1. କୃଷି ଖବର

ମାଟ୍ରିକ ସିଲାବସ୍‌ରେ ସାମିଲ ହେବ କୋଭିଡ୍ ପାଠ

ମାଟ୍ରିକ ସିଲାବସ୍‌ରେ କୋଭିଡ୍ ବିଷୟ ସଂପର୍କରେ ପିଲାଙ୍କୁ ପଢ଼ାଯିବ | ଏହି ସେସନ୍‌ରୁ ମାଟ୍ରିକର ଶହେ ପ୍ରତିଶତ ସିଲାବସ୍ ପାଠ ପଢ଼ାଯିବ । ଏହାସହ ପରୀକ୍ଷା ମଧ୍ୟ ସେହି ଅନୁସାରେ ହେବ | ପରୀକ୍ଷାରେ ମଧ୍ୟ କୋଭିଡ୍ ସମ୍ବନ୍ଧୀୟ ପ୍ରଶ୍ନ ଆସିବ |

Rajashree
Rajashree
Covid management nd climatic change will add in syllabus

Covid management nd climatic change will add in syllabus

ପିଲା ପଢିବେ କୋଭିଡ୍ ପାଠ | ୨୦୨୨-୨୩ ଶିକ୍ଷାବର୍ଷରୁ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍ ପରିଚାଳନା (covid syllabus)ଏଣିକି ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି |

ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ମାଟ୍ରିକ ସିଲାବସ୍‌ରେ କୋଭିଡ୍ (covid syllabus)ବିଷୟ ସଂପର୍କରେ ପିଲାଙ୍କୁ ପଢ଼ାଯିବ | ଏହି ସେସନ୍‌ରୁ ମାଟ୍ରିକର ଶହେ ପ୍ରତିଶତ ସିଲାବସ୍ ପାଠ ପଢ଼ାଯିବ । ଏହାସହ ପରୀକ୍ଷା ମଧ୍ୟ ସେହି ଅନୁସାରେ ହେବ | ପରୀକ୍ଷାରେ ମଧ୍ୟ କୋଭିଡ୍ ସମ୍ବନ୍ଧୀୟ (covid syllabus)ପ୍ରଶ୍ନ ଆସିବ | ବର୍ତ୍ତମାନ ରାଜ୍ୟରେ କିଛି ପରିମାଣର କୋଭିଡ୍ ବଳବତ୍ତର ଥିବାରୁ ସ୍କୁଲ ଆସୁଥିବା ପିଲାଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ ଏକ ଗାଇଡ୍ ଲାଇନ୍ ଜାରି କରିଛି | ରାଜ୍ୟର ସମସ୍ତ ସ୍କୁଲରେ ତାହା ପାଳନ କରାଯାଉଥିବା ମନ୍ତ୍ରୀ କହିଛନ୍ତି |

ଅପରପକ୍ଷେ, ମହାମାରୀ ଭିତରେ ଚଳିତ ବର୍ଷ ନୂଆ ପଦ୍ଧତିରେ ହୋଇଥିବା ମାଟ୍ରିକ ପରୀକ୍ଷା ରେଜଲ୍ଟ (Matric result) ପ୍ରକାଶ ପାଇଛି | ଏଥର ମାଟ୍ରିକ ପାସ୍ (Matric pass) ହାର ୯୦. ୫୫ ପ୍ରତିଶତ ରହିଛି | ସବୁ ବର୍ଷ ପରି ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି | ୧୧୭୦ ସ୍କୁଲରେ ଶତ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୩ଟି ସ୍କୁଲରେ ଜିରୋ ରେଜଲ୍ଟ ହୋଇଥିବା ଗଣଶିକ୍ଷା ପକ୍ଷରୁ ସୂଚନା ଦିଆଯାଇଛି |

ଫଳାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆସନ୍ତା ୧୧ରୁ ୨୫ ତାରିଖ ଯାଏଁ ଅନଲାଇନରେ ରିଚେକିଂ ପାଇଁ ଆବେଦନ କରିପାରିବେ । କରୋନା କାଳରେ(Covid time) ଲକଡାଉନ ଯୋଗୁଁ ୨ ବର୍ଷ ଧରି ଅଫଲାଇନ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ | କିନ୍ତୁ ଚଳିତଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଫଲାଇନ (Offline exam) ମୋଡ ତଥା ପରୀକ୍ଷା ହଲରେ ଦେଇଥିଲେ ମାଟ୍ରିକ ଏକଜାମ | ଏଥର ନୂଆ ପଦ୍ଧତିରେ ମୂଲ୍ୟାୟନ ହୋଇଥିଲା |

କୋରନାରେ ଲାଗୁନି ରୋକ,ରେଡ ଜୋନରେ ରାଜଧାନୀ

ସାବଧାନ !ଏହା ନେଇପାରେ ଆପଣଙ୍କ ଜୀବନ -୨

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments