
4th National Water Awards: Last Date For Submitting Application Is 15th September 2022
ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର(4th National Water Awards) ପାଇଁ ଆରମ୍ଭ ହୋଇଯାଇଛି ରେଜିଷ୍ଟ୍ରେସନ ପ୍ରକ୍ରିୟା । ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ (www.awards.gov.in)ରେ ଏହାକୁ ଶୁଭାରମ୍ଭ କରାଯାଇଛି । ଆବେଦନ ଦାଖଲ କରିବାର ଅନ୍ତିମ ତାରିଖ 15 ସେପ୍ଟେମ୍ବର ରହିଛି ।
ରାଷ୍ଟ୍ରୀୟ ଜଳ ପୁରସ୍କାର 'ଜଳ ସମୃଦ୍ଧ ଭାରତ' ପଦକ୍ଷେପକୁ ପୂରଣ କରିବାରେ ଦେଶବ୍ୟାପି କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ଏବଂ ପ୍ରଚେଷ୍ଟାକୁ ସ୍ବୀକୃତି ପ୍ରଦାନ ଓ ପ୍ରୋତ୍ସାହିତ କରିଥାଏ । ଜଳ ଶକ୍ତି ମନ୍ତ୍ରାଳୟର ଜଳ ସମ୍ବଳ, ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ବିଭାଗ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲରେ ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର ନେଇ ଦେଇଛନ୍ତି ସୂଚନା ।
ପୁରସ୍କାର ପାଇଁ କଣ ଯୋଗ୍ୟତା ଆବଶ୍ୟକ ?
କୌଣସି ରାଜ୍ୟ, ଜିଲ୍ଲା, ଗ୍ରାମ ପଞ୍ଚାୟତ, ସହରୀ ସ୍ଥାନୀୟ ସଂସ୍ଥା, ମିଡିଆ, ସ୍କୁଲ୍, ସଂସ୍ଥା, ଉଦ୍ୟୋଗ, ବେସରକାରୀ ସଙ୍ଗଠନ ବା ଜଳ ଉପଯୋଗକାରୀ ସଂଘ ଯେଉଁଥିରେ ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଅନୁକରଣୀୟ କାର୍ଯ୍ୟ କରିଛନ୍ତି, ଆବେଦନ କରିବା ପାଇଁ ଯୋଗ୍ୟ ଅଟନ୍ତି।
ମିଳିବ ସାର୍ଟିଫିକେଟ, ଟ୍ରଫି ଓ ଟଙ୍କା
ପୁରସ୍କାରଗୁଡିକ ସର୍ବଶ୍ରେଷ୍ଠ ରାଜ୍ୟ ଏବଂ ସର୍ବଶ୍ରେଷ୍ଠ ଜିଲ୍ଲା, ବିଜେତାମାନଙ୍କର ଟ୍ରଫି ଏବଂ ପ୍ରଶଂସା ପତ୍ର ପ୍ରଦାନ କରି ସମ୍ମାନିତ କରାଯିବ। ଅନ୍ୟ ଶ୍ରେଣୀରେ ସର୍ବଶ୍ରେଷ୍ଠ ଗ୍ରାମ ପଞ୍ଚାୟତ, ସର୍ବଶ୍ରେଷ୍ଠ ସହରୀ ସ୍ଥାନୀୟ ସଂସ୍ଥା, ସର୍ବଶ୍ରେଷ୍ଠ ମିଡିଆ, ସର୍ବଶ୍ରେଷ୍ଠ ସ୍କୁଲ୍, କ୍ୟାମ୍ପସ ଉପଯୋଗ ପାଇଁ ସର୍ବଶ୍ରେଷ୍ଠ ସଂସ୍ଥାନ, ସର୍ବଶ୍ରେଷ୍ଠ ଉଦ୍ୟୋଗ, ସର୍ବଶ୍ରେଷ୍ଠ ଏନଜିଓ, ସର୍ବଶ୍ରେଷ୍ଠ ଜଳ ଉପଯୋଗକାରୀ ଆସୋସିଏସନ୍ ଏବଂ ସିଏସଆର କାର୍ଯ୍ୟ ପାଇଁ ସର୍ବଶ୍ରେଷ୍ଠ ଉଦ୍ୟୋଗ, ବିଜେତାମାନଙ୍କୁ ଟ୍ରଫି ଏବଂ ପ୍ରଶସ୍ତି ପତ୍ର ସହିତ ନଗଦ ପୁରସ୍କାର ଦ୍ବାରା ସମ୍ମାନିତ କରାଯାଇଥାଏ। ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ପାଇଥିବା ବିଜେତାମାନଙ୍କ ପାଇଁ ନଗଦ ପୁରସ୍କାର ଯଥାକ୍ରମେ : 2 ଲକ୍ଷ ଟଙ୍କା, 1.5 ଲକ୍ଷ ଟଙ୍କା ଏବଂ 1 ଲକ୍ଷ ଟଙ୍କା ରହିଛି ।
କଣ ରହିଛି ଚୟନ ପ୍ରକ୍ରିୟା
ଚତୁର୍ଥ ରାଷ୍ଟ୍ରୀୟ ଜଳ ପୁରସ୍କାର ପାଇଁ ପ୍ରାପ୍ତ କରାଯାଇଥିବା ସମସ୍ତ ଆବେଦନକୁ ଜଳ ସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ଦ୍ବାରା ଗଠିତ ଜୁରି ସମିତି ନିକଟରେ ଉପସ୍ଥାପନ କରାଯିବ। ଜୁରି ସମିତି ଯେଉଁ ସୁପାରିଶ୍ କରିବେ, ସେହି ଅନୁସାରେ ପୁରସ୍କାର ପ୍ରଦାନ କରାଯାଇଥାଏ। ସମିତିର ସୁପାରିଶ୍ ଅନୁମୋଦନ ପାଇଁ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯାଇଥାଏ। ଏହା ପରେ, ବିଜେତାମାନଙ୍କର ନାମର ଘୋଷଣା ଏକ ଉପଯୁକ୍ତ ତାରିଖରେ କରାଯାଇଥାଏ।
Share your comments