1. କୃଷି ଖବର

ରାୟଗଡ଼ କୃଷି ଯନ୍ତ୍ରପାତି ମହୋତ୍ସବ ୨୦୨୩ : ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି

ରାଜ୍ୟ ସରକାରଙ୍କ ନୂଆ ଉଦ୍ୟମ, ରିହାତି ମୂଲ୍ୟରେ ବାଣ୍ଟୁଛନ୍ତି କୃଷି ଯନ୍ତ୍ରପାତି । ରାୟଗଡା ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କର କୃଷିକାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇଦେବା ପାଇଁ ଏକ ମେଗା କୃଷି ଯନ୍ତ୍ରପାତି ମେଳା ଆୟୋଜନ କରିଛନ୍ତି । ଯେଉଁଥିରେ ଚାଷୀଙ୍କ ଚାଷ ଜମିରେ ବ୍ୟବହୃତ ହେଉଥିବା ସମସ୍ତ କୃଷି ଉପକରଣ ଶସ୍ତାରେ ଉପଲବ୍ଧ ଅଛି । ଚାଷୀ ନିଜ ଚାଷ ଜମି ପାଇଁ ସବସିଡିରେ ଚାଷ ଉପକରଣ କିଣିବା ପାଇଁ ସୁଯୋଗ ପାଉଛନ୍ତି ।

Sudesna Nayak
Sudesna Nayak
4TH day of Rayagada krushi jantrapati mela  2023

4TH day of Rayagada krushi jantrapati mela 2023

ସଫଳତାର ସହ ଚତୁର୍ଥ ଦିନରେ ପହଞ୍ଚିଛି କୃଷି ଯନ୍ତ୍ରପାତି ମେଳା ୨୦୨୩ । ଯାହାକି ରାୟଗଡା ଜିଲ୍ଲାବାସୀଙ୍କ ପାଇଁ ତଥା କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ସଜେଇ ହୋଇଛି ମଞ୍ଚ ଆଉ ମଞ୍ଚରେ ପ୍ରତିଦିନ ଜଣକ ପରେ ଜଣେ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି ଯେଉଁମାନେ ଚାଷୀଙ୍କୁ ଚାଷ ସମ୍ବନ୍ଧୀୟ ବିଶେଷ ତଥ୍ୟ ପ୍ରଦାନ କରୁଛନ୍ତି । ଏହି ତଥ୍ୟ ସେମାନଙ୍କ ଚାଷ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବ ।

ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛନ୍ତି ଓଡିଶା ସରକାର ଯାହାର ମିଡ଼ିଆ ପାର୍ଟନର କୃଷି ଜାଗରଣ (Krishi Jagran) ରହିଛି । ଚତୁର୍ଥ ଦିନରେ ଦିନ ତଥା ଆଜି ଏକ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା ଯେଉଁଥିରେ ଚାଷରେ କୃଷି ଯନ୍ତ୍ରର ମହତ୍ୱ କଣ ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଆଜିର ହିଁ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ ମୁଖ୍ଯ ଅତିଥି ହେମନ୍ତ କୁମାର ପଣ୍ତା (CHEIF GUEST HEMANT KUMAR PANDA DIRECTOR OF SOIL CONSERVATION AND WATER SHED development ODISHA),ବ୍ଳକ ଚେୟାରମ୍ଯାନ ଗୁଡାରି ଲକ୍ଷ୍ମୀ ସବର (BLOCK CHAIRMAN GUDARI SUSHREE LAXMI SABAR),ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ, ରାମ ଚନ୍ଦ୍ର ଦାସ (Ram Chandra dash CDAO rayagarda) ଏହି ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ ଏହି କାର୍ଯ୍ୟକ୍ରମ ଆହୁରି ଅଧିକ ସଫଳ କରିବାରେ ସାହାଯ୍ୟ କରିଛି ।

ରାଜ୍ୟ ସରକାରଙ୍କ ସବୁବେଳେ ଗୋଟିଏ ପ୍ରଚେଷ୍ଟା ରହିଛି ଚାଷୀଙ୍କ ବିକାଶ ହିଁ ରାଜ୍ୟ ତଥା ଆମର ଉନ୍ନତି । ଏହି ମହତ ଉଦ୍ଦେଶ୍ୟ ସହିତ କୃଷି ଯନ୍ତ୍ରପାତି ମେଳା (agricultural fairs) ଜିଲା ପ୍ରଶାସନ ଅନୁକୁଲ୍ୟରେ ଆୟୋଜନ କରୁଛନ୍ତି ଓଡିଶା ସରକାର । ଆଜି ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ମେଳା ରେ ଯୋଗ ଦେଇଥିଲେ ଏବଂ ରାୟଗଡା ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଏଥିରେ ଉପସ୍ଥିତ ଥିଲେ । ଏହି ଦ୍ଵିତୀୟ ଦିନରେ ମଧ୍ୟ ଅନେକ କୃଷି ଏବଂ ଚାଷ ଉପରେ ଆଲୋଚନା କରାଯାଇଥିଲା ଯାହା ଚାଷୀଙ୍କୁ ସାହାଯ୍ୟ କରିବ ।

ପ୍ରକାଶ ଥାଉ ଯେ, ଏହି ମେଳାରେ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭାକୁ ଦ୍ବିଗୁଣିତ କରିଥିଲେ । ହଜାର ହଜାର ଚାଷୀ ମଧ୍ୟ ପ୍ରଥମ ଦିନରେ ନିଜ ଯୋଗଦାନ ଦେଇଛନ୍ତି । ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳା ରେ ସାମିଲ ଅଛି ଆଶା କରାଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ ।ରାଜ୍ୟ ସରକାରଙ୍କ ନୂଆ ଉଦ୍ୟମ, ରିହାତି ମୂଲ୍ୟରେ ବାଣ୍ଟୁଛନ୍ତି କୃଷି ଯନ୍ତ୍ରପାତି । ରାୟଗଡା ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କର କୃଷିକାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇଦେବା ପାଇଁ ଏକ ମେଗା କୃଷି ଯନ୍ତ୍ରପାତି ମେଳା ଆୟୋଜନ କରିଛନ୍ତି । ଯେଉଁଥିରେ ଚାଷୀଙ୍କ ଚାଷ ଜମିରେ ବ୍ୟବହୃତ ହେଉଥିବା ସମସ୍ତ କୃଷି ଉପକରଣ ଶସ୍ତାରେ ଉପଲବ୍ଧ ଅଛି । ଚାଷୀ ନିଜ ଚାଷ ଜମି ପାଇଁ ସବସିଡିରେ ଚାଷ ଉପକରଣ କିଣିବା ପାଇଁ ସୁଯୋଗ ପାଉଛନ୍ତି ।

ରାୟଗଡ଼ କୃଷି ଯନ୍ତ୍ରପାତି ମହୋତ୍ସବ ୨୦୨୩ ରେ ଯୋଗଦେଲେ, କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା

ଦ୍ଵିତୀୟ ଦିନରେ ରାୟଗଡ଼ କୃଷି ଯନ୍ତ୍ରପାତି ମହୋତ୍ସବ ୨୦୨୩

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments