
7th pay commission central government employees house rent allowance revision after da hike
ଗତ ଦିନରେ ମହଙ୍ଗା ଭତ୍ତା ବୃଦ୍ଧି ପରେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees)ଙ୍କ ପାଇଁ ଏକ ବଡ଼ ଖବର (Big News) ଆସୁଛି । ମହଙ୍ଗା ଭତ୍ତା (ଡିଏ)କୁ ୩୧ ରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯିବା ପରେ ଘର ଭଡା ଭତ୍ତା ବୃଦ୍ଧି କରିବାକୁ ଏକ ପ୍ରସ୍ତୁତି ଚାଲିଛି । ଡିଏ (DA)ର ବୃଦ୍ଧି ସହିତ, ଅନ୍ୟାନ୍ୟ ଭତ୍ତା ମଧ୍ୟ ବୃଦ୍ଧି ପାଇଥାଏ ।
DA ବୃଦ୍ଧି ସହିତ HRA ସଂଶୋଧନ ହୁଏ,ଜାଣନ୍ତୁ...
ଜୁଲାଇରେ HRA ସଂଶୋଧିତ ହୋଇଥିଲା ଯେତେବେଳେ ମହଙ୍ଗା ଭତ୍ତା ୨୫%ରୁ ଅଧିକ ହୋଇଗଲା । ୨୦୨୧ ଜୁଲାଇରେ ସରକାର ମହଙ୍ଗା ଭତ୍ତାକୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ସମ୍ପ୍ରତି, HRA ହାର ୨୭%, ୧୮% ଓ ୯%। ବର୍ତ୍ତମାନ ସେହି ମହଙ୍ଗା ଭତ୍ତା ୩୪% କୁ ବୃଦ୍ଧି ପାଇଛି, ତେବେ HRA ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କିନ୍ତୁ ପ୍ରଶ୍ନ ହେଉଛି, DA ପରେ HRAର ପରବର୍ତ୍ତୀ ସଂଶୋଧନ କେବେ ହେବ?
ମହଙ୍ଗା ଭତ୍ତା ଆଧାରରେ HRAରେ ପରିବର୍ତ୍ତନ,ଜାଣନ୍ତୁ...
ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (DoPT) ଅନୁଯାୟୀ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ HRAରେ ପରିବର୍ତ୍ତନ ମହଙ୍ଗା ଭତ୍ତା ଆଧାରରେ । ୨୦୨୧ ଜୁଲାଇ ୧ରୁ ବିଦ୍ୟମାନ ୨୭ ପ୍ରତିଶତ, ୧୮ ପ୍ରତିଶତ ଓ ୯ ପ୍ରତିଶତ ହାର ପ୍ରଯୁଜ୍ୟ । ୨୦୧୬ରେ ସରକାର ଦେଇଥିବା ସ୍ମାରକପତ୍ରରେ କୁହାଯାଇଥିଲା ଯେ, HRA ବୃଦ୍ଧି କରୁଥିବାବେଳେ, ସମୟ ସମୟରେ ଡିଏ (DA)କୁ ସଂଶୋଧନ କରାଯିବ ।
ତିନି ପ୍ରତିଶତ ସମ୍ଭାବ୍ୟ ବୃଦ୍ଧି,ଜାଣନ୍ତୁ...
ପ୍ରକାଶ ଥାଉ ଯେ, ଘର ଭଡା ଭତ୍ତାର ପରବର୍ତ୍ତୀ ସଂଶୋଧନ ୩% ହୋଇପାରେ। ବିଦ୍ୟମାନ ୨୭ ପ୍ରତିଶତରୁ ସର୍ବାଧିକ HRA ହାର ୩୦ ପ୍ରତିଶତକୁ ବୃଦ୍ଧି କରାଯିବ । କିନ୍ତୁ, ଏହା ଘଟିବ ଯେତେବେଳେ ମହଙ୍ଗା ଭତ୍ତା ସଂଶୋଧନ ୫୦% ଅତିକ୍ରମ କରିବ । ସ୍ମାରକପତ୍ର ଅନୁଯାୟୀ, ଯଦି ଡିଏ ୫୦% ଅତିକ୍ରମ କରେ, HRA ୩୦%, ୨୦% ଓ ୧୦% ହେବ ।
Share your comments