News

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦ୍ୱିଗୁଣିତ ହେବ ଦରମା

୨୦୨୩ ନୂଆ ବର୍ଷ ଆରମ୍ଭ ହେଉ ହେଉ ସରକାର ଦେବାକୁ ଯାଉଛନ୍ତି ଖୁସି ଖବର । ଚଳିଚ ବର୍ଷ ଯେପରି ସମସ୍ତଙ୍କ ପାଇଁ ସୁଖ-ସମୃଦ୍ଧି ଆଣିବ ସେ ନେଇ ସମସ୍ତେ ଆଶା କରୁଛନ୍ତି । ନୂଆବର୍ଷ ନୂଆ କିରଣ ସହିତ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଅପଡେଟ ଆସିଛି।

06 January, 2023 10:56 AM IST By: Priyambada Rana

୨୦୨୩ ନୂଆ ବର୍ଷ ଆରମ୍ଭ ହେଉ ହେଉ ସରକାର(Government) ଦେବାକୁ ଯାଉଛନ୍ତି ଖୁସି ଖବର । ଚଳିଚ ବର୍ଷ ଯେପରି ସମସ୍ତଙ୍କ ପାଇଁ ସୁଖ-ସମୃଦ୍ଧି ଆଣିବ ସେ ନେଇ ସମସ୍ତେ ଆଶା କରୁଛନ୍ତି । ନୂଆବର୍ଷ ନୂଆ କିରଣ ସହିତ କେନ୍ଦ୍ର କର୍ମଚାରୀ(Central government Employees)ଙ୍କ ପାଇଁ ଏକ ବଡ଼ ଅପଡେଟ ଆସିଛି। ଏହି ଅପଡେଟ ଅଧିନରେ ୫୨ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀଙ୍କ ଦରମା ଶୀଘ୍ର ବଢ଼ିବାକୁ ଯାଉଛି ।

ପୂର୍ବରୁ ୨୦୨୨ ଶେଷ ସୁଦ୍ଧା ସରକାର ଫିଟମେଣ୍ଟ ଫ୍ୟାକ୍ଟର ଉପରେ ନିଷ୍ପତ୍ତି ନେବେ ବୋଲି ଆଶା କରାଯାଉଥିଲା। କିନ୍ତୁ କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଗଲା, ବର୍ତ୍ତମାନ ନୂଆ ବର୍ଷ ଏହି ବିଷୟରେ ଏକ ନିଷ୍ପତ୍ତି ହୋଇପାରେ । ସରକାରଙ୍କୁ ପକ୍ଷରୁ ଶୀଘ୍ର ଫିଟମେଣ୍ଟ ଫ୍ୟାକ୍ଟରକୁ ସଂଶୋଧନ କରିବାର ଦାବି ଗ୍ରହଣ କରାଯାଇପାରେ ।ତେବେ ଫିଟମେଣ୍ଟ ଫ୍ୟାକ୍ଟରକୁ ପରିବର୍ତ୍ତନ କରିବା ପାଇଁ ଦୀର୍ଘ ଦିନ ଧରି କେନ୍ଦ୍ରୀୟ କର୍ମଚାରୀଙ୍କ ଦାବି ରହିଆସିଛି । ଏହା ଉପରେ ସୂତ୍ରରୁ ପ୍ରକାଶ ଯେ ଏହି ପ୍ରସଙ୍ଗରେ ଅନେକ ରାଉଣ୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଖବର ଅନୁଯାୟୀ, ସରକାର ଏହାକୁ ୨୦୨୪ ପୂର୍ବରୁ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି ଏବଂ ବଜେଟ୍ ପରେ ମାର୍ଚ୍ଚ ୨୦୨୩ ରେ ଏହା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇପାରେ । ଏହା ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେବ ଓ କେନ୍ଦ୍ରୀୟ କର୍ମଚାରୀଙ୍କ ବେତନରେ ବମ୍ପର ଜମ୍ପ ହେବ । ବର୍ତ୍ତମାନ ସରକାର ବଜେଟକୁ ଜନପ୍ରିୟ କରିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ।

କହିବାକୁ ଗଲେ, ସରକାରୀ କର୍ମଚାରୀଙ୍କ ଦରମାରେ ଫିଟମେଣ୍ଟ ଫ୍ୟାକ୍ଟରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିରେ ପରିବର୍ତ୍ତନ ସମଗ୍ର ଦରମାକୁ ପ୍ରଭାବିତ କରେ । ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ଫିଟମେଣ୍ଟ ଫ୍ୟାକ୍ଟର୍ ଅନୁଯାୟୀ ୨.୫୭ ପ୍ରତିଶତ ଅନୁଯାୟୀ ଦରମା ପାଇଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ ଠାରୁ ଏହାକୁ ୩.୬୮ ପ୍ରତିଶତକୁ ବୃଦ୍ଧି କରିବାକୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି । ମାର୍ଚ୍ଚରେ କେନ୍ଦ୍ରୀୟ କର୍ମଚାରୀଙ୍କ ପ୍ରିୟତା ଭତ୍ତା ମଧ୍ୟ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ସରକାରଙ୍କ ନୂଆ ଯୋଜନା, ଏବେ ଆପଣ ମାଗଣାରେ ଦେଖିପାରିବେ ଟିଭି

କଣ ନଖା ବା ନଖ ଭାଙ୍ଗିବାକୁ ନେଇ ଚିନ୍ତିତ କି ? ପଢ଼ନ୍ତୁ ପୂରା ଖବର...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)