1. କୃଷି ଖବର

ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ: "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩"

ଆରମ୍ଭ ହେବ ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଯାହାର ନାଁ, "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" । ଫେବୃଆରୀ ୨୧ , ୨୨ ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏଥିରେ କୃଷି ଏବଂ କୃଷିଭିତ୍ତିକ ଉନ୍ନତି କ୍ଷେତ୍ରରେ ବିଶେଷ ଆଲୋଚନା କରାଯିବ । ଯେଉଁଠି ଏକାଠି ହେବେ ଏକାଧିକ ଚାଷୀ ।

Sudesna Nayak
Sudesna Nayak
2nd utkal krishi mela 2023 explore the unexplored affluent agri odisha 21 feb to 22 feb 2023

2nd utkal krishi mela 2023 explore the unexplored affluent agri odisha 21 feb to 22 feb 2023

ଆରମ୍ଭ ହେବ ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଯାହାର ନାଁ, "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" । ଫେବୃଆରୀ ୨୧ , ୨୨ ଦୁଇ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏଥିରେ କୃଷି ଏବଂ କୃଷିଭିତ୍ତିକ ଉନ୍ନତି କ୍ଷେତ୍ରରେ ବିଶେଷ ଆଲୋଚନା କରାଯିବ । ଯେଉଁଠି ଏକାଠି ହେବେ ଏକାଧିକ ଚାଷୀ ।

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ୟୁନିଭରସିଟିରେ ଏହି "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" କାର୍ଯ୍ୟକ୍ରମ ଆୟୋଜିତ ହେବ । "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" ଏକ ବୃହତ୍ତ କୃଷକ ସମ୍ମିଳନୀ । ଏଥିରେ କୃଷକ, କୃଷି ଉତ୍ପାଦନ, କୃଷି ଉଦ୍ୟୋଗୀ, ଆବଣ୍ଟକ, ଡିଲର୍ସ, ଫାର୍ମ ମାଲିକ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଛାତ୍ର ଓ ମେଧାବୀ, ଗଣମାଧ୍ୟମ ସଂସ୍ଥା, ସରକାରୀ କର୍ମଚାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସେମାନଙ୍କ ସୁବିଧା ପାଇଁ ସ୍ଥାନ ମିଳିବ । ଏହି ମେଳା ସେଞ୍ଚୁରିଆନ ୟୁନିଭରସିଟି ଏବଂ କୃଷି ଜାଗରଣର ମିଳିତ ଅନୁକୁଲ୍ୟରେ ଆୟୋଜନ ହେଉଛି ।

ସମସ୍ତ ପ୍ରକାର କୃଷିଗତ ସମସ୍ୟାର ନିରାକରଣ ପାଇଁ ସୁଯୋଗ ସୃଷ୍ଟି କରିବ ଏହି କାର୍ଯ୍ୟକ୍ରମ । ଆଧୁନିକ ଜ୍ଞାନ କୌଶଳରେ କିପରି କୃଷିର ଅଭିବୃଦ୍ଧି ହୋଇପାରିବ ଏହା ଉପରେ କାର୍ଯ୍ୟକ୍ରମରେ ଆଲୋଚନା କରାଯିବ । ସେହିପରି କୃଷକମାନେ ମଧ୍ୟ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ କୃଷି ବିଶେଷଜ୍ଞଙ୍କ ଠାରୁ ସମାଧାନ ପାଇଁ ପରାମର୍ଶ ନେଇପାରିବ । ଉନ୍ନତ କୃଷି ଯନ୍ତ୍ରପାତି,ବିହନ ,ସାର, ନୂଆ ଜ୍ଞାନ କୌଶଳ ଯେମିତି ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଉପଲବ୍ଧ ହବ ।

ଏହି କାର୍ଯ୍ୟକ୍ରମରେ ଚାଷୀଭାଇ ଓ ଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା,ବ୍ୟବହାର,ରକ୍ଷଣାବେକ୍ଷଣା ଓ ସରକାରୀ ରିହାତି ସମ୍ବଦ୍ଧରେ ତାଲିମ/ପାଠଶାଳା ମାଧ୍ୟମରେ ସଚେତନ ମଧ୍ୟ କରାଯିବ ।

ପ୍ରକାଶ ଥାଉ ଯେ, ଆସିଲା ବୃହତ୍ତମ କୃଷି ମେଳା । ଯାହାର ନାଁ, "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" । ଯାହାକି ଆପଣମାନଙ୍କ ସହିତ କୃଷକ ତଥା ଚାଷୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଗତ ବର୍ଷ ଓଡ଼ିଶାରେ ଉତ୍କଳ କୃଷି ମେଳାର ସଫଳତା ପରେ କୃଷି ଜାଗରଣ ଉତ୍କଳ କୃଷି ମେଳାର ଦ୍ୱିତୀୟ ସଂସ୍କରଣ ସହିତ ଫେରିଛି - ଏହା ବୃହତ, ଉନ୍ନତ ତଥା ଅଧିକ ଲାଭଦାୟକ ହେବ ବୋଲି ପ୍ରତିଶୃତି ଦେଇଛନ୍ତି - ଏହି ଫେବୃଆରୀରେ ଓଡ଼ିଶାର ପାରଳାଖେମୁଣ୍ଡି, ଗଜପତି ଠାରେ ଅନୁଷ୍ଠିତ ହେବ। ଶୀଘ୍ର, ବୁକିଂ କରନ୍ତୁ!

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଦୁଇଦିନିଆ ଉତ୍କଳ କୃଷି ମେଳା ୨୦୨୨

ଉତ୍କଳ କୃଷି ମେଳା୨୦୨୨; ଏକ ବୃହତ୍ତ କୃଷକ ସମ୍ମିଳନୀ,ଗୋଟିଏ ମଞ୍ଚରେ ବହୁ କୃଷକଙ୍କୁ ଯୋଡିବାର ଏକ ବଡ ସୁଯୋଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments