1. କୃଷି ଖବର

୫୦ ଗନ୍ତବ୍ୟ ସ୍ଥଳକୁ ‘ସଂପୂର୍ଣ୍ଣ ପର୍ଯ୍ୟଟନ ପ୍ୟାକେଜ୍‌’

୫୦ ଗନ୍ତବ୍ୟ ସ୍ଥଳକୁ ‘ସଂପୂର୍ଣ୍ଣ ପର୍ଯ୍ୟଟନ ପ୍ୟାକେଜ୍‌’ ଭାବରେ ବିକଶିତ କରାଯିବ l ପର୍ଯ୍ୟଟକ ମାନଙ୍କ ଅନୁଭବକୁ ସୁଖଦ କରିବା ପାଇଁ ଏକ ଆପ୍ ଆରମ୍ଭ କରାଯିବ l ‘ଦେଖୋ ଆପନା ଦେଶ’ ର ଉଦ୍ଦେଶ୍ୟ ହାସଲ କରିବା ପାଇଁ କ୍ଷେତ୍ର ଅନୁସାରେ କୌଶଳ ଏବଂ ଉଦ୍ୟମିତା ବିକାଶର ସମନ୍ୱୟ କରାଯିବ l

Tanushree Mahapatra
Tanushree Mahapatra
50 DESTINATIONS TO BE DEVELOPED AS A ‘COMPLETE PACKAGE OF TOURISM’

50 DESTINATIONS TO BE DEVELOPED AS A ‘COMPLETE PACKAGE OF TOURISM’

୫୦ ଗନ୍ତବ୍ୟ ସ୍ଥଳକୁ ‘ସଂପୂର୍ଣ୍ଣ ପର୍ଯ୍ୟଟନ ପ୍ୟାକେଜ୍‌’ ଭାବରେ ବିକଶିତ କରାଯିବ  l ପର୍ଯ୍ୟଟକ ମାନଙ୍କ ଅନୁଭବକୁ ସୁଖଦ କରିବା ପାଇଁ ଏକ ଆପ୍ ଆରମ୍ଭ କରାଯିବ l ‘ଦେଖୋ ଆପନା ଦେଶ’ ର ଉଦ୍ଦେଶ୍ୟ ହାସଲ କରିବା ପାଇଁ କ୍ଷେତ୍ର ଅନୁସାରେ କୌଶଳ ଏବଂ ଉଦ୍ୟମିତା ବିକାଶର ସମନ୍ୱୟ କରାଯିବ l ଜୀବନ୍ତ ଗ୍ରାମୀଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସୀମାନ୍ତ ଗ୍ରାମ ଗୁଡିକରେ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ବିକାଶକୁ ପ୍ରୋତ୍ସାହିତ କରାଯିବ l ରାଜ୍ୟ ଗୁଡିକୁ ସେମାନଙ୍କର ନିଜର ଓଡିଓପି , ଜିଆଇ ଏବଂ ହସ୍ତଶିଳ୍ପ ଉତ୍ପାଦ ଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ୟୁନିଟି ମଲ୍ ସୁବିଧା ପ୍ରଦାନ କରାଯିବ l

ପର୍ଯ୍ୟଟନର ସମ୍ପୂର୍ଣ୍ଣ ପ୍ୟାକେଜ୍ ଭାବରେ ଅତି କମରେ ୫୦ ଟି ଗନ୍ତବ୍ୟ ( tourist place ) ସ୍ଥଳକୁ ଚୟନ କରାଯିବ ଏବଂ ତାହାକୁ ବିକଶିତ କରାଯିବ ବୋଲି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ୦୧ ଫେବୃୟାରୀ ୨୦୨୩ରେ ସଂସଦରେ କେନ୍ଦ୍ର ବଜେଟ୍ ୨୦୨୩ – ୨୪କୁ ଉପସ୍ଥାପନ କରିବାବେଳେ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ , ଏକ ସମନ୍ୱିତ ଏବଂ ଅଭିନବ ଉପାୟ ବ୍ୟବହାର କରି ଚ୍ୟାଲେଞ୍ଜ ମୋଡ୍ ମାଧ୍ୟମରେ ଏହି ଗନ୍ତବ୍ୟ ସ୍ଥଳ ଗୁଡିକ ଚୟନ କରାଯିବ ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବିକାଶର ଧ୍ୟାନ ଘରୋଇ ପର୍ଯ୍ୟଟକ ଏବଂ ଏହା ସହିତ ବିଦେଶୀ ପର୍ଯ୍ୟଟକଙ୍କ ଉପରେ ରହିବ ।

ଅର୍ଥ ମନ୍ତ୍ରୀ ଏକ ଆପ୍ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯେଉଁଥିରେ ପର୍ଯ୍ୟଟକ ମାନଙ୍କର ଅଭିଜ୍ଞତାକୁ ବୃଦ୍ଧି କରିବା ପାଇଁ ପ୍ରତ୍ୟେକ୍ଷ ସଂଯୋଗ, ଭର୍ଚୁଆଲ୍ ସଂଯୋଗ, ଟୁରିଷ୍ଟ ଗାଇଡ୍‌, ଖାଦ୍ୟ ଗଳି ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଉଚ୍ଚ ମାନକ ଭଳି ପଦକ୍ଷେପ ଗୁଡିକ ବ୍ୟତୀତ ସମସ୍ତ ପ୍ରାସଙ୍ଗିକ ପଦକ୍ଷେପ ସମୂହ ଗୋଟିଏ ଆପ୍‌ରେ ଉପଲବ୍ଧ କରାଯିବ ।

ଘରୋଇ ପର୍ଯ୍ୟଟନ କ୍ଷେତ୍ରକୁ ମଜବୁତ କରିବା ପାଇଁ, ୨୦୨୩ - ୨୪ ବଜେଟ୍‌ରେ କ୍ଷେତ୍ର ଅନୁସାରେ ନିର୍ଦ୍ଦିଷ୍ଟ ଦକ୍ଷତା ଏବଂ ଉଦ୍ୟୋଗ ବିକାଶରେ ସମନ୍ୱୟନ ସ୍ଥାପିତ କରାଯିବ, ଯେଉଁଥିରେ ଦେଖୋ ଅପନା ଦେଶ’ ପଦକ୍ଷେପର ଉଦ୍ଦେଶ୍ୟ ପ୍ରାପ୍ତ କରା ଯାଇପାରିବ । ସୀମାନ୍ତ ଅଂଚଳରେ ଥିବା ଗ୍ରାମ ଗୁଡିକରେ ପର୍ଯ୍ୟଟନକୁ ଉତ୍ସାହିତ କରିବା ପାଇଁ ଜୀବନ୍ତ ଗ୍ରାମ କାର୍ଯ୍ୟକ୍ରମ ଅଧୀନରେ ସେହି ସବୁ ଗ୍ରାମରେ ପର୍ଯ୍ୟଟନ ଭିତ୍ତିଭୂମି ଏବଂ ବିକାଶକୁ ପ୍ରୋତ୍ସାହିତ କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ବିଭିନ୍ନ ପର୍ଯ୍ୟଟନ ଯୋଜନା ଗୁଡିକ ବିଷୟରେ ଶ୍ରୀମତୀ ସୀତାରମଣ କହିଥିଲେ ଯେ , “ଅନ୍ତର୍ଜାତୀୟ ପର୍ଯ୍ୟଟନ ଅପେକ୍ଷା ଘରୋଇ ପର୍ଯ୍ୟଟନକୁ ଅଧିକ ପସନ୍ଦ କରିବା ପାଇଁ ମଧ୍ୟବିତ୍ତମାନଙ୍କ ନିକଟରେ ଏକ ଆବେଦନ ଭାବରେ ‘ଦେଖୋ ଅପନା ଦେଶ’ ପଦକ୍ଷେପ ଆରମ୍ଭ ହୋଇଥିବାବେଳେ ବିଷୟ ଭିତ୍ତିକ ପର୍ଯ୍ୟଟନ ସର୍କିଟ୍ ଗୁଡିକର ସମନ୍ୱିତ ବିକାଶ ପାଇଁ ‘ସ୍ୱଦେଶ ଦର୍ଶନ ଯୋଜନା’ ଆରମ୍ଭ କରା ଯାଇଥିଲା” ।

ବର୍ତ୍ତମାନ ଘରେ ବସି ମହିଳା ପାଇବେ ୧୫,୦୦୦ ଟଙ୍କା

budjet2023: ‘ଶ୍ରୀଅନ୍ନ’ ମାଣ୍ଡିଆ ପାଇଁ ଭାରତ ହେବ ବୈଶ୍ବିକ ହବ୍‌

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments