1. କୃଷି ଖବର

ମହାସମ୍ମିଳନୀ ପର୍ବ : ଚତୁର୍ଥ ଦିନରେ କୃଷି ଯନ୍ତ୍ରପାତି ମେଳା ୨୦୨୩

କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ସଜେଇ ହୋଇଛି ମଞ୍ଚ । ଆଜି ସଫଳତାର ସହ ଚତୁର୍ଥ ଦିନରେ ପହଞ୍ଚିଛି ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା ୨୦୨୩ ।

Sudesna Nayak
Sudesna Nayak
4th day of rayagada krushi jantrapati mela 2023

4th day of rayagada krushi jantrapati mela 2023

କୃଷି ଓ କୃଷକଙ୍କ ପାଇଁ ମହାସମ୍ମିଳନୀ ପର୍ବ । ସଜେଇ ହୋଇଛି ମଞ୍ଚ । ଆଜି ସଫଳତାର ସହ ଚତୁର୍ଥ ଦିନରେ ପହଞ୍ଚିଛି ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଏବଂ କୃଷି ଯନ୍ତ୍ରପାତି ମେଳା ୨୦୨୩ (DISTRICT LEVEL KRUSHI MAHOSTAV AND FARM MECHANISATION MELA)। ଏହି ମଞ୍ଚରେ ପ୍ରଥମ, ଦ୍ବିତୀୟ, ଏବଂ ତୃତୀୟ ଦିନ ଭଳି ଆଜି ଚତୁର୍ଥ ଦିନରେ ମଧ୍ଯ ଜଣକ ପରେ ଜଣେ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି । ଯେଉଁମାନେ ଚାଷୀଙ୍କୁ ଚାଷ ସମ୍ବନ୍ଧୀୟ ବିଶେଷ ତଥ୍ୟ ପ୍ରଦାନ କରୁଛନ୍ତି । ଏହି ତଥ୍ୟ ସେମାନଙ୍କ ଚାଷ କାର୍ଯ୍ୟରେ ତାଙ୍କୁ ସାହାଯ୍ୟ କରିବ ।

ସୂଚନା ଥାଉ କି, ଆଜି ଏହି ଚତୁର୍ଥ ଦିନର କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଶ୍ରୀଯୁକ୍ତ ଭାସ୍କର ରଇତ (ଓ.ପ୍ର.ସେ) ଅତିରିକ୍ତ ଜିଲ୍ଲାପାଳ ରାୟଗଡ ଯୋଗ ଦେଇଛନ୍ତି । ଏଥି ସହିତ ସଭାପତି ସିଡିଏଓ ରାୟଗଡ ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ଏଡିଓ ମୁନିଗୁଡା ଚିତ୍ତରଞ୍ଜନ ଶତପଥି,ଏଡିଓ ଗୁଣୁପୁର ବୃନ୍ଦାବନ ବେହେରା, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ଯ ଡ. ସସ୍ମିତା ମହାନ୍ତି ଗୁଣୁପୁର, ଏଫଆଇଏସି ଚେୟାରମ୍ୟାନ ଗୁଡାରୀ ସିମାଞ୍ଚଳ ଗମାଙ୍ଗ, ଏଫଆଇଏସି ରାୟଗଡ ସଞ୍ଜୟ ବିଡିକା,ଚେୟାରମ୍ୟାନ ପି.ଏସ ରାମନାଗୁଡା ରବି ଶଙ୍କର ଗମାଙ୍ଗ, ଚେୟାରମ୍ୟାନ ପି.ଏସ ଗୁଡାରୀ ଳକ୍ଷ୍ମୀ ଶବର ଯୋଗ ଦେଇଥିଲେ । ଏଥିସହିତ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ମଧ୍ଯ ଯୋଗ ଦେଇଥିଲେ । ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ଯୋଗଦାନ ଏହି କାର୍ଯ୍ୟକ୍ରମ ଆହୁରି ଅଧିକ ସଫଳ କରିବାରେ ସାହାଯ୍ୟ କରିଛି ।

ଏତତ ବ୍ୟତୀତ ମେଳାରେ ସରକାରଙ୍କ ତରଫରୁ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶନର ମଧ୍ୟ ବ୍ୟବସ୍ଥା କରାଯାଇଛି । ଯାହା କି ଚାଷୀ ଜାଣି ନଥିବା ତଥ୍ୟ ମଧ୍ୟ ପାଇପାରିବ । ଅନେକ ପ୍ରକାର ବିହନ ତଥା ଅନେକ କୃଷି ଉପକରଣ ଏହି ମେଳାରେ ସାମିଲ ଅଛି ଆଶା କରାଯାଉଛି ଏହା କୃଷକଙ୍କୁ ସାହାଯ୍ୟ କରିବ । ବେଳେ ବେଳେ ଅଧିକ ଦାମର କିଣାଯାଉଥିବା କୃଷି ଉପକରଣ ଚାଷୀଟି ଏ କିଣିବା ପାଇଁ ଅସମର୍ଥ ରହେ । ଚାଷୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏହି ମେଳା ଜରିଆରେ ରାୟଗଡା ଜିଲ୍ଲାର ଚାଷୀ ଭାଇ ଓ ଭଉଣୀ ମାନଙ୍କର କୃଷି କାର୍ଯ୍ୟ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାରର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ ।

ଚତୁର୍ଥ ଦିନରେ ତଥା ଆଜି ଏହି ମେଳା ଜରିଆରେ ଏକ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା । ଆଜି ଏହି ଆଲୋଚନା ଚକ୍ରର ମୁଖ୍ୟ ଭାବରେ ଡ.ସୁସ୍ମିତା ମହାନ୍ତି, ବରିଷ୍ଠ ବୈଜ୍ଞାନିକ ଏବଂ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର, ଗୁଣୁପୁର, ରାଜିବ କୁମାର ଟୁଡୁ, ବରିଷ୍ଠ ବୈଜ୍ଞାନିକ ( Plant protection),କୃଷି ବିଜ୍ଞାନ କେନ୍ଦ୍ର, ଗୁଣୁପୁର ଯୋଗ ଦେଇ କୃଷି ସମ୍ପକରେ ଆଲୋଚନା କରିଥିଲେ ।

ପ୍ରକାଶ ଥାଉ ଯେ, ଏହି ମେଳାରେ ଅନେକ ମାନ୍ୟଗଣ୍ୟ ଅତିଥି ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭାକୁ ଦ୍ବିଗୁଣିତ କରିଥିଲେ । ଏହି ଚତୁର୍ଥ ଦିନରେ ମଧ୍ୟ ଅନେକ କୃଷି ଏବଂ ଚାଷ ଉପରେ ଆଲୋଚନା କରାଯାଇଥିଲା ଯାହା ଚାଷୀଙ୍କୁ ସାହାଯ୍ୟ କରିବ ।

ସଫଳତାର ସହ ଦ୍ବିତୀୟ ଦିନରେ ପହଞ୍ଚିଛି କୃଷି ଯନ୍ତ୍ରପାତି ମେଳା ୨୦୨୩

ତୃତୀୟ ଦିନରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ : ରିହାତି ମୂଲ୍ୟରେ କୃଷି ଯନ୍ତ୍ରପାତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments