1. କୃଷି ଖବର

budjet2023: ‘ଶ୍ରୀଅନ୍ନ’ ମାଣ୍ଡିଆ ପାଇଁ ଭାରତ ହେବ ବୈଶ୍ବିକ ହବ୍‌

ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା । ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା ।

Tanushree Mahapatra
Tanushree Mahapatra

ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା । ( budjet 2023 )  ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା । ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା । ସେହିପରି ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ ‘ଶ୍ରୀଅନ୍ନ’ ଯୋଜନା ।

ଭାରତକୁ ‘ଶ୍ରୀଅନ୍ନ’ର (ମିଲେଟ୍‌) ବୈଶ୍ବିକ ନାଭିକେନ୍ଦ୍ର ବା ‘ହବ୍‌’ କରାଯିବ ବୋଲି ଆଜି ବଜେଟ୍‌ ଅଭିଭାଷଣରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

 ଆନ୍ତର୍ଜାତିକସ୍ତରରେ ସର୍ବୋତ୍ତମ ପ୍ରୟୋଗ, ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ନିମନ୍ତେ ହାଇଦ୍ରାବାଦସ୍ଥିତ ‘ଦି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିଲେଟ୍‌ ରିସର୍ଚ’କୁ ‘ଉତ୍କର୍ଷତାର କେନ୍ଦ୍ର’ ଭାବେ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ମାଣ୍ଡିଆକୁ (ମିଲେଟ୍‌) ଲୋକପ୍ରିୟ କରାଇବାରେ ଭାରତ ଅଗ୍ରଣୀ। ଏହାକୁ ଖାଇବାଦ୍ବାରା ପୋଷକତ୍ତ୍ବ, ଖାଦ୍ୟ ସୁରକ୍ଷା ଏବଂ କୃଷକମାନଙ୍କର କଲ୍ୟାଣ ହୁଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କହିଥିଲେ । ବିଶ୍ବରେ ଆମେ ହେଉଛୁ ‘ଶ୍ରୀଅନ୍ନ’ ବୃହତ୍ତମ ଉତ୍ପାଦକ ଓ ଦ୍ବିତୀୟ ବୃହତ୍‌ ରପ୍ତାନିକାରୀ। ଆମେ ଯଅ, ମାଣ୍ଡିଆ, ବାଜରା, କୁଟ୍ଟୁ, ରାମଦାନା, କଙ୍ଗନି, କିଟ୍‌କି, କୋଦୋ, ଚୀନା ଏବଂ ସମା ଭଳି କେତେ ପ୍ରକାରର ‘ଶ୍ରୀଅନ୍ନ’ ଚାଷ କରୁଛୁ। ସ୍ବାସ୍ଥ୍ୟ ପ୍ରତି ଖୁବ୍‌ ଉପକାରୀ ଏହି ଶସ୍ୟ ସବୁ ଶହ ଶହ ବର୍ଷ ଧରି ଆମ ଭୋଜନର ଅବିଚ୍ଛେଦ୍ୟ ଅଂଶ ଭାବେ ରହି ଆସିଛି।

ଏହି ‘ଶ୍ରୀଅନ୍ନ’ ଚାଷ କରି ସାଥୀ ନାଗରିକମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅବଦାନ ଦେଉଥିବା କ୍ଷୁଦ୍ର ଚାଷୀମାନଙ୍କର ମହାନ ସେବାକୁ ମୁଁ ଆନନ୍ଦ ସହକାରେ ସ୍ବୀକୃତି ଦେଉଛି ଅର୍ଥମନ୍ତ୍ରୀ କହିଛନ୍ତି। ଆଧୁନିକ ଟେକ୍ନୋଲୋଜି ଦ୍ବାରା ବଢିବ କୃଷି ଉତ୍ପାଦନ। ପିଏମ ପ୍ରଣାମ ଯୋଜନାରେ ବିକଳ୍ପ ସାର ପାଇଁ ସହାୟତା ଦିଆଯିବ। କୀଟନାଶକ ପାଇଁ ଶହେଟି ବାୟୋ ଇନପୁଟ୍ ସେଣ୍ଟର ପ୍ରତିଷ୍ଠା କରାଯିବ। ସେହିପରି ୫ଲକ୍ଷ ପଞ୍ଚାୟତରେ ବହୁମୁଖୀ କ୍ରେଡିଟ୍ ସମବାୟ ସମିତି କରାଯିବ। ବିନା ସୁଧରେ ରାଜ୍ୟମାନଙ୍କୁ ଆଉ ବର୍ଷେ ପର୍ଯ୍ୟନ୍ତ ଋଣ ଦେବେ କେନ୍ଦ୍ର ସରକାର। ପିଏମଜିକେଓ୍ବାଇ ପାଇଁ ୨ଲକ୍ଷ କୋଟିର ବ୍ୟୟ ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ପାଳନ ଯୋଜନା ପାଇଁ ୬ହଜାର କୋଟି ଦିଆଯାଇଛି। ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ ଏକ କୋଟି ଚାଷୀଙ୍କୁ ପ୍ରାକୃତିକ ପ୍ରଣାଳୀରେ ଚାଷ ପାଇଁ ଦିଆଯିବ ସହାୟତା। ୧୦ ହଜାର ଜୈବିକ ଇନପୁଟ୍ ରିସୋର୍ସ ସେଣ୍ଟର ପ୍ରତିଷ୍ଠା କରାଯିବ।

Budget 2023: ଜାଣନ୍ତୁ କ’ଣ ହେଲା ଶସ୍ତା, କ’ଣ ମହଙ୍ଗା…

ଲୋକସଭାରେ ବଜେଟ୍‌ ଉଦ୍‌ବୋଧନ ଆରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments