1. କୃଷି ଖବର

ଦିଲ୍ଲୀରେ ଡେଙ୍ଗୁ ଆତଙ୍କ, 143 ମାମଲା ଚିହ୍ନଟ

ସୋମବାର ଡେଙ୍ଗୁର ସଦ୍ୟ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

Shuvanshu Kar
Shuvanshu Kar
Delhi: 9 dengue cases last week, this year’s tally at 143

Delhi: 9 dengue cases last week, this year’s tally at 143

ବର୍ଷା ଋତୁ ଆରମ୍ଭ ସହିତ ଦିଲ୍ଲୀରେ ବଢିଚାଲିଛି ଡେଙ୍ଗୁ(Dengue) ମାମଲା । ଡେଙ୍ଗୁ ସଂକ୍ରମଣ ବୃଦ୍ଧି ସରକାର ଓ ଅଧିକାରୀଙ୍କ ଚିନ୍ତା ବଢାଇ ଦେଇଛି । ସୋମବାର ଡେଙ୍ଗୁ(Dengue)ର ସଦ୍ୟ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ଦିଲ୍ଲୀ ନଗରନିଗମ (MCD) ଗତ ସପ୍ତାହରେ ନଅଟି ଡେଙ୍ଗୁ ରୋଗ ପଞ୍ଜିକୃତ କରି ଚଳିତ ବର୍ଷ ରାଜଧାନୀରେ ମୋଟ ଡେଙ୍ଗୁର 9ଟି ମାମଲା ଚିହ୍ନଟ କରିଛି । ବର୍ତ୍ତମାନସୁଦ୍ଧା ମୋଟ ମାମଲା 143ରେ ପହଞ୍ଚିଛି । ଗତ ବର୍ଷ ଏହି ସମୟରେ 36 ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।

ସୋମବାର ଏମସିଡି ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଡେଙ୍ଗୁ ରୋଗର 9ଟି ମାମଲା ମଧ୍ୟରୁ 7ଜଣଙ୍କ ମାମଲା ଅସ୍ପଷ୍ଟ ରହିଛି । ସେପଟେ MCD ଗତ ସପ୍ତାହରେ ମ୍ୟାଲେରିଆର ତିନୋଟି ମାମଲା ଚିହ୍ନଟ କରିଥିଲା । ଏହିପରି, ଦିଲ୍ଲୀରେ ମୋଟ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା 27କୁ ବୃଦ୍ଧି ପାଇଛି । ଏଥି ସହିତ 2021ରେ କେବଳ 11ଟି ମ୍ୟାଲେରିଆ ମାମଲା ପଞ୍ଜିକୃତ ହୋଇଥିଲା।

ମୌସୁମୀର ଆଗମନ ସହିତ ଡେଙ୍ଗୁ ମଶାମାନଙ୍କର ପ୍ରଜନନର ଗତି ବୃଦ୍ଧି ପାଇଥାଏ । ଏହାକୁ ରୋକିବା ପାଇଁ ପ୍ରୟାସ କରୁଛି ଏମସିଡି ।ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡେଙ୍ଗୁ, ମ୍ୟାଲେରିଆ ଏବଂ ଚିକଙ୍ଗୁନିଆ ପରି ରୋଗ ବିସ୍ତାରକୁ ରୋକିବା ପାଇଁ ମଶାମାନଙ୍କ ଯେକୌଣସି ପ୍ରଜନନ କ୍ଷେତ୍ରରେ ପ୍ରତିରୋଧକ ପଦକ୍ଷେପ ଗ୍ରହଣ କରିବା ହେଉଛି ସବୁଠାରୁ ପ୍ରଭାବଶାଳୀ ଉପାୟ।

ଏପେଟେ ଦେଶରେ କୋଭିଡ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଦେଶରେ ଉପରମୁହାଁ ରହିଛି କୋରୋନା । ଗତ କିଛି ଦିନରୁ 10 ହଜାର ଉପରେ ରହୁଛି ପଜିଟିଭ ମାମଲା । ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ ମୋଟ 13 ହଜାର 086 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ହୋଇଥିବାବେଳେ 19 ଜଣହ୍କର ମୃତ୍ୟୁ ହୋଇଛି ।

ବଢୁଛି କୋରୋନା, ଚିଠି ଲେଖି ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ଓଡିଶାରେ ଉପରମୁହାଁ କୋରୋନା, ଜାଣନ୍ତୁ କେତେ ରହିଛି ସଂକ୍ରମଣ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments