
3rd day of ouat agri edu fair 2023
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ତଥା ଓୟୁଏଟି (OUAT)ପକ୍ଷରୁ ରାଜ୍ୟସ୍ତରୀୟ କୃଷି ଶିକ୍ଷା ମେଳା (OUAT AGRI-EDU FAIR 2023) ଉଦ୍ଘାଟିତ ହୋଇଯାଇଛି । ଏହି ମେଳାର ଆଜି ଶୁକ୍ରବାର ହେଉଛି ତୃତୀୟ ଦିନ ତଥା ଶେଷ ଦିନ । ଏହି ମେଳା ଡିସେମ୍ବର 20 ରୁ ଆରମ୍ଭ ହୋଇ ଡିସେମ୍ବର 22 ଯାଏଁ (ମୋଟ 3 ଦିନ ) ଧରି ଚାଲିଥିଲା।ଏହି ମେଳାରେ ଆଧୁନିକ ଜ୍ଞାନକୌଶଳର ଆବଶ୍ୟକତାକୁ ଗୁରୁତ୍ବ ଦିଆଯାଇଥିଲା । ଏଥିସହିତ କୃଷି ଶିକ୍ଷାରେ ରହିଥିବା ସୁଯୋଗ ବିଷୟରେ ମଧ୍ଯ ଆଲୋଚନା ହୋଇଥିଲା । ଏହା ଛାତ୍ର ଛାତ୍ରୀଙ୍କ ଲାଗି ଏକ ବଡ ସୁଯୋଗ ।
ସୂଚନା ଥାଉ ଯେ, ଆଜି ଏହି ମେଳାରେ ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ । ଏଥିସହିତ କୃଷି ବିଭାଗୀୟ ମନ୍ତ୍ରୀମାନେ ମଧ୍ଯ ଏହି ମେଳାରେ ଯୋଗ ଦେଇଥିଲେ । କୁଳପତି ପ୍ରଫେସର ପ୍ରଭାତ ରାଉଳ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି କହିଥିଲେ ଯେ, ଏହି ଭଳି କାର୍ଯ୍ୟକ୍ରମ ଦ୍ବାରା ବିଦ୍ୟାର୍ଥୀମାନେ କୃଷି ଶିକ୍ଷା ବିଷୟରେ ବହୁତ କିଛି ନୂଆ ତଥ୍ୟ ଜାଣିପାରିବେ।
ଏହି ମେଳାରେ କୃଷକ, କୃଷି ଉଦ୍ୟୋଗୀ, ସ୍ବୟଂ ସହାୟକ ଗୋଷ୍ଠୀ, ଏଫପିଓ (FPO),ଅଧ୍ଯାପକ, ଗବେଷକମାନେ ଯୋଗ ଦେଇଥିଲେ । ଏହି ମେଳାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କୃଷି କ୍ଷେତ୍ରରେ ଅଧିକ ମନୋନିବେଶ ପାଇଁ ପରାମର୍ଶ ଦିଆଯାଇଥିଲା । ସ୍ବୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ଉତ୍ପାଦକ ସଂଗଠନ ପାଇଁ ସରକାରଙ୍କ ଯୋଜନା ବିଷୟରେ ମଧ୍ଯ ଆଲୋଚନା କରାଯାଇଥିଲା ।
ପ୍ରକାଶ ଥାଉ ଯେ, ଏହି ମେଳାରେ ପ୍ରତିଦିନ 500ରୁ ଅଧିକ ଚାଷୀଙ୍କ ଯୋଗଦାନ ରହୁଛି । ଏହି ମେଳା ବିଭିନ୍ନ ଜିଲ୍ଲାରୁ ଆସିଥିବା ଚାଷୀମାନେ ବୈଜ୍ଞାନିକମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ବାବଦରେ ମଧ୍ଯ କହିଥିଲେ । ଏହି ମେଳାରେ ପ୍ରତିଦିନ ସଂନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ବାରା ଏହି ମେଳା ସମାପନ ହେଉଛି ।
OUAT AGRI-EDU FAIR 2023: କୃଷକଙ୍କୁ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ପାଇଁ ପରାମର୍ଶ
Share your comments