1. କୃଷି ଖବର

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଖୁସିଖବର, ଜୁଲାଇରେ ବଢ଼ିବ DA,EPF ସହ ଅନ୍ୟ ଭତ୍ତା

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର । ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ହେବାକୁ ଯାଉଛି । ଜୁଲାଇରେ DA ୫ ରୁ ୬ ପ୍ରତିଶତ ବଢ଼ିପାରେ । ଏହାପରେ PF ଏବଂ Gratuity ରେ ମଧ୍ୟ ବୃଦ୍ଧି ହୋଇପାରେ । ଏବେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତ ରହିଛି ।

Sudesna Nayak
Sudesna Nayak
7th pay commission da epf will hike in july

7th pay commission da epf will hike in july

କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ ପାଇଁ ବଡ଼ ଖୁସି ଖବର (GOOD NEWS) । ପୁଣି ଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ହେବାକୁ ଯାଉଛି । ଜୁଲାଇ (JULY)ରେ DA ୫ ରୁ ୬ ପ୍ରତିଶତ ବଢ଼ିପାରେ । ଏହାପରେ PF ଏବଂ Gratuity ରେ ମଧ୍ୟ ବୃଦ୍ଧି ହୋଇପାରେ । ଏବେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତ ରହିଛି ।

ସୂଚନା ଅନୁୟାୟୀ, DA ବଢ଼ିବା ପରେ ଟ୍ରାଭେଲ ଆଲାଉନ୍ସ, ସିଟି ଆଲାଉନ୍ସ ମଧ୍ୟ ବଢ଼ିବ । ଏବଂ ଏହା ସହ ପ୍ରୋଭିଡେଣ୍ଟ ଫଣ୍ଡ୍ ଏବଂ ଗ୍ରାଚ୍ୟୁଟିରେ ମଧ୍ୟ ବମ୍ପର ବୃଦ୍ଧି ହେବ । ଅର୍ଥାତ୍ ମୋଟ ଦରମାରେ ଜବରଦସ୍ତ ବୃଦ୍ଧି ହେବ ।

ରିପୋର୍ଟ ଅନୂଯାୟୀ, କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ ମାସିକ ପିଏଫ୍ ଏବଂ ଗ୍ରାଚ୍ୟୁଟିର ଗଣନା ମୂଳଦରମା+ଡିଏ ହୋଇଥାଏ । ଯଦି DA ବଢ଼ିବ ତେବେ ନିଶ୍ଚୟ ପିଏଫ ଏବଂ ଗ୍ରାଚ୍ୟୁଟି ମଧ୍ୟ ବଢ଼ିବ ।

ସୂଚନାଯୋଗ୍ୟ, ଗତବର୍ଷ କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ DA ୧୭ ପ୍ରତିଶତ ବୃଦ୍ଧି ହୋଇଛି । ଜୁନ୍ ୨୦୨୧ ରୁ ଏପର୍ଯ୍ୟନ୍ତ ଡିଏ ୧୭ ପ୍ରତିଶତ ରୁ ୩୪ ପ୍ରତିଶତରେ ପହଞ୍ଚିଛି । ଏମିତିରେ ଇପିଏଫ୍ ଏବଂ ଗ୍ରାଚ୍ୟୁଟି ରାଶିରେ ବୃଦ୍ଧି ହୋଇପାରେ ।

DA ବଢ଼ିବାର ପ୍ରଭାବ ଟିଏ ଉପରେ ମଧ୍ୟ ପଡ଼ିଥାଏ । DA ୩୪ ପ୍ରତିଶତ ହୋଇଛି ତେବେ TA ମଧ୍ୟ ବଢ଼ିବ ।

ପ୍ରକାଶ ଥାଉ ଯେ, ଏଆଇସିପିଆଇର ଅନୁମାନ ଆଧାରରେ ଜୁଲାଇରେ ଏହି ବୃଦ୍ଧି ହୋଇପାରେ । ଯଦି ମେ’ମାସର ସଂଖ୍ୟାରେ ବୃଦ୍ଧି ହୁଏ ତେବେ ନିଶ୍ଚିତ ଭାବରେ ୬% ପର୍ଯ୍ୟନ୍ତ DA ବୃଦ୍ଧି ହେବ । ଏହା ବ୍ୟତୀତ ୧୮ ମାସ ଧରି ଅଟକି ରହିଥିବା ଏରିୟର ଉପରେ ମଧ୍ୟ ନିଷ୍ପତ୍ତି ହେବ ।

କେନ୍ଦ୍ର କର୍ମଚାରୀଙ୍କ ବେତନରେ ବଡ଼ ପରିବର୍ତ୍ତନ, ମହଙ୍ଗା ଭତ୍ତା ସହ ବଢ଼ିବ ଏହି ୩ଟି ଜିନିଷ,ଜାଣନ୍ତୁ...

ସରକାର କର୍ମଚାରୀଙ୍କ ପାଇଁ ବଡ ଖବର, ମହଙ୍ଗା ଭତ୍ତାରେ ବୃଦ୍ଧି!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments