1. କୃଷି ଖବର

ଦ୍ଵିତୀୟ ଦିନରେ ଉତ୍କଳ କୃଷି ମେଳା ୨୦୨୩

ଗତକାଲି ଏକ ନୂଆ ଆଶା ନେଇ ଆରମ୍ଭ ହୋଇଥିଲା ଉତ୍କଳ କୃଷି ମେଳା ୨୦୨୩ ଆଉ ଆଜି ଦ୍ଵିତୀୟ ଦିନରେ ପହଂଚିଛି ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ । ଦୁଇ ଦିନ ଧରି ଏହି ମେଳା ଅନୁଷ୍ଠିତ ହୋଇଥିଲା ଓଡିଶାର ଗଜପତି ଜିଲ୍ଲାରେ ।

Tanushree Mahapatra
Tanushree Mahapatra
2nd day of Utkal Krishi mela 2023

2nd day of Utkal Krishi mela 2023

ଗତକାଲି ଏକ ନୂଆ ଆଶା ନେଇ ଆରମ୍ଭ ହୋଇଥିଲା ଉତ୍କଳ କୃଷି ମେଳା ୨୦୨୩ ଆଉ  ଆଜି ଦ୍ଵିତୀୟ ଦିନରେ ପହଂଚିଛି ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ  । ଦୁଇ ଦିନ ଧରି ଏହି ମେଳା ଅନୁଷ୍ଠିତ ହୋଇଥିଲା ଓଡିଶାର ଗଜପତି ଜିଲ୍ଲାରେ । ଏହି ମେଳା ତଥା ଏଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃଷି ଏବଂ କୃଷିଭିତ୍ତିକ ଉନ୍ନତି କ୍ଷେତ୍ରରେ ବିଶେଷ ଆଲୋଚନା କରାଯାଇଥିଲା ଯାହା ଦ୍ୱାରା ଆଶା କରାଯାଉଛି ଯେ ଅତ୍ୟଧିକ ମାତ୍ରାରେ କୃଷକ ଲାଭ ପାଈଥିବେ  ।

ଏହି କୃଷି ମେଳାରେ ଏକାଠି ହୋଇଥିଲେ ହଜାର ହଜାର ଚାଷୀ ଭାଇ ଭଉଣୀ ମାନେ ।  ଅନୁଷ୍ଠିତ ଏହି କୃଷି ମେଲାର ମୂଳ ଉଦ୍ଦେଶ୍ୟ ରହିଥିଲା କୃଷି-ଉଦ୍ୟୋଗୀ, ଉତ୍ପାଦକ, ଡିଲର, ବିତରକ, ବୈଜ୍ଞାନିକ ଏବଂ ଅନେକ ସରକାରୀ ସଂସ୍ଥାକୁ କୃଷକମାନଙ୍କ ପାଇଁ ଏକ ସଭା ସ୍ଥାନ ଯୋଗାଇବା | ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ତଥା କୃଷି ଜାଗରଣ ର ମିଳିତ ଅନୁକୂଲ୍ୟ ରେ ଏହା ଅନୁଷ୍ଠିତ ହୋଇଥିଲା l

ଯାହା ଦ୍ୱାରା ସେଠାରେ ତଥା ସମ୍ପୂର୍ଣ୍ଣ ଜିଲ୍ଲା ରେ ଥିବା ଚାଷୀ ମାନେ ଉପକୃତ ହୋଇଥିବେ l ଗତବର୍ଷ ଏହି ମେଳା ଅନେକ ସଫଳତା ହାସଲ କରିଥିଲା ଆଶା ଏ ବର୍ଷ ମଧ୍ୟ ଏହା ସଫଳ ହୋଇଛି ବୋଲି ଆଶା କରାଯାଉଛି l ଏହି ମେଗା ଇଭେଣ୍ଟ କୃଷକମାନଙ୍କୁ ସମ୍ପ୍ରତି ଏଗ୍ରି-ଇନପୁଟ୍ ଉତ୍ପାଦ ବିଷୟରେ , ଟେକ୍ନୋଲୋଜି, ସ୍ଥାୟୀ ଚାଷ ପ୍ରଣାଳୀ, ସରକାରୀ କାର୍ଯ୍ୟକ୍ରମ, ମାର୍କେଟିଂ ଏବଂ ଅମଳ ପରବର୍ତ୍ତୀ ପରିଚାଳନା ବିଷୟରେ ମଧ୍ୟ ଭଲ ସୂଚନା ମିଳିଛି ଚାଷୀଙ୍କୁ  | CUTM ( Centurion University of Technology and Management  ) ଏବଂ କୃଷି ଜାଗରଣ ଏହି ମେଗା ଇଭେଣ୍ଟର ଏକ ବଡ଼ ସଫଳତା କାମନା କରୁଛନ୍ତି | ତେବେ ଏହି କାର୍ଯ୍ୟକ୍ରମ କୁ ଓୟୁଏଟି ର କୁଳପତି ପ୍ରଭାତ କୁମାର ରାଉଳ ଗତକାଲି ଫିତା କାଟି ଉତଘାଟନ କରିଥିଲେ l

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ୟୁନିଭରସିଟିରେ ଏହି "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" ଏକ ବୃହତ୍ତ କୃଷକ ସମ୍ମିଳନୀ । ଏଥିରେ କୃଷକ, କୃଷି ଉତ୍ପାଦନ, କୃଷି ଉଦ୍ୟୋଗୀ, ଆବଣ୍ଟକ, ଡିଲର୍ସ, ଫାର୍ମ ମାଲିକ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଛାତ୍ର ଓ ମେଧାବୀ, ଗଣମାଧ୍ୟମ ସଂସ୍ଥା, ସରକାରୀ କର୍ମଚାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସେମାନଙ୍କ ସୁବିଧା ପାଇଁ ସ୍ଥାନ ମିଳିଥିଲା । ପ୍ରଥମ ଦିନରେ କୃଷି ଜାଗରଣ ର ପ୍ରତିଷ୍ଠାତା ଏମ୍ସି ଡୋମିନିକ , ଓୟୁଏଟିର କୁଳପତି ପ୍ରଭାତ କୁମାର ରାଉଳ , MSSSoA ର ଡିନ ଦେବେନ୍ଦ୍ର ରେଡି , ମୁଖ୍ୟ ଅତିଥି ନଟବର ସରଙ୍ଗୀ ନିଜ ଯୋଗଦାନ ଦେଇ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ଦ୍ୱାରା ଚାଷ କାମ ଉପରେ ଆଲୋକପାତ କରିଥିଲେ l

ଆଜି ଦ୍ଵିତୀୟ ଦିନ ରେ କିପରି ପ୍ରାକୃତିକ ଉପାୟ ରେ ଚାଷ କାମ କରି ଚାଷୀ ଦ୍ବିଗୁଣିତ ଲାଭ ଉଠାଇ ପାରିବ ସେ ଉପରେ ଆଲୋକପାତ କରାଯାଇଥିଲା l ପ୍ୟାନେଲିଷ୍ଟ ସନମୁଖ ଏଗ୍ରି ପ୍ରିଭେଟ ଲିମିଟେଡ଼ ର  ସିଇଓ ସୌମେନ୍ଦ୍ର ନାୟକ ମୁଖ୍ୟ ଭାବେ ଯୋଗ ଦେଇଥିଲେ l ପରେ ଆଜି ଦ୍ଵିତୀୟ ଦିନ ରେ ଗଜପତି କଲେକ୍ଟର ଲିଙ୍ଗରାଜ ପଣ୍ଡା ଏଥିରେ ଯୋଗ ଦେଇ ଏହି କୃଷି ମେଳା ଉପରେ ନିଜର  ବକ୍ତବ୍ୟ ରଖିଥିଲେ ଏବଂ ପରେ ସେଠାରେ ଲାଗିଥିବା ପ୍ରତି ଟି ଷ୍ଟଲ ବୁଲି ଦେଖିଥିଲେ l

ଏହି କୃଷି ମେଳା ସମସ୍ତ ପ୍ରକାର କୃଷିଗତ ସମସ୍ୟାର ନିରାକରଣ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ଆଶା । ଆଧୁନିକ ଜ୍ଞାନ କୌଶଳରେ କିପରି କୃଷିର ଅଭିବୃଦ୍ଧି ହୋଇପାରିବ ଏ ନେଇ ବିଶେଷ ଆଲୋଚନା କରାଯାଇଛି । ସେହିପରି କୃଷକମାନେ ମଧ୍ୟ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ କୃଷି ବିଶେଷଜ୍ଞଙ୍କ ଠାରୁ ସମାଧାନ ପାଇଁ ପରାମର୍ଶ ନେଇପାରିବେ କୃଷି ଭାଇ ଓ ଭଉଣୀ । ଉନ୍ନତ କୃଷି ଯନ୍ତ୍ରପାତି,ବିହନ ,ସାର, ନୂଆ ଜ୍ଞାନ କୌଶଳ ଯେମିତି ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଉପଲବ୍ଧ ହେବ ଏହାକୁ ଆଲୋକପାତ କରାଯାଇଥିଲା ଦୁଇଦିନ ଧରି ଏହି ମେଳା ରେ ।

ଏହି କାର୍ଯ୍ୟକ୍ରମରେ ଚାଷୀଭାଇ ଓ ଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା,ବ୍ୟବହାର,ରକ୍ଷଣାବେକ୍ଷଣା ଓ ସରକାରୀ ରିହାତି ସମ୍ବଦ୍ଧରେ ତାଲିମ/ପାଠଶାଳା ମାଧ୍ୟମରେ ସଚେତନ ମଧ୍ୟ କରାଯାଇଥିଲା । ପ୍ରକାଶ ଥାଉ ଯେ, ଗତକାଲି ଠାରୁ ଆରମ୍ଭ ହୋଇଥିବା ଗଜପତି ଜିଲ୍ଲାରେ ଏହି ବୃହତ୍ତମ କୃଷି ମେଳା ୨୦୨୩ ସମସ୍ତ ଚାଷୀଙ୍କୁ ଅନେକ ସାହାଯ୍ୟ କରିବ । ଗତ ବର୍ଷ ଓଡ଼ିଶାରେ ଉତ୍କଳ କୃଷି ମେଳାର ସଫଳତା ପରେ କୃଷି ଜାଗରଣ ଉତ୍କଳ କୃଷି ମେଳାର ଦ୍ୱିତୀୟ ସଂସ୍କରଣ ସହିତ ପୁଣି ଥରେ ଓଡିଶା ଭଳି କୃଷି ପ୍ରାଧାନ୍ୟ ରାଜ୍ୟ କୁ ଫେରିଛି - ଏହା ବୃହତ, ଉନ୍ନତ ତଥା ଅଧିକ ଲାଭଦାୟକ ହେବ ବୋଲି ପ୍ରତିଶୃତିବଧ ରହିଛନ୍ତି ସମସ୍ତେ  l

ଆରମ୍ଭ ହେଲା ବୃହତ୍ତମ କୃଷି ସମ୍ମିଳନୀ "ଉତ୍କଳ କୃଷି ମେଳା ୨୦୨୩"

ବୃହତ୍ତମ କୃଷି ସମ୍ମିଳନୀ "ଉତ୍କଳ କୃଷି ମେଳା ୨୦୨୩": ଏକାଠି ହେବେ ଏକାଧିକ ଚାଷୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments