1. କୃଷି ଖବର

କୃଷି ପ୍ରବେଶିକା ପରୀକ୍ଷାରେ 91% ପାସ

ଆନ୍ଧ୍ରପ୍ରଦେଶର ଇଞ୍ଜିନିୟରିଂ, କୃଷି ଏବଂ ଫାର୍ମାସି ପ୍ରବେଶିକା ପରୀକ୍ଷା (AP EAPCET)- 2022 ପାଇଁ 91% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Shuvanshu Kar
Shuvanshu Kar
91% candidates qualify AP’s engineering, pharma and agriculture entrance test

91% candidates qualify AP’s engineering, pharma and agriculture entrance test

ଆନ୍ଧ୍ରପ୍ରଦେଶର ଇଞ୍ଜିନିୟରିଂ, କୃଷି ଏବଂ ଫାର୍ମାସି ପ୍ରବେଶିକା ପରୀକ୍ଷା (AP EAPCET)- 2022 ପାଇଁ 91% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆନ୍ଧ୍ରପ୍ରଦେଶ ଶିକ୍ଷା ମନ୍ତ୍ରୀ । ମଙ୍ଗଳବାର ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶ ପାଇଥିଲା ।

160 ମାର୍କ ପରୀକ୍ଷା ପାଇଁ ମୋଟ 2,82,496 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏଥିରେ ଯୋଗତ୍ୟା ହାସଲ ପାଇଁ ସର୍ବନିମ୍ନ ମାର୍କ ରହିଥିଲା 40 ମାର୍କ (25%) । ଏଥିରେ 2,56,983 (90.96%) ଯୋଗ୍ୟତା ହାସଲ କରିଛନ୍ତି ବୋଲି ରାଜ୍ୟର ଶିକ୍ଷାମନ୍ତ୍ରୀ ସତ୍ୟନାରାୟଣ କହିଛନ୍ତି। ଅନ୍ୟପକ୍ଷେ 25,513 ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ସଫଳ ହୋଇପାରି ନାହାନ୍ତି ।

ଶିକ୍ଷାମନ୍ତ୍ରୀ କହିଛନ୍ତି, ଇଞ୍ଜିନିୟରିଂ ଷ୍ଟ୍ରିମ୍ ପାଇଁ 1,94,752 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ 1,73,572 (89.12%) ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ଫାର୍ମାସି ଏବଂ କୃଷି ଷ୍ଟ୍ରିମ ପାଇଁ 87,744 ଜଣ ଏବଂ 83,411 (95.06%) ଯୋଗ୍ୟତା ହାସଲ କରିଥିବା କହିଛନ୍ତି ଶିକ୍ଷାମନ୍ତ୍ରୀ ।

ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଇଞ୍ଜିନିୟରିଂ କଲେଜରେ 1,48,282 ସିଟ୍ ଏବଂ ରାଜ୍ୟର 127 ଫାର୍ମାସି କଲେଜରେ 16,700 ସିଟ୍ ଏବଂ ଘରୋଇ କଲେଜଗୁଡ଼ିକରେ 35% ସିଟ୍ ପୁରଣ ପାଇଁ ଏହି ପରୀକ୍ଷା ହୋଇଥିଲା ।

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଏମିତି ଚେକ କରନ୍ତୁ ମାର୍କ...

ମାଟ୍ରିକ ସିଲାବସ୍‌ରେ ସାମିଲ ହେବ କୋଭିଡ୍ ପାଠ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments