1. କୃଷି ଖବର

ବିଦେଶ ମାଟିରେ କମାଲ କରିଥିବା ଦିଲ୍ଲୀ ଦାଦିଙ୍କ କାହାଣୀ...

94 ବର୍ଷର ଦାଦି ଭଗବାନୀ ଦେବୀ ଫିନଲାଣ୍ଡରେ ଭାରତକୁ ଗୌରବାନ୍ବିତ କରିଛନ୍ତି । ବୟସର ଅପରାହ୍ନରେ ଯେବେ ସମସ୍ତେ ପାଦେ ଚାଲିବାକୁ ଅସମର୍ଥ ଥାନ୍ତି, ସେହି ସମୟରେ ଭଗବାନୀ ଦେବୀ ଦିଲ୍ଲୀରୁ ବାହାରି ଫିନଲାଣ୍ଡ ମାଟିରେ ଦୌଡି ଜିତିଛନ୍ତି ସ୍ବର୍ଣ୍ଣ ପଦକ ।

Shuvanshu Kar
Shuvanshu Kar
94 Years Old Athlete Bhagwani Devi's story will inspire you

94 Years Old Athlete Bhagwani Devi's story will inspire you

ଟ୍ରାକସୁଟ, ସ୍ପୋର୍ସ ଜୋତା ଆଉ ବେକରେ ତିନି ନିନୋଟି ପଦକ । ମଙ୍ଗଳବାର ଯିଏ କେହି ବି ଦିଲ୍ଲୀ(delhi) ଏୟାରପୋର୍ଟରେ 94 ବର୍ଷୀୟ ଭଗବାନୀ ଦେବୀଙ୍କୁ ଦେଖିଛି, ସେ ଆଶ୍ଚର୍ଯ୍ୟ ହୋଇଯାଇଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା ଯେ 94 ବର୍ଷ ବୟସ୍କା ଏହି ମହିଳାଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ସେ ପ୍ରକୃତରେ କିଏ ?

94 ବର୍ଷର ଦାଦି ଭଗବାନୀ ଦେବୀ ଫିନଲାଣ୍ଡରେ ଭାରତକୁ ଗୌରବାନ୍ବିତ କରିଛନ୍ତି । ବୟସର ଅପରାହ୍ନରେ ଯେବେ ସମସ୍ତେ ପାଦେ ଚାଲିବାକୁ ଅସମର୍ଥ ଥାନ୍ତି, ସେହି ସମୟରେ ଭଗବାନୀ ଦେବୀ ଦିଲ୍ଲୀରୁ ବାହାରି ଫିନଲାଣ୍ଡରେ ପହଞ୍ଚିଛନ୍ତି ।

ନଜଫଗଡ ସ୍ଥିତ ମଲିକପୁର ଗାଁରେ ରହୁଥିବା ଦାଦି ଫିନଲାଣ୍ଡ ଯାଇ ଓ୍ବର୍ଲଡ ମାଷ୍ଟର୍ସ ଆଥଲେଟିକ୍ସ ଚମ୍ପିଆନସିପରେ ଭାଗ ନେଇଥିଲେ । ଏଥିରେ ସେ ଗୋଟିଏ ନୁହେଁ, ବରଂ ତିନି ତିନୋଟି ପଦକ ଜିତିଛନ୍ତି । ଏଥିରେ 100 ମିଟର ଦୌଡରେ ସ୍ବର୍ଣ୍ଣ ପଦକ, ଡିସ୍କସ ଥ୍ରୋ ଓ ଗୋଳାଫିଙ୍ଗାରେ କାଂସ୍ୟ ପଦକ ଜିଥିଛନ୍ତି । 90ରୁ 94 ବର୍ଷ ବର୍ଗରେ ହୋଇଥିବା ପ୍ରତିଯୋଗିତାରେ ଏହି ପଦକ ହାସଲ କରିଛନ୍ତି ଦାଦି ।

100 ମିଟର ଦୌଡରେ ଦାଦି ଭଗବାନୀ ଦେବି 24,74 ସେକେଣ୍ଡରେ ପୁରା କରିଥିଲେ । ବିଶ୍ବର ସବୁଠୁ ଦ୍ରୁତ ଧାବକ ଉସେନ ବୋଲ୍ଟ 100 ମିଟର ଦୌଡ 9.58 ସେକେଣ୍ଡରେ ପୁରା କରି ରେକର୍ଡ କରିଥିଲେ । ଏହା ଆଜି ଯାଏଁ ବିଶ୍ବ ରେକର୍ଡ ହୋଇ ରହିଛି ।

ଦାଦିଙ୍କ ପ୍ରଥମ ପସନ୍ଦ ଥିଲା କବାଡି । ପିଲାଦିନେ ସେ ଏହି ଖେଳକୁ ବହୁତ ପସନ୍ଦ କରୁଥିଲେ । ଏହା ପରେ ଜୀବନର ଉତ୍ଥାନ-ପତନରେ ସେ କବାଡିରୁ ଦୂରେଇ ଯାଇଥିଲେ। ଭଗବାନୀ ଦେବୀ 29 ବର୍ଷ ବୟସରେ ନିଜ ସ୍ୱାମୀଙ୍କୁ ହରାଇଲେ । ଏହା ପରେ ତାଙ୍କର 11 ବର୍ଷର ଝିଅ ମଧ୍ୟ ତାଙ୍କୁ ସବୁଦିନ ପାଇଁ ଛାଡି ଚାଲିଗଲେ । ସେତେବେଳେ ଭଗବାନୀଙ୍କ ଏକମାତ୍ର ସାହାରା ଥିଲା ତାଙ୍କ ପୁଅ ହୱା ସିଂ। ପରେ ଧିରେ ଧିରେ ଦାଦି ନିଜ ଜୀବନକୁ ସମ୍ଭାଳିଥିଲେ ।

ଦାଦି ଫିନଲାଣ୍ଡରେ ପହଞ୍ଚିବାରେ ନାତି ବିକାଶ ଡଗରଙ୍କର ବଡ଼ ସମର୍ଥନ ରହିଛି । କେବଳ ଛଅ ମାସର ପରିଶ୍ରମ ଦାଦିଙ୍କୁ ଏହି ସଫଳତା ଦେଇଛି । ଭଗବାନୀ ଦେବୀ ନାତିଙ୍କ ସହ ଅଭ୍ୟାସ କରିବାକୁ ଷ୍ଟାଡିୟମ ଯିବାକୁ ଲାଗିଲେ। ଦାଦିଙ୍କ ନିଷ୍ଠାକୁ ଦେଖି ନାତି ପ୍ରତିଯୋଗିତାରେ ତାଙ୍କ ନାମ ରେଜିଷ୍ଟ୍ରେସନ କରିଥିଲେ । ତା’ପରେ ଚଳିତ ବର୍ଷ ମେ ମାସରେ, ଦିଲ୍ଲୀ ଷ୍ଟେଟ ମାଷ୍ଟର୍ସ ଚାମ୍ପିଅନସିପରେ ସେ ତାଙ୍କ ବୟସ ବର୍ଗରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ପିନଲାଣ୍ଡ ଯାଇ ସମାନ ଖେଳରେ ଭାଗ ନେଇ ସ୍ବର୍ଣ୍ଣ ଜିତିଛନ୍ତି ।

4 ରାଜ୍ୟରେ ବନ୍ୟା ତାଣ୍ଡବ, 270 ମୃତ

ଦିଲ୍ଲୀରେ ଡେଙ୍ଗୁ ଆତଙ୍କ, 143 ମାମଲା ଚିହ୍ନଟ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments