1. କୃଷି ଖବର

ଏହି ମାସରେ କେତେ ଆସିବ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା; ଜାଣନ୍ତୁ...

ସମ୍ପ୍ରତି କର୍ମଚାରୀ ଓ ପେନସନଭୋଗୀ ଡିଏ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଏହି ଟଙ୍କା ଆକାଉଣ୍ଟରେ ଆସିବାକୁ ଯାଉଛି । ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ଏହି ଟଙ୍କା ୪୫ ଲକ୍ଷ କର୍ମଚାରୀଙ୍କ ଆକାଉଣ୍ଟରେ ଆସିବ ବୋଲି ଆଶା କରାଯାଉଛି ।

Sudesna Nayak
Sudesna Nayak
7th pay commission april salary may come with 3 month da arrear see full calculation

7th pay commission april salary may come with 3 month da arrear see full calculation

ସମ୍ପ୍ରତି କର୍ମଚାରୀ (Employees)ଓ ପେନସନଭୋଗୀ (pensioners)ଡିଏ (DA)ବୃଦ୍ଧି କରିବାକୁ କେନ୍ଦ୍ର ସରକାର (Central Government)ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଏହି ଟଙ୍କା ଆକାଉଣ୍ଟରେ ଆସିବାକୁ ଯାଉଛି । ଆସନ୍ତା ତିନିରୁ ଚାରି ଦିନ ମଧ୍ୟରେ ଏହି ଟଙ୍କା ୪୫ ଲକ୍ଷ କର୍ମଚାରୀଙ୍କ ଆକାଉଣ୍ଟରେ ଆସିବ ବୋଲି ଆଶା କରାଯାଉଛି । କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ପ୍ରତ୍ୟେକ ମାସର ଶେଷ ତାରିଖ ସୁଦ୍ଧା ଆସିଥାଏ ।

ତିନି ମାସର ବକେୟା ଦେବାକୁ ନିଷ୍ପତ୍ତି,ଜାଣନ୍ତୁ...

ଗତ ମାସରେ, କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଏବଂ କର୍ମଚାରୀଙ୍କ ମହଙ୍ଗା ରିଲିଫ୍ (DR) ସରକାରଙ୍କ ଦ୍ୱାରା ୩ ପ୍ରତିଶତ ବୃଦ୍ଧି କରାଯାଇଛି । ଏହା ପରେ ଏହା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ଜାନୁଆରୀ ୧ ରୁ ଡିଏ ବୃଦ୍ଧିକୁ କାର୍ଯ୍ୟକାରୀ କରିବା ଏବଂ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏଭଳି ପରିସ୍ଥିତିରେ ଏପ୍ରିଲ ମାସର ଦରମା ମେ ୨ ରେ ଆସିବ ବୋଲି ଆଶା କରାଯାଉଛି ।

୪୫ ଲକ୍ଷ କର୍ମଚାରୀ ଲାଭ ପାଇବେ,ଜାଣନ୍ତୁ...

ଏପ୍ରିଲ୍ ଦରମା ବର୍ଦ୍ଧିତ ଡିଏ (DA)ଏବଂ ତିନି ମାସର ବକେୟା (ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚ) ସହିତ ହିଁ ଆସିବ । ଏଥିରେ ୪୫ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ (Central Government Employees)ଏବଂ ୬୫ ଲକ୍ଷ ପେନସନଭୋଗୀ (pensioners)ଏହି ସୁବିଧା ପାଇବାକୁ ଯାଉଛନ୍ତି ।

ବର୍ଦ୍ଧିତ DA ର ଗଣିତ କଣ? ଜାଣନ୍ତୁ...

ମହଙ୍ଗା ଭତ୍ତା ୩୪ ପ୍ରତିଶତ ହୋଇଥିବାରୁ ୧୮ ହଜାର ମୌଳିକ ବେତନ ଥିବା କର୍ମଚାରୀମାନେ ୬୧୨୦ ଟଙ୍କା DA ପାଇବେ । ବର୍ତ୍ତମାନ, ସେମାନେ ୩୧% ହାରରେ ୫,୫୮୦ ଟଙ୍କା ପାଉଥିଲେ । ଅର୍ଥାତ୍ ପ୍ରତି ମାସରେ ଦରମା ୫୪୦ ଟଙ୍କା ବୃଦ୍ଧି ପାଇଲା । ଏପ୍ରିଲ୍ ର ଦରମା ସହିତ, ୩ ମାସର ଡିଏ ବକେୟା ଆସିବ । ଏଭଳି ପରିସ୍ଥିତିରେ ମାର୍ଚ୍ଚ ମାସ ପାଇଁ ଦରମା ୨,୧୬୦ ଟଙ୍କା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

୬,୮୨୮ଟଙ୍କା ବୃଦ୍ଧି ପାଇବ,ଜାଣନ୍ତୁ...

ଯେଉଁମାନଙ୍କର ମୌଳିକ ଦରମା ୫୬,୯୦୦ଟଙ୍କା, ସେମାନଙ୍କର ଡିଏ ୧୯,୩୪୬ ଟଙ୍କା ହେବ । ଏହା ପୂର୍ବରୁ ଏହା ୩୧ ପ୍ରତିଶତ ତୁଳନାରେ ୧୭,୬୩୯ଟଙ୍କା ଥିଲା । ଅର୍ଥାତ୍ ପ୍ରତି ମାସରେ ଦରମା ୧,୭୦୭ ଟଙ୍କା ବୃଦ୍ଧି ପାଇଲା । ଏଭଳି ପରିସ୍ଥିତିରେ ମାର୍ଚ୍ଚ ତୁଳନାରେ ଏଥର ୬,୮୨୮ ଟଙ୍କା ଅଧିକ ଆସିବ ବୋଲି ଆଶା କରାଯାଉଛି ।

ପ୍ରକାଶ ଥାଉ ଯେ, ଡିଏ (DA)ବୃଦ୍ଧି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀମାନେ ଜାନୁଆରୀ 2020 ରୁ ଜୁନ୍ 2021 ମଧ୍ୟରେ ବକେୟା ପାଇବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏହି ଡିଏ (DA)ବକେୟା ସରକାର ପୂର୍ବରୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି । ଯାହା ପରେ କର୍ମଚାରୀମାନେ ବହୁତ ନିରାଶ ହୁଅନ୍ତି ।

ସରକାରୀ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ, ବଢ଼ିଲା ଦରମା

କେନ୍ଦ୍ରୀୟ କର୍ମଚାରୀଙ୍କ DAରେ ଲାଗିବ ରୋକ! ଜାଣନ୍ତୁ ପୂରା ତଥ୍ୟା...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments