1. କୃଷି ଖବର

7th pay commission : ଖୁସି ଖବର ; ମହଙ୍ଗା ଭତ୍ତା ସହ ୧୮ ମାସର ବକେୟା ରାଶି ମିଳିବ, ଜାଣନ୍ତୁ କେତେ ବଢ଼ିବ ଦରମା...

ସରକାର ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ବର୍ତ୍ତମାନ କେନ୍ଦ୍ର କର୍ମଚାରୀ Central Employees ମାନଙ୍କୁ ୩୧ ପ୍ରତିଶତ ଡିଏ DA ଦିଆଯାଉଛି । ହୋଲି ପୂର୍ବରୁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ପରେ ମୋଟ ଡିଏ DA ୩୪ ପ୍ରତିଶତକୁ ବୃଦ୍ଧି ପାଇବ ।

Sudesna Nayak
Sudesna Nayak
7th pay commission good news for central government employee

7th pay commission good news for central government employee

ସରକାର ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି । ବର୍ତ୍ତମାନ କେନ୍ଦ୍ର କର୍ମଚାରୀ Central Employees ମାନଙ୍କୁ ୩୧ ପ୍ରତିଶତ ଡିଏ (DA)ଦିଆଯାଉଛି । ହୋଲି (Holi)ପୂର୍ବରୁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ପରେ ମୋଟ ଡିଏ (DA) ୩୪ ପ୍ରତିଶତକୁ ବୃଦ୍ଧି ପାଇବ ।

ଡିଏ (DA) ବୃଦ୍ଧି ଉପରେ ସରକାରଙ୍କ ଘୋଷଣା ସପ୍ତମ ବେତନ ଆୟୋଗର ସୁପାରିଶ ଆଧାରରେ ହେବ । ଯଦି କେନ୍ଦ୍ର ସରକାର କର୍ମଚାରୀ (Central government employees)ଙ୍କ ଡିଏ (DA)କୁ ୩ ପ୍ରତିଶତ ବୃଦ୍ଧି କରନ୍ତି, ତେବେ ସେମାନଙ୍କ ଦରମା ଯଥେଷ୍ଟ ବୃଦ୍ଧି ପାଇବ ।

କେନ୍ଦ୍ର କର୍ମଚାରୀମାନେ (Central Employees) ମହଙ୍ଗା ଭତ୍ତା (Dearness Allowance), ମହଙ୍ଗା ରିଲିଫ୍ ( (Dearness Relief)ର ବକେୟା ଏବଂ ହାଉସିଂ ରେଣ୍ଟଲ୍ ଅଲାଉନ୍ସ (HRA) ର ବୃଦ୍ଧିକୁ ଅପେକ୍ଷା କରିଛନ୍ତି । କେନ୍ଦ୍ର ସରକାର (Central Government) ଖୁବ୍ ଶୀଘ୍ର ନିଜ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇପାରେ । ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପରେ ଓ ହୋଲି (Holi) ପୂର୍ବରୁ ମାର୍ଚ୍ଚ ୧୦ରେ ମହଙ୍ଗା ଭତ୍ତା ଡିଏ DA ବୃଦ୍ଧି ଘୋଷଣା କରାଯାଇପାରେ ବୋଲି ମନେ କରାଯାଉଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର (Central Government) ପୁଣି ଥରେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଓ ପେନସନଭୋଗୀ (Pensioners) ଙ୍କ ମହଙ୍ଗା ଭତ୍ତା ଡିଏ (DA)ଓ ମହଙ୍ଗା ରିଲିଫ୍ (Dearness Relief) ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । କର୍ମଚାରୀମାନେ ଯାହାର ଘୋଷଣାକୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଏହି ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ।

ରିପୋର୍ଟ ଅନୁଯାୟୀ, ମାର୍ଚ୍ଚରେ ମହଙ୍ଗା ଭତ୍ତା ଡିଏ (DA)ବୃଦ୍ଧି ଘୋଷଣା କରି କେନ୍ଦ୍ର ସରକାର Central Government ହୋଲି Holiର ଉପହାର ଦେଇପାରନ୍ତି । ଅର୍ଥାତ ଏହା ପରେ କେନ୍ଦ୍ର କର୍ମଚାରୀଙ୍କ ବେତନରେ ଏକ ବଡ଼ ବୃଦ୍ଧି ଘଟିବ ।

ବାସ୍ତବରେ, ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI) ତଥ୍ୟ ପ୍ରକାଶ ପାଇବା ପରେ କେନ୍ଦ୍ର କର୍ମଚାରୀଙ୍କ DA କୁ ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ କର୍ମଚାରୀମାନେ ୩୧ ପ୍ରତିଶତ DA ପାଉଛନ୍ତି । ଡିଏ ବୃଦ୍ଧି ଘୋଷଣା ପରେ ସେମାନେ ୩୪ ପ୍ରତିଶତ DA ପାଇବେ । ଏହି ବୃଦ୍ଧି ଜାନୁଆରୀ ୨୦୨୨ ପାଇଁ ହେବ ।

ଶ୍ରମ ମନ୍ତ୍ରଣାଳୟ ଅନୁଯାୟୀ, ଡିସେମ୍ବର ୨୦୨୧ ପାଇଁ AICPI-IW ତଥ୍ୟ ପ୍ରକାଶ ପାଇଛି, ଯେଉଁଥିରେ ସୂଚକାଙ୍କ ୦.୩ ପଏଣ୍ଟ ହ୍ରାସ ପାଇ ୧୨୫.୪ରେ ପହଞ୍ଚିଛି ଓ ସୂଚକାଙ୍କ ୧ ଅଙ୍କର କମି ସହ ୩୬୧1 ପଏଣ୍ଟରେ ପହଞ୍ଚିଛି । ଏହାର ଅର୍ଥ ହେଉଛି ମହଙ୍ଗା ଭତ୍ତା ପାଇଁ ହାରାହାରି ୧୨ ମାସର ସୂଚକାଙ୍କ ହେଉଛି ୩୫୧.୩୩ ଅର୍ଥାତ୍ ୩୪.୦୪% DA ହାରାହାରି ସୂଚକାଙ୍କରେ ରହିବ, କିନ୍ତୁ ଡିଏ ପୂର୍ଣ୍ଣାଙ୍କରେ ହିଁ ଦେୟ ହୋଇଥାଅ, ତେଣୁ ଜାନୁୟାରୀ ୨୦୨୨ ଠାରୁ ସମୁଦାୟ ୩୪% ହେବ, ଏପରି ପରିସ୍ଥିତିରେ କର୍ମଚାରୀଙ୍କ ୩ ଶତକଡା ମହଙ୍ଗା ଭତ୍ତାର ବୃଦ୍ଧି ସ୍ଥିର ହୋଇଛି ବୋଲି ମନେ କରାଯାଉଛି ।

ଏଭଳି ପରିସ୍ଥିତିରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାର ବୃଦ୍ଧି ପାଇଁ ରାସ୍ତା ମଧ୍ୟ ସଫା ହୋଇଯାଇଛି । ବର୍ତ୍ତମାନ ମନେ କରାଯାଉଛି ଯେ ହୋଲିରେ କେନ୍ଦ୍ର କର୍ମଚାରୀଙ୍କ ଭତ୍ତା ବୃଦ୍ଧି ଘୋଷଣା କରାଯାଇପାରେ ।

ବକେୟା ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି । କିନ୍ତୁ, ଡିଏ DAବୃଦ୍ଧି ଘୋଷଣା ସହିତ କର୍ମଚାରୀମାନେ ବେତନ କ୍ଷେତ୍ରରେ ବହୁତ ଲାଭବାନ ହେବେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଜଣେ କର୍ମଚାରୀଙ୍କ ମୌଳିକ ଦରମା Basic Salary ମାସକୁ ୩୦ ହଜାର ଟଙ୍କା ଅଟେ, ତେବେ ମହଙ୍ଗା ଭତ୍ତା ୩୪ ପ୍ରତିଶତ ହେବା ପରେ ତାଙ୍କ ଦରମା ମାସକୁ ୯୦୦ ଟଙ୍କା ବୃଦ୍ଧି ପାଇବ । ଅର୍ଥାତ୍ ବାର୍ଷିକ ଦରମା ୧୦,୮୦୦ ଟଙ୍କା ବୃଦ୍ଧି ପାଇବ ।

ସେହିଭଳି, ଯଦି ଆମେ କ୍ୟାବିନେଟ୍ ସଚିବ ସ୍ତରର ଅଧିକାରୀଙ୍କ ବିଷୟରେ ଆଲୋଚନା କରିବା, ତେବେ ସେମାନଙ୍କ ଦରମା ମାସକୁ ୭,୫୦୦ ଟଙ୍କା ବୃଦ୍ଧି ପାଇବ । ଅର୍ଥାତ୍ ସେମାନଙ୍କର ଦରମା ବାର୍ଷିକ ୯୦,୦୦୦ ଟଙ୍କା ବୃଦ୍ଧି ପାଇବ ।

ପ୍ରକାଶ ଥାଉ ଯେ, ମହଙ୍ଗା ଭତ୍ତା ବଢ଼ିବାରୁ ୪୮ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀ ଲାଭବାନ ହେବେ । ଏହା ପୂର୍ବରୁ ୨୦୨୨ ବଜେଟରେ ଘୋଷଣା କରାଯାଇପାରେ ବୋଲି ଏକ ସମ୍ଭାବନା ଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ । ଏବେ ଆଶା କରାଯାଉଛି ଯେ ଆଗାମୀ ନିର୍ବାଚନ ପୂର୍ବରୁ ସରକାର ଏହାକୁ ଘୋଷଣା କରିପାରନ୍ତି ।

7th Pay Commission:ଗୁଡ ନ୍ୟୁଜ ; ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ, ଜାଣନ୍ତୁ...

Pension New Rule: ଖୁସି ଖବର ; ପେନସନକୁ ନେଇ ସରକାର ଜାରୀ କଲେ ନୂଆ ନିୟମ, ଜାଣନ୍ତୁ କ'ଣ ?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments