1. କୃଷି ଖବର

ଭୟଙ୍କର ଭୂମିକମ୍ପରେ ଦୋହଲିଲା ବଡବଡ କୋଠା, 21 ମୃତ

ଚୀନର ସିଚୁଆନ ପ୍ରଦେଶରେ ବଡ ଧରଣର ଭୂମିକମ୍ପ । ବର୍ତ୍ତମାନସୁଦ୍ଧା 21 ଜଣଙ୍କର ମୃତ୍ୟୁ ନେଇ ସୂଚନା ମିଳିଛି ।

Shuvanshu Kar
Shuvanshu Kar
6.8 magnitude earthquake hits China'S Sichuan province

6.8 magnitude earthquake hits China'S Sichuan province

ଚୀନର ସିଚୁଆନ ପ୍ରଦେଶରେ ବଡ ଧରଣର ଭୂମିକମ୍ପ(earthquake) । ବର୍ତ୍ତମାନସୁଦ୍ଧା 21 ଜଣଙ୍କର ମୃତ୍ୟୁ ନେଇ ସୂଚନା ମିଳିଛି । ଅନେକ ଜଣ ଆହତ ହୋଇଛନ୍ତି । ଭୂମିକମ୍ପର କେନ୍ଦ୍ର ଲୁଡିଙ୍ଗ କାଉଣ୍ଟି ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ଦିନ 12ଟା 25ରେ ଏହି ଭୂମିକମ୍ପ(earthquake)ର ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ଏତେ ଅଧିକ ଥିଲା ଯେ ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ବଡ ବଡ କୋଠା ଦୋହଲିଯାଇଥିଲା ।

ବର୍ତ୍ତମାନସୁଦ୍ଧା ଭୂମିକମ୍ପ(earthquake)ରେ 21 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ଅଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ରହିଛି ଆଶଙ୍କା ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓରୁ ବଡବଡ କୋଠା ଦୋହଲୁଥିବା ଦେଖିବାକୁ ମିଳିଛି । କୋରୋନା ସମୟରେ ଭୂମିକମ୍ପରେ ଲୋକଙ୍କ ମୃତ୍ୟୁ ଚୀନ ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

2008ରେ ଚୀନରେ ଆସିଥିଲା ବିନାଶକାରୀ ଭୂମିକମ୍ପ । ଏହି ସିଚୁଆନରେ ହି ଭୟଙ୍କର ଭୂମିକମ୍ପ ହୋଇଥିଲା । ଏଥିରେ 70 ହଜାର ଲୋକ ପ୍ରାଣ ହରାଇଥିଲେ । 2013ରେ ମଧ୍ୟ ଏହି ଅଞ୍ଚଳରେ ହୋଇଥିବା ଭୂମିକମ୍ପରେ 200ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଭୂମିକମ୍ପ ଦୃଷ୍ଟିରୁ ଏହି ଅଞ୍ଚଳ ବେଶ ସମ୍ବେଦନଶୀଳ ରହିଛି ।

ଭୟଙ୍କର ଭୂମିକମ୍ପରେ 920 ଜଣଙ୍କ ମୃତ୍ୟୁ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments