1. କୃଷି ଖବର

ଦ୍ଵିତୀୟ ଦିନରେ ରାୟଗଡ଼ କୃଷି ଯନ୍ତ୍ରପାତି ମହୋତ୍ସବ ୨୦୨୩

ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି କୃଷି ଯନ୍ତ୍ରପାତି ମେଳା l ଯାହାକି ରାୟଗଡା ଜିଲାବାସୀଙ୍କ ପାଇଁ ତଥା କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ସଜେଇ ହୋଇଛି ମଞ୍ଚ ଆଉ ମଞ୍ଚରେ ଉପସ୍ଥିତ ରହିଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି । ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛନ୍ତି ଓଡିଶା ସରକାର ଯାହାର ମିଡ଼ିଆ ପାର୍ଟନର କୃଷି ଜାଗରଣ (Krishi Jagran) ରହିଛି ।

Tanushree Mahapatra
Tanushree Mahapatra
rayagada krushi mahotsav 2023

rayagada krushi mahotsav 2023

ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି କୃଷି ଯନ୍ତ୍ରପାତି ମେଳା l ଯାହାକି ରାୟଗଡା ଜିଲାବାସୀଙ୍କ ପାଇଁ ତଥା କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ସଜେଇ ହୋଇଛି  ମଞ୍ଚ ଆଉ ମଞ୍ଚରେ ଉପସ୍ଥିତ ରହିଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି ।

ଚାଷୀ, କୃଷି ବିଶେଷଜ୍ଞ ଓ କୃଷି ଶିଳ୍ପୋଦ୍ୟୋଗୀଙ୍କୁ ମଞ୍ଚରେ ଏକାଠି କରିବାର ସୁଯୋଗ ଆଣିଛନ୍ତି ଓଡିଶା ସରକାର ଯାହାର ମିଡ଼ିଆ ପାର୍ଟନର କୃଷି ଜାଗରଣ (Krishi Jagran) ରହିଛି  । ଦ୍ଵିତୀୟ ଦିନ ଏକ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା ଯେଉଁଥିରେ ମାଛ ଚାଷ , ବିହନ ଉତ୍ପାଦନ , ବାୟଫ୍ଲକ ପ୍ରଣାଳୀ ରେ ଚାଷ ଏବଂ କ୍ଷୀର ଉତ୍ପାଦନ କରି କିପରି ଚାଷୀ ସ୍ୱାବଲମ୍ବୀ ହୋଇପାରିବ ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା l 

ରାଜ୍ୟ ସରକାରଙ୍କ ସବୁବେଳେ ଗୋଟିଏ ପ୍ରଚେଷ୍ଟା ରହିଛି ଚାଷୀଙ୍କ ବିକାଶ ହିଁ ରାଜ୍ୟ ତଥା ଆମର ଉନ୍ନତି । ଏହି ମହତ ଉଦ୍ଦେଶ୍ୟ ସହିତ କୃଷି ଯନ୍ତ୍ରପାତି ମେଳା (agricultural fairs) ଜିଲା ପ୍ରଶାସନ ଅନୁକୁଲ୍ୟରେ ଆୟୋଜନ କରୁଛନ୍ତି ଓଡିଶା ସରକାର । ଆଜି ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଅରୁଣ ପଣ୍ଡା ଯିଏକି ଜଣେ ବୈଜ୍ଞାନିକ ରହିଛନ୍ତି CIWA ର , ଓମ୍ଫେଡ ର ଜେନେରାଲ ମ୍ୟାନେଜର ହେମନ୍ତ କୁମାର ଓଝା ,  ଶ୍ରୀ ଭକ୍ତ ହରି ମଲିକ( G .M , OPLFED ) ଭଳି ଵିଶିତ ବ୍ୟକ୍ତି ମାନେ ଯୋଗ ଦେଇଥିଲେ l ଏହି ଦ୍ଵିତୀୟ ଦିନରେ ମଧ୍ୟ ଅନେକ କୃଷି ଏବଂ ଚାଷ ଉପରେ ଆଲୋଚନା କରାଯାଇଥିଲା ଯାହା ଚାଷୀଙ୍କୁ ସାହାଯ୍ୟ କରିବ l

ଫେବୃଆରୀ ୩ ରୁ ୬ ତାରିଖ ତଥା ୪ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି କୃଷି ଯନ୍ତ୍ରପାତି ମେଳା ୨୦୨୩ l  ଯାହାକି ଆପଣମାନଙ୍କ ସହିତ କୃଷକ ତଥା ଚାଷୀଙ୍କ ପାଇଁ ଏକ ସୁବର୍ଣ୍ଣ  ସୁଯୋଗ । ରାଜ୍ୟସରକାର ସବୁବେଳେ ଚାଷୀ ଭାଇ ଓ ଭଉଣୀ ମାନଙ୍କର ବିକାଶ ପାଇଁ ସର୍ବଦା ଅନବରତ ପ୍ରୟାସ କରିଥାନ୍ତି । ଉନ୍ନତ କୃଷି ଯନ୍ତ୍ରପାତି,ବିହନ ,ସାର, ନୂଆ ଜ୍ଞାନ କୌଶଳ ଯେମିତି ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଉପଲବ୍ଧ ହବ, ସେଥିପାଇଁ ଓଡିଶା ସରକାରଙ୍କ ଦ୍ୱାରା କରାଯାଇଥିବା ପ୍ରଚେଷ୍ଟା ସଦା ସର୍ବଦା ପ୍ରସଂଶଯୋଗ୍ୟ । ସେହିପରି ଆଉ ଏକ ନୂଆ ପ୍ରଚେଷ୍ଟା ସହିତ ସରକାର ତଥା ଜିଲ୍ଲା ପ୍ରଶାସନ ଆଜି ଠାରୁ କୃଷି ଯନ୍ତ୍ରପାତି ମେଳାର ର ଆୟୋଜନ କରିଛନ୍ତି  l  ଏହା ପାଖାପାଖି ୪ ଦିନ ଧରି ଚାଲିବ , ଏହି ସମୟ ମଧ୍ୟରେ କୃଷକ ନିଜର କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ କିଣିପାରିବେ l

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ କୃଷି ଓ ସଶକ୍ତିକରଣ ବିଭାଗ ,ରାୟଗଡା ଅନୁକୂଲ୍ୟରେ ଜି.ସି.ଡି ହାଇସ୍କୁଲ ପଡ଼ିଆ ରାୟଗଡା ଠାରେ ତା.03.02.2023ରିଖ ଠାରୁ ତା.06.02.2023ରିଖ  ପର୍ଯ୍ୟନ୍ତ (ମୋଟ 4 ଦିନ) ରାୟଗଡା ଜିଲ୍ଲାର ଚାଷୀ ଭାଇ ଓ ଭଉଣୀମାନଙ୍କର କୃଷିକାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇଦେବା ପାଇଁ ଏକ ମେଗା କୃଷି ଯନ୍ତ୍ରପାତି ମେଳା ଆୟୋଜନ କରିଛନ୍ତି ଯାହା ଆଜି ଅନୁଷ୍ଠିତ  ହୋଇଛି । ଯେଉଁଥିରେ ଚାଷୀଙ୍କ ଚାଷ ଜମିରେ ବ୍ୟବହୃତ ହେଉଥିବା ସମସ୍ତ କୃଷି ଉପକରଣ ଶସ୍ତା ରେ ଉପଲବ୍ଧ ହେବ l ଚାଷୀ ନିଜ ଚାଷ ଜମି ପାଇଁ ସବସିଡି ରେ ଚାଷ ଉପକରଣ କିଣିବା ପାଇଁ ସୁଯୋଗ ପାଇବେ l

ସବୁଠାରୁ ବଡ କଥା ହେଲା ସରକାର ମିଲେଟ କୁ ପ୍ରୋତ୍ସାହିତ କରୁଥିବା ବେଳେ ଏଠାରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା l ସୋନାଲିକ, ମହିନ୍ଦ୍ରା , ଦକ୍ସ ଡ୍ରନ , ସାମ୍ପୁର୍ନା ଉତ୍ପାଦକ ଗୋଷ୍ଠୀ , ମା ଲଲିତା ବ୍ଲକ ସ୍ତରୀୟ ଫେଡେରେସନ୍ ,ମା ମଝି ଗୌରୀ ଏସଏଚଜି , ଆର.ଏନ ଇନକ୍ୟୁବେଟର , ବ୍ଲକସ୍ତରୀୟ ମିଶନ ଶକ୍ତି ସଂସ୍ଥା ,ଏସଏଚଜି କାଶୀପୁର , ଜଗଲକ୍ସମି ଏସଏଚଜି, ସାଇ ଗୌରୀ ଏସଏଚଜି, ବରୁନ ଉଦ୍ୟୋଗ , ହୋଣ୍ଡା ଇଲେକ୍ଟ୍ରିକ୍ , ହୋଣ୍ଡା ,କିର୍ଲୋସ୍କର ପମ୍ପ ଭଳି ବଡ ବଡ ବେସରକାରୀ ସରକାରୀ କୃଷି ଯନ୍ତ୍ରପାତି ଉତ୍ପାଦକ ସଂସ୍ଥା  ଏଥିରେ ଯୋଗ ଦେବା ସହିତ ନିଜର ଷ୍ଟଲ ମଧ୍ୟ ଲଗାଇଛନ୍ତି l

 

ଏହି ମେଳାରେ ସମସ୍ତ କୃଷି ଯନ୍ତ୍ରପାତି ଉତ୍ପାଦନକାରୀ ସଂସ୍ଥା, ବିତରଣକାରୀ ସଂସ୍ଥା,ବିଭିନ୍ନ ବିଭାଗୀୟ ଅଧିକାରୀ,ଅନ୍ୟ କର୍ମଚାରୀ ଉପସ୍ଥିତ ରହି କୃଷିକାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାରର ଯନ୍ତ୍ରପାତି,ଉପକରଣ ,ରିହାତି ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି  । ଏହି ମେଳାରେ ଚାଷୀଭାଇ ଓ ଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା,ବ୍ୟବହାର,ରକ୍ଷଣାବେକ୍ଷଣା ଓ ସରକାରୀ ରିହାତି ସମ୍ବଦ୍ଧରେ ତାଲିମ/ପାଠଶାଳା ମାଧ୍ୟମରେ ସଚେତନ ମଧ୍ୟ କରାଯିବ । ଏତତ ବ୍ୟତୀତ ମେଳାରେ ସରକାରଙ୍କ ତରଫରୁ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହା କି ଚାଷୀ ଜାଣି ନଥିବା ତଥ୍ୟ ମଧ୍ୟ ପାଇପାରିବ l

 

ଏହି ମେଳା ରେ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇ କାର୍ଯ୍ୟକ୍ରମ ର ଶୋଭା କୁ ଦ୍ବିଗୁଣିତ କରିଥିଲେ  l ହଜାର ହଜାର ଚାଷୀ ମଧ୍ୟ ପ୍ରଥମ ଦିନରେ ନିଜ ଯୋଗଦାନ ଦେଇଛନ୍ତି l  ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳା ରେ ସାମିଲ ଅଛି ଆଶା କରାଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ l ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳା ରେ ସାମିଲ ଅଛି ଆଶା କର ଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ l ବେଳେ ବେଳେ ଅଧିକ ଦାମର କିଣାଯାଉଥିବା କୃଷି ଉପକରଣ ଚାଷୀଟି ଏ କିଣିବା ପାଇଁ ଅସମର୍ଥ ରହେ l ତେବେ ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଏହି ମେଳା ଆୟୋଜନ କରିଛନ୍ତି  l ଆଗାମୀ ୪ ଦିନ ଧରି ଏହା ଚାଲିବା ସହିତ ଚାଷୀ ଭାଇ ଭଉଣୀ ମାନେ ଏହାର ଲାଭ ଉଠାଇପାରିବେ l ଏହି ମେଳାରେ ସରକାରୀ ମୂଲ୍ୟ ରେ ସବୁ ଚାଷ ଉପକରଣ ଉପଲବ୍ଧ ହେବ କିନ୍ତୁ ଏହାର କିଛି ପ୍ରକ୍ରିୟା ରହିଛି ଯାହା ସାହାଯ୍ୟ ଚାଷୀ ଏହାର ଉପଯୁକ୍ତ ଲାଭ ଉଠାଇପାରିବେ l

ଆସାମର ଗୌହାଟୀରେ ଏକ୍ସପୋ ୱାନ୍ ଜୈବିକ କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ

କୃଷକଙ୍କ ମହାସମ୍ମିଳନୀ ପର୍ବ, ରାୟଗଡ "ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମହୋତ୍ସବ" ଅନୁଷ୍ଠିତ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments