫେବୃଆରୀ ୨ ରୁ ଫେବୃଆରୀ ୩ (ମୋଟ ୨ ଦିନ) ଧରି ଆୟୋଜିତ ହୋଇଛି l କୃଷି ଜାଗରଣ (krishi jagran) ଓ ମାସ ଏନଜିଓ ଦୁହିଁଙ୍କ ମିଳିତ ଅନୁକୂଲ୍ୟରେ ଏହି ମେଳା ଆୟୋଜିତ ହୋଇଥିଲା l ଯାହାର ମହିନ୍ଦ୍ରା ଟ୍ରାକ୍ଟରସ ରହିଛି ମୁଖ୍ୟ ପ୍ରୟୋଜକ l

ଦ୍ଵିତୀୟ ଦିନରେ ମଧ୍ୟ ଅନେକ କୃଷି ଜଗତ ସହିତ ଜଡିତ ଥିବା ବ୍ୟକ୍ତି ଯୋଗଦେଇଥିଲେ l ଶ୍ରୀଯୁକ୍ତ ସୋମନାଥ ମହାପାତ୍ର ( BDO ), ଶ୍ରୀଯୁକ୍ତ ଅମୀୟ କୁମାର ସାହୁ ( CDAO  ) , ଶ୍ରୀମତୀ ତୁଳବତି ତାଣ୍ଡି ( Sarpanch paikamal ),  ଦ୍ବାଦିହ ପ୍ରଧାନ ( Headmaster Govt. High school paikamal ),  ଆଦିକନ୍ଦ ବିଶ୍ୱାଳ ( Programming officer Mass NGO ), ଡଃ.ସୌରଭ ବର୍ମନ, ( Associate Professor, Centurion University ) ,  ଶୁଭ୍ର ଏସ ମହାନ୍ତି (  Regional Manager, Krishi Jagran ),  ପି. କେ ମିଶ୍ର  ( Mahindra Dealer, Padampur ) l

ଏହି କୃଷି ମେଳାରେ ବିଭିନ୍ନ କମ୍ପାନୀର ଷ୍ଟଲ ମଧ୍ୟ ସ୍ଥାନିତ କରାଯାଇଥିଲା l ଅନମୋଲ ସ୍ନାକ ପ୍ରୟୋଜକ ରହିଥିବାବେଳେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ରହିଥିଲା konwledge partner  l ଏହା ବ୍ୟତୀତ Agro life science and corporation, Suzuki bike, Noveltech, Magal murti, Ravi hybrid seeds pvt ltd, Automate industries pvt ltd  ଇତ୍ୟାଦି ଷ୍ଟଲ ରହିଥିଲା l ଆୟୋଜିତ କୃଷି ମେଳାରେ କୃଷିର ଭୂମିକା ଓ ସେଥିରେ ଥିବା ଲାଭ ବିଷୟରେ ଆଲୋଚନା କରାଯାଇଥିଲା l ଦୁଇଦିନ ଧରି ଏହି ମେଳାରେ କୃଷି ଯନ୍ତ୍ରପାତି ଏବଂ କୃଷି କରିବାର ବିଭିନ୍ନ ଉପାୟ ଉପରେ ଆଲୋଚନା କରାଯାଇଥିଲା l ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥିଲା l ଚାଷୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସଫଳତାର ସହିତ ଏହି ମେଳା ଶେଷ ହୋଇଛି l

ଆରମ୍ଭ ହେଲା ଦ୍ବିତୀୟ କୃଷି ଉନ୍ନତି ସମ୍ମିଳନୀ-୨୦୨୪

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments