1. କୃଷି ଖବର

7th pay commission : ସରକାରୀ କର୍ମଚାରୀଙ୍କୁ ଝଟକା ; ୧୮ ମାସର DA ବକେୟାକୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ...

କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଅଛି । କର୍ମଚାରୀମାନେ ୧୮ ମାସ ଧରି ଯେଉଁ ଟଙ୍କା ପାଇଁ ଅପେକ୍ଷା କରୁଛନ୍ତି, ତାହାକୁ ନେଇ ଜୋରଦାର ଝଟକା ଲାଗିପାରେ ।

Sudesna Nayak
Sudesna Nayak
7th pay commission central government employees 18 months da arrears

7th pay commission central government employees 18 months da arrears

କେନ୍ଦ୍ର କର୍ମଚାରୀ (Central Employees)ଙ୍କ ପାଇଁ ଏକ ବଡ଼ ଖବର (Big News) ଅଛି । କର୍ମଚାରୀମାନେ ୧୮ ମାସ ଧରି ଯେଉଁ ଟଙ୍କା ପାଇଁ ଅପେକ୍ଷା କରୁଛନ୍ତି, ତାହାକୁ ନେଇ ଜୋରଦାର ଝଟକା ଲାଗିପାରେ ।

ସୂଚନା ଅନୁଯାୟୀ, ମହଙ୍ଗା ଭତ୍ତାର ବକେୟା (DA Arrear) ସମ୍ପର୍କରେ ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହା ଉପରେ କୌଣସି ବିଚାର କରାଯାଇ ନାହିଁ ।

ବାସ୍ତବରେ, ୧୮ ମାସର ଡିଏ (DA)ବକେୟା (18 Months DA Arrear)ଏପର୍ଯ୍ୟନ୍ତ ଏଜେଣ୍ଡାରେ ସାମିଲ କରାଯାଇ ନାହିଁ, ଯାହା ସ୍ପଷ୍ଟ କରୁଛି ଯେ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ସପକ୍ଷରେ ନାହାଁନ୍ତି । ଜାନୁୟାରୀ ୨୦୨୦ ରୁ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବକେୟା ଦେୟ (18 Months DA Arrear) ଉପରେ ସରକାର ବର୍ତ୍ତମାନ ରୋକ ଲଗାଇଛନ୍ତି । ସରକାରଙ୍କ ଦ୍ୱାରା ପ୍ରକାଶିତ ଏହି ବୟାନ କର୍ମଚାରୀମାନଙ୍କୁ ଏକ ବଡ଼ ଝଟକା ଦେଇଛି ।

କିନ୍ତୁ ଅନ୍ୟପକ୍ଷରେ, ହୋଲି (Holi)ଅବସରରେ ସରକାର ମହଙ୍ଗା ଭତ୍ତା (Dearness Allowance)ବୃଦ୍ଧି କରି କର୍ମଚାରୀଙ୍କୁ ବଡ଼ ଖୁସି ଖବର ଦେଇପାରନ୍ତି ।

ଉଲ୍ଲେଖନୀୟ ବିଷୟ ହେଉଛି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) କିଛି ଦିନ ପୂର୍ବରୁ ଏକ ବୟାନ ଜାରି କରି ସୂଚନା ଦେଇଛନ୍ତି ଯେ, କୋରୋନା (CORONA) ମହାମାରୀ ଯୋଗୁଁ ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତା ବନ୍ଦ କରାଯାଇଥିଲା, ଯାହାଫଳରେ ସରକାର ସେହି ଅର୍ଥରେ ଗରିବ ଓ ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିପାରିବେ ।

ମହାମାରୀ (CORONA) ସମୟରେ ସରକାରୀ ମନ୍ତ୍ରୀ ଓ ସାଂସଦଙ୍କ ଦରମା ମଧ୍ୟ କଟାଯାଇଥିଲା । ଏହା ସହିତ କେନ୍ଦ୍ର କର୍ମଚାରୀ (Central Employees)ଙ୍କ ବେତନରେ କୌଣସି କମି କରାଯାଇ ନାହିଁ କିମ୍ବା ଡିଏ (DA)କୁ ମଧ୍ୟ କଟାଯାଇ ନାହିଁ । ପୁରା ବର୍ଷ ଓ ଡିଏ (DA)ଏବଂ ତାଙ୍କ ଦରମା ପ୍ରଦାନ କରାଯାଇଥିଲା ।

ପ୍ରକାଶ ଥଉ ଯେ, ନ୍ୟାସନାଲ କାଉନସିଲ୍ ଅଫ୍ ଜେସିଏମ୍ ର ଶିବ ଗୋପାଳ ମିଶ୍ରାଙ୍କ ଅନୁଯାୟୀ, ଲେଭଲ୍ -1 କର୍ମଚାରୀଙ୍କ ଡିଏ (DA)ବକେୟା ୧୧,୮୮୦ରୁ ୩୭,୫୫୪ ଟଙ୍କା ମଧ୍ୟରେ ରହିଛି । ଯେତେବେଳେ କି, ଲେଭଲ୍ -13 (7th CPC basic pay scale ୧,୨୩,୧୦୦ ଟଙ୍କାରୁ ୨,୧୫,୯୦୦ ଟଙ୍କା) କିମ୍ବା ଲେଭଲ୍ -14 (7th CPC basic pay scale) ପାଇଁ ଜଣେ କର୍ମଚାରୀଙ୍କ ହାତରେ ଡିଏ (DA) ବକେୟା ୧,୪୪,୨୦୦ ଟଙ୍କାରୁ ୨,୧୮,୨୦୦ ଟଙ୍କା ମଧ୍ୟରେ ରହିଛି ।

7th pay commission : ଖୁସି ଖବର ; ମହଙ୍ଗା ଭତ୍ତା ସହ ୧୮ ମାସର ବକେୟା ରାଶି ମିଳିବ, ଜାଣନ୍ତୁ କେତେ ବଢ଼ିବ ଦରମା...

7th Pay Commission:ଗୁଡ ନ୍ୟୁଜ ; ହୋଲି ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇବ, ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments