1. କୃଷି ଖବର

7th Pay Commission: DAକୁ ନେଇ ଆସିଲା ବଡ଼ ଖବର; ବଢ଼ିଲା କର୍ମଚାରୀଙ୍କ ଦରମା,ଜାଣନ୍ତୁ କେତେ?

କେନ୍ଦ୍ର ସରକାର ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ଓ ମୁଦ୍ରାସ୍ଫୀତି ହାର ଅନୁଯାୟୀ କେନ୍ଦ୍ରୀୟ ପେନସନଭୋଗୀଙ୍କ ପାଇଁ ମହାଙ୍ଗା ଭତ୍ତା ବୃଦ୍ଧି କରିବେ । କର୍ମଚାରୀମାନଙ୍କୁ ଜୁଲାଇ ମାସରୁ ଏହି ଲାଭ ମିଳିବା ଆରମ୍ଭ ହେବ । ତେବେ ଏହା ଏବେ ପର୍ଯ୍ଯନ୍ତ ଘୋଷଣା କରାଯାଇନାହଁ । ସରକାରୀ କର୍ମଚାରୀମାନେ DA ଓ ପେନସନ ଭୋଗୀମାନେ ଡିଆର ପାଆନ୍ତି ।

Sudesna Nayak
Sudesna Nayak
7th Pay Commission employees another hike in da dr expected government employees may get more money check details

7th Pay Commission employees another hike in da dr expected government employees may get more money check details

କେନ୍ଦ୍ର ସରକାର (Central Government) ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ DA ଓ ମୁଦ୍ରାସ୍ଫୀତି ହାର ଅନୁଯାୟୀ କେନ୍ଦ୍ରୀୟ ପେନସନଭୋଗୀ (Pensioners)ଙ୍କ ପାଇଁ ମହାଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିବେ । କର୍ମଚାରୀମାନଙ୍କୁ ଜୁଲାଇ (July)ମାସରୁ ଏହି ଲାଭ ମିଳିବା ଆରମ୍ଭ ହେବ । ତେବେ ଏହା ଏବେ ପର୍ଯ୍ଯନ୍ତ ଘୋଷଣା କରାଯାଇନାହଁ । ସରକାରୀ କର୍ମଚାରୀମାନେ DA ଓ ପେନସନ ଭୋଗୀ (Pensioners)ମାନେ ଡିଆର ପାଆନ୍ତି ।

ସୂଚନା ଅନୁଯାୟୀ, ସାଧାରଣତଃ ଅଗଷ୍ଟ କିମ୍ୱା ସେପ୍ଟେମ୍ୱର ମାସରେ ମହଙ୍ଗା ଭତ୍ତା (Dearness Allowance) ଓ ରିଲିଫ ଘୋଷଣା କରାଯାଏ । କିନ୍ତୁ ଏହାର ଲାଭ ଜୁଲାଇ (July)ରୁ ଆରମ୍ଭ ହୋଇଥାଏ ।

ବାସ୍ତବରେ, ଏପ୍ରିଲ ମାସରେ AICPI ସୂଚକାଙ୍କ ୧୨୭ ପଏଣ୍ଟରେ ପହଞ୍ଚିଛି । ମୁଦ୍ରାସ୍ଫୀତ ମଧ୍ଯ ଛଅ ପ୍ରତିଶତରୁ ଅଧିକ । ଏଭଳି ପରିସ୍ଥିତିରେ ସରକାରୀ କର୍ମଚାରୀ DA 5 ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି କଳ୍ପନା କରାଯାଉଛି । ଯଦି ଏହା ଘଟେ କର୍ମଚାରୀଙ୍କ DA ୩୪ ପ୍ରତିଶତରୁ ୩୯ ପ୍ରତିଶତକୁ ବୃଦ୍ଧି ପାଇପାରେ । କର୍ମଚାରୀ (Employees)ଙ୍କ ଦରମା ୩୪,୦୦୦ ହଜାରରୁ ଅଧିକ ହୋଇପାରେ ।

ଏହା ପୂର୍ବରୁ ଜାନୁଆରୀରେ ସପ୍ତମ ବେତନ ଆୟୋଗ ଅଧୀନରେ କେନ୍ଦ୍ର ସରକାର କର୍ମଚାରୀଙ୍କ DAକୁ ୩୧ ରୁ ୩୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । AICPI ସୂଚକାଙ୍କ ବୃଦ୍ଧି ପରେ ଏହା ଘଟିଛି । ବର୍ତ୍ତମାନ ଏପ୍ରିଲରେ ଖୁଚୁରା ମୁଦ୍ରାସ୍ପୀତି ୭.୭୯ ପ୍ରତିଶତରେ ପହଞ୍ଚିଛି ।

ପ୍ରକାଶ ଥାଉ ଯେ, କେନ୍ଦ୍ରୀୟ କର୍ମଚାରୀମାନେ ୩୪ ପ୍ରତିଶତ ପାଇଛନ୍ତି । ଯଦି ଏହା ୩୪ ପ୍ରତିଶତକୁ ବୃଦ୍ଧି କରାଯାଏ, ତେବେ କର୍ମଚାରୀଙ୍କ ଦରମା ଟଙ୍କା ୨୮,୦୦୦ ପର୍ଯ୍ଯନ୍ତ ବୃଦ୍ଧି ପାଇପାରେ । ଏହା ବାର୍ଷିକ ୩୪,୧୪୦ ପ୍ରାୟ ଟଙ୍କା ବୃଦ୍ଧି ପାଇବ । ଯଦି ସରକାର DA ବୃଦ୍ଧି କରନ୍ତି, ତେବେ ୫୦ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଓ ୬୫ ଲକ୍ଷରୁ ପେନସନଭୋଗୀ (Pensioners) ଉପକୃତ ହେବେ ।

କେନ୍ଦ୍ର କର୍ମଚାରୀଙ୍କ ବେତନରେ ବଡ଼ ପରିବର୍ତ୍ତନ,ଜାଣନ୍ତୁ...

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଖୁସିଖବର, ଜୁଲାଇରେ ବଢ଼ିବ DA,EPF ସହ ଅନ୍ୟ ଭତ୍ତା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments