News

କେନ୍ଦ୍ର କର୍ମଚାରୀଙ୍କ ବେତନରେ ବଡ଼ ପରିବର୍ତ୍ତନ,ଜାଣନ୍ତୁ...

ଚଳିତ ବର୍ଷ ଜୁଲାଇ ମାସରେ ସରକାରୀ କର୍ମଚାରୀଙ୍କ ପାଇଁ ଅନେକ ଖୁସିଖବର ଆସିବାକୁ ଯାଉଛି । ଏହି କର୍ମଚାରୀଙ୍କ ବେତନରେ ଏକ ବଡ଼ ଧରଣର ବୃଦ୍ଧି ଆଶା କରାଯାଏ, କାରଣ ଏଥର ଜୁଲାଇରେ ଅନ୍ୟାନ୍ୟ ଜିନିଷ ସହିତ ୫ ପ୍ରତିଶତ ମହଙ୍ଗା ଭତ୍ତାରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୫ ପ୍ରତିଶତ ବୃଦ୍ଧି କରନ୍ତି, ତେବେ ସେମାନଙ୍କୁ ୩୯ ପ୍ରତିଶତ ହାରରେ DA ଦିଆଯିବ ।

30 June, 2022 2:49 PM IST By: Sudesna Nayak

ଚଳିତ ବର୍ଷ ଜୁଲାଇ ମାସରେ ସରକାରୀ କର୍ମଚାରୀ (Government Employees)ଙ୍କ ପାଇଁ ଅନେକ ଖୁସିଖବର (GOOD NEWS) ଆସିବାକୁ ଯାଉଛି । ଏହି କର୍ମଚାରୀଙ୍କ ବେତନ (Salary Hike) ରେ ଏକ ବଡ଼ ଧରଣର ବୃଦ୍ଧି ଆଶା କରାଯାଏ, କାରଣ ଏଥର ଜୁଲାଇରେ ଅନ୍ୟାନ୍ୟ ଜିନିଷ ସହିତ ୫ ପ୍ରତିଶତ ମହଙ୍ଗା ଭତ୍ତା (Dearness Allowance)ରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଯଦି ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୫ ପ୍ରତିଶତ ବୃଦ୍ଧି କରନ୍ତି, ତେବେ ସେମାନଙ୍କୁ ୩୯ ପ୍ରତିଶତ ହାରରେ DA ଦିଆଯିବ ।

ସୂଚନା ଅନୁୟାୟୀ, ମହଙ୍ଗା ଭତ୍ତା ହାରରେ ବୃଦ୍ଧି ପରେ ଚର୍ଚ୍ଚା ହେଉଛି ଯେ ଜୁଲାଇରେ ମହଙ୍ଗା ଭତ୍ତା (DA)ବୃଦ୍ଧି, ୧୮ ମାସର ବକେୟା ପାଉଣା ଏବଂ ପ୍ରୋଭିଡେଣ୍ଟ ଫଣ୍ଡ (PF) ଉପରେ ସୁଧ ପରିବର୍ତ୍ତନ ହୋଇପାରେ । ଅଲ ଇଣ୍ଡିଆ CPI-IW ତଥ୍ୟ ଅନୁଯାୟୀ, କର୍ମଚାରୀମାନଙ୍କୁ ଜୁଲାଇରେ ୩୯ ପ୍ରତିଶତ DA ମିଳିପାରେ । ଅର୍ଥାତ ମହଙ୍ଗା ଭତ୍ତାରେ ୫ ପ୍ରତିଶତ ବୃଦ୍ଧି ହୋଇପାରେ । ଏଭଳି ପରିସ୍ଥିତିରେ କର୍ମଚାରୀମାନଙ୍କ ବାର୍ଷିକ ପ୍ରାୟ ୪୦ ହଜାର ଟଙ୍କା ବୃଦ୍ଧି ପାଇବ ।

୧୮ ମାସର ବକେୟା ରାଶି,ଜାଣନ୍ତୁ...

ବକେୟା 18 ମାସର ମହଙ୍ଗା ଭତ୍ତା ହିଁକୁ ନେଇ ପୁଣି ଥରେ ଆଲୋଚନା ଜୋର ଧରିଛି । ଯଦି କିଛି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଜାନୁୟାରୀ ୨୦୨୦ରୁ ଜୁନ ୨୦୨୧ ପର୍ଯ୍ୟନ୍ତ ୧୮ ମାସର DA ବକେୟାର ପୈଠ ହୋଇପାରେ । ଯଦି ଏହାକୁ କେନ୍ଦ୍ର ସରକାର ପ୍ରଦାନ କରନ୍ତି ତେବେ କର୍ମଚାରୀମାନେ ଏକକାଳୀନ ୨ ଲକ୍ଷ ଟଙ୍କା ବକେୟା ପାଇବେ । କର୍ମଚାରୀଙ୍କ ବକେୟା DA କର୍ମଚାରୀଙ୍କ ବେତନ ବ୍ୟାଣ୍ଡ ଓ ସରଞ୍ଚନା ଉପରେ ନିର୍ଭର କରିବ ।

ଖୁବ ଶୀଘ୍ର ଜାରି ହେବ ସୁଧ ପଇସା,ଜାଣନ୍ତୁ...

କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ବୋର୍ଡ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଦସ୍ୟଙ୍କ ଆକାଉଣ୍ଟରେ PF ଉପରେ ବାର୍ଷିକ ୮.୧୦ ପ୍ରତିଶତ ସୁଧ ହାର ଜମା କରିବ । ସରକାରୀ ଗେଜେଟରେ ସୁଧ ହାରକୁ ଆନୁଷ୍ଠାନିକ ଭାବରେ ସୂଚିତ କରାଯିବା ପରେ ହିଁ ଇପିଏଫ୍ (EPF)ଖୁବ୍ ଶୀଘ୍ର ନିଜର ଗ୍ରାହକଙ୍କ ଆକାଉଣ୍ଟରେ ସୁଧ ହାରକୁ ହିଁ କ୍ରେଡିଟ୍ କରିବା ଆରମ୍ଭ କରିବ ।

ଫିଟମେଣ୍ଟ ଫ୍ୟାକ୍ଟର ମଧ୍ୟ ବଢ଼ିବାର ରହିଛି ସମ୍ଭାବନା,ଜାଣନ୍ତୁ...

ଏଥି ସହିତ ସରକାରୀ କର୍ମଚାରୀଙ୍କ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର୍ (Fitment Factor) ବୃଦ୍ଧି ହେବାର ଆଶା କରାଯାଉଛି । କାରଣ ଯଦି ଡିଏ ୫ ପ୍ରତିଶତ ବୃଦ୍ଧି ହୁଏ, ତେବେ କର୍ମଚାରୀଙ୍କ ବେସିକ୍ ବା ମୂଳ ଦରମା ମଧ୍ୟ ବୃଦ୍ଧି କରାଯାଇପାରେ । ଏଭଳି ପରିସ୍ଥିତିରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮୦୦୦ ରୁ ୨୧ ହଜାର ଟଙ୍କା ହେବ ।

ଆପଣଙ୍କୁ କହିରଖୁଛୁ ଯେ, ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ଆଧାରରେ ଜାନୁଆରୀ ଓ ଜୁଲାଇରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର DA ଓ DR କୁ ସଂଶୋଧନ କରନ୍ତି । ଦେଶରେ ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଆକଳନଠାରୁ ଅଧିକ ପହଞ୍ଚିଛି । ଖୁଚୁରା ମୁଦ୍ରାସ୍ଫୀତି ଆରବିଆଇର ସହନଶୀଳତା ସ୍ତରରୁ ୬ ପ୍ରତିଶତରୁ ଉପକୁ ଅତିକ୍ରମ କରିଛି । ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୭୯ ପ୍ରତିଶତକୁ ବୃଦ୍ଧିଥିଲା, ଯାହା ମାର୍ଚ୍ଚରେ ୬.୯୫ ପ୍ରତିଶତ ଥିଲା ।

ପ୍ରକାଶ ଥାଉ ଯେ, କେନ୍ଦ୍ର କର୍ମଚାରୀ (Central Government Employees)ଙ୍କ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାସହ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ସେପଟେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଜୁଲାଇରେ ସଂଶୋଧିତ ହେବ । ଏହାର ଆଧାର ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ହେବ । ଜାନୁଆରୀ, ଫେବୃଆରୀରେ ଏଥିରେ ହ୍ରାସ ଘଟିଥିଲା ​​କିନ୍ତୁ ମାର୍ଚ୍ଚରେ ବୃଦ୍ଧି ଦେଖାଦେଇଛି ।

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଖୁସିଖବର, ଜୁଲାଇରେ ବଢ଼ିବ DA,EPF ସହ ଅନ୍ୟ ଭତ୍ତା

EPFO:ଖୁସିଖବର; ସରକାର ଆପଣଙ୍କ ଆକାଉଣ୍ଟରେ ପଠାଇବାକୁ ଯାଉଛନ୍ତି ଟଙ୍କା!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)