News

କେନ୍ଦ୍ରୀୟ କର୍ମଚାରୀଙ୍କୁ ହୋଲି ଉପହାର ; ସରକାର ଦେଉଛନ୍ତି ୧୦ ହଜାର ଟଙ୍କା ଆଡଭାନ୍ସ, ଉଠାନ୍ତୁ ଲାଭ...

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ହୋଲି ଉପହାର । ସରକାର ଦେଉଛନ୍ତି ୧୦ହଜାର ଟଙ୍କା ଆଡଭାନ୍ସ । ଏପରି ଉଠାନ୍ତୁ ଲାଭ ।

22 February, 2022 12:45 PM IST By: Sudesna Nayak

କେନ୍ଦ୍ରୀୟ କର୍ମଚାରୀ (Central Employees)ଙ୍କ ପାଇଁ ଖୁସି ଖବର (Big News) । ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ସ୍କିମ୍ (Special Festival Advance Scheme) ଅଧୀନରେ ସରକାର କର୍ମଚାରୀମାନଙ୍କୁ ୧୦ ହଜାର ଟଙ୍କା ଦେଇପାରନ୍ତି । ଏହା ଅଧୀନରେ କର୍ମଚାରୀମାନେ ବିନା କୌଣସି ସୁଧରେ ସରକାରଙ୍କ ଠାରୁ ୧୦ ହଜାର ଟଙ୍କା ଆଡଭାନ୍ସ/ଅଗ୍ରୀମ ନେଇପାରିବେ ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର (Central Government)ଙ୍କ ଆଡଭାନ୍ସ ସ୍କିମ୍ ଅଧୀନରେ ସରକାର କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରିପାରନ୍ତି । ଅର୍ଥାତ୍ କେନ୍ଦ୍ରୀୟ କର୍ମଚାରୀମାନେ ହୋଲି ପର୍ବରେ ୧୦,୦୦୦ ଟଙ୍କା ଅଗ୍ରୀମ ନେଇପାରିବେ ଏବଂ ସବୁଠାରୁ ବଡ କଥା ହେଉଛି ଯେ ଏଥିରେ କୌଣସି ସୁଧ ଦେବାକୁ ପଡିବ ନାହିଁ । ଗତ ବର୍ଷ ମଧ୍ୟ କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ ପାଇଁ ସରକାର ଏହା ଘୋଷଣା କରିଥିଲେ ।

ସ୍ୱତନ୍ତ୍ର ପର୍ବ ପାଇଁ ଦିଆଯାଉଥିବା ଏହି ଆଡଭାନ୍ସ ପ୍ରୀ ଲୋଡେଡ୍ ହେବ । କେନ୍ଦ୍ର କର୍ମଚାରୀଙ୍କ ଏଟିଏମ୍ ରେ ପୂର୍ବରୁ ହିଁ ଟଙ୍କା ରହିବ । କର୍ମଚାରୀ ମାନେ କେବଳ ଏହାକୁ ଖର୍ଚ୍ଚ କରିବେ । ତେବେ ଏହି ଆଡଭାନ୍ସ ଟଙ୍କା ଫେରସ୍ତ ପାଇଁ ୧୦ଟି କିସ୍ତିର ବ୍ୟବସ୍ଥା ରହିବ । ଅର୍ଥାତ୍ ମାସକୁ ୧ ହଜାର ଟଙ୍କା ଦେଇ କେନ୍ଦ୍ର କର୍ମଚାରୀମାନେ ୧୦ ହଜାର ଟଙ୍କା ନେଇପାରିବେ ।

ପ୍ରକାଶ ଥାଉ ଯେ, ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଲିଭ୍ ଟ୍ରାଭେଲ୍ ଆଲାଉନ୍ସ(ଏଲଟିଏ)କୁ ମଧ୍ୟ ଦୁଇବର୍ଷ ଏକ୍ସଟେଣ୍ଡ୍ କରିଛନ୍ତି । ଏହାଦ୍ୱାରା କେନ୍ଦ୍ରୀୟ କମଚାରୀ (Central Government Employees)ମାନେ ପୂବତ୍ତୋର, ଲଦାଖ, ଆଣ୍ଡାମାନ୍-ନିକୋବର ଓ ଜମ୍ମୁ-କଶ୍ମୀରକୁ ଯାତ୍ରା କରିବା ପାଇଁ ଲିଭ୍ ଆଲାଉନ୍ସର ବ୍ୟବହାର ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ କରିପାରିବେ ।

7th pay commission : ସରକାରୀ କର୍ମଚାରୀଙ୍କୁ ଝଟକା ; ୧୮ ମାସର DA ବକେୟାକୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ...

7th Pay Commission:ଗୁଡ ନ୍ୟୁଜ ; ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)