1. କୃଷି ଖବର

କେନ୍ଦ୍ର କର୍ମଚାରୀଙ୍କ ବେତନରେ ବଡ଼ ପରିବର୍ତ୍ତନ, ମହଙ୍ଗା ଭତ୍ତା ସହ ବଢ଼ିବ ଏହି ୩ଟି ଜିନିଷ,ଜାଣନ୍ତୁ...

ଚଳିତ ବର୍ଷ ଜୁଲାଇ ମାସରେ ସରକାରୀ କର୍ମଚାରୀଙ୍କ ପାଇଁ ଅନେକ ଖୁସିଖବର ଆସିବାକୁ ଯାଉଛି । ଏହି କର୍ମଚାରୀଙ୍କ ବେତନରେ ଏକ ବଡ଼ ଧରଣର ବୃଦ୍ଧି ଆଶା କରାଯାଏ, କାରଣ ଏଥର ଜୁଲାଇରେ ଅନ୍ୟାନ୍ୟ ଜିନିଷ ସହିତ ୫ ପ୍ରତିଶତ ମହଙ୍ଗା ଭତ୍ତାରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି ।

Sudesna Nayak
Sudesna Nayak
7th pay commission these three things are expected to increase with da central employees salary

7th pay commission these three things are expected to increase with da central employees salary

ଚଳିତ ବର୍ଷ ଜୁଲାଇ ମାସରେ ସରକାରୀ କର୍ମଚାରୀ (Government Employees)ଙ୍କ ପାଇଁ ଅନେକ ଖୁସିଖବର (GOOD NEWS) ଆସିବାକୁ ଯାଉଛି । ଏହି କର୍ମଚାରୀଙ୍କ ବେତନ (Salary Hike) ରେ ଏକ ବଡ଼ ଧରଣର ବୃଦ୍ଧି ଆଶା କରାଯାଏ, କାରଣ ଏଥର ଜୁଲାଇରେ ଅନ୍ୟାନ୍ୟ ଜିନିଷ ସହିତ ୫ ପ୍ରତିଶତ ମହଙ୍ଗା ଭତ୍ତା (Dearness Allowance)ରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୫ ପ୍ରତିଶତ ବୃଦ୍ଧି କରନ୍ତି, ତେବେ ସେମାନଙ୍କୁ ୩୯ ପ୍ରତିଶତ ହାରରେ DA ଦିଆଯିବ ।

ସୂଚନା ଅନୁୟାୟୀ, ମହଙ୍ଗା ଭତ୍ତା ହାରରେ ବୃଦ୍ଧି ପରେ ଚର୍ଚ୍ଚା ହେଉଛି ଯେ ଜୁଲାଇରେ ମହଙ୍ଗା ଭତ୍ତା (DA)ବୃଦ୍ଧି, ୧୮ ମାସର ବକେୟା ପାଉଣା ଏବଂ ପ୍ରୋଭିଡେଣ୍ଟ ଫଣ୍ଡ (PF) ଉପରେ ସୁଧ ପରିବର୍ତ୍ତନ ହୋଇପାରେ । ଅଲ ଇଣ୍ଡିଆ CPI-IW ତଥ୍ୟ ଅନୁଯାୟୀ, କର୍ମଚାରୀମାନଙ୍କୁ ଜୁଲାଇରେ ୩୯ ପ୍ରତିଶତ DA ମିଳିପାରେ । ଅର୍ଥାତ ମହଙ୍ଗା ଭତ୍ତାରେ ୫ ପ୍ରତିଶତ ବୃଦ୍ଧି ହୋଇପାରେ । ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କ ବାର୍ଷିକ ପ୍ରାୟ ୪୦ ହଜାର ଟଙ୍କା ବୃଦ୍ଧି ପାଇବ ।

୧୮ ମାସର ବକେୟା ରାଶି,ଜାଣନ୍ତୁ...

ବକେୟା ୧୮ ମାସର ମହଙ୍ଗା ଭତ୍ତାକୁ ନେଇ ପୁଣି ଥରେ ଆଲୋଚନା ଜୋର ଧରିଛି । ଯଦି କିଛି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ୧୮ ମାସର DA ବକେୟାର ପୈଠ ହୋଇପାରେ । ଯଦି ଏହାକୁ କେନ୍ଦ୍ର ସରକାର ପ୍ରଦାନ କରନ୍ତି ତେବେ କର୍ମଚାରୀମାନେ ଏକକାଳୀନ ୨ ଲକ୍ଷ ଟଙ୍କା ବକେୟା ପାଇବେ । କର୍ମଚାରୀଙ୍କ ବକେୟା DA କର୍ମଚାରୀଙ୍କ ବେତନ ବ୍ୟାଣ୍ଡ ଓ ସରଞ୍ଚନା ଉପରେ ନିର୍ଭର କରିବ ।

ଖୁବ ଶୀଘ୍ର ଜାରି ହେବ ସୁଧ ପଇସା,ଜାଣନ୍ତୁ...

କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ବୋର୍ଡ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଦସ୍ୟଙ୍କ ଆକାଉଣ୍ଟରେ PF ଉପରେ ବାର୍ଷିକ ୮.୧୦ ପ୍ରତିଶତ ସୁଧ ହାର ଜମା କରିବ । ସରକାରୀ ଗେଜେଟରେ ସୁଧ ହାରକୁ ଆନୁଷ୍ଠାନିକ ଭାବରେ ସୂଚିତ କରାଯିବା ପରେ ହିଁ ଇପିଏଫ୍ (EPF)ଖୁବ୍ ଶୀଘ୍ର ନିଜର ଗ୍ରାହକଙ୍କ ଆକାଉଣ୍ଟରେ ସୁଧ ହାରକୁ କ୍ରେଡିଟ୍ କରିବା ଆରମ୍ଭ କରିବ ।

ଫିଟମେଣ୍ଟ ଫ୍ୟାକ୍ଟର ମଧ୍ୟ ବଢ଼ିବାର ରହିଛି ସମ୍ଭାବନା,ଜାଣନ୍ତୁ...

ଏଥି ସହିତ ସରକାରୀ କର୍ମଚାରୀଙ୍କ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ବୃଦ୍ଧି ହେବାର ଆଶା କରାଯାଉଛି । କାରଣ ଯଦି ଡିଏ ୫ ପ୍ରତିଶତ ବୃଦ୍ଧି ହୁଏ, ତେବେ କର୍ମଚାରୀଙ୍କ ବେସିକ୍ ବା ମୂଳ ଦରମା ମଧ୍ୟ ବୃଦ୍ଧି କରାଯାଇପାରେ । ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮୦୦୦ ରୁ ୨୧ ହଜାର ଟଙ୍କା ହେବ ।

ଆପଣଙ୍କୁ କହିରଖୁଛୁ ଯେ, ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଆଧାରରେ ଜାନୁଆରୀ ଓ ଜୁଲାଇରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର DA ଓ DR କୁ ସଂଶୋଧନ କରନ୍ତି । ଦେଶରେ ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଆକଳନଠାରୁ ଅଧିକ ପହଞ୍ଚିଛି । ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସହନଶୀଳତା ସ୍ତରରୁ ୬ ପ୍ରତିଶତରୁ ଉପକୁ ଅତିକ୍ରମ କରିଛି । ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭୯ ପ୍ରତିଶତକୁ ବୃଦ୍ଧିଥିଲା, ଯାହା ମାର୍ଚ୍ଚରେ ୬.୯୫ ପ୍ରତିଶତ ଥିଲା ।

ପ୍ରକାଶ ଥାଉ ଯେ, କେନ୍ଦ୍ର କର୍ମଚାରୀ (Central Government Employees)ଙ୍କ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାସହ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ସେପଟେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଜୁଲାଇରେ ସଂଶୋଧିତ ହେବ । ଏହାର ଆଧାର ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ହେବ । ଜାନୁଆରୀ, ଫେବୃଆରୀରେ ଏଥିରେ ହ୍ରାସ ଘଟିଥିଲା ​​କିନ୍ତୁ ମାର୍ଚ୍ଚରେ ବୃଦ୍ଧି ଦେଖାଦେଇଛି ।

ସରକାର କର୍ମଚାରୀଙ୍କ ପାଇଁ ବଡ ଖବର, ମହଙ୍ଗା ଭତ୍ତାରେ ବୃଦ୍ଧି!

ଆଉ ରହିବନି ପେନସନର ଟେନସନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments