1. କୃଷି ଖବର

ଲୋକପ୍ରିୟ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ସିନେଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲିଉଡ଼ ଓ ଟିଭିରେ କାମ କରିଥିବା ଲୋକପ୍ରିୟ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ ଘଟିଛି । ବିକ୍ରମ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିଲା ।

Tanushree Mahapatra
Tanushree Mahapatra
vikram gokhale

vikram gokhale

ସିନେଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବଲିଉଡ଼ ଓ ଟିଭିରେ କାମ କରିଥିବା ଲୋକପ୍ରିୟ ଅଭିନେତା ବିକ୍ରମ ଗୋଖଲେଙ୍କ ( Actor vikram gokhale) ପରଲୋକ ଘଟିଛି । ବିକ୍ରମ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଓ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିଲା । ଗତ କିଛିଦିନ ହେବ ସେ ପୁଣେ ସ୍ଥିତ ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା ଓ ସେ ଭେଣ୍ଟିଲେଟରରେ ଥିଲେ ।

କିନ୍ତୁ ଏବେ ତାଙ୍କ ବିୟୋଗ ଖବର ସମସ୍ତଙ୍କୁ ଦୁଃଖ ଦେଇଛି। ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ପରେ ଏହାକୁ ଖଣ୍ଡନ କରିଥିଲେ ପରିବାର ଲୋକେ। ହେଲେ ଗୋଟିଏ ଦିନ ପ‌ରେ ଆଜି ତାଙ୍କର ଦେହାନ୍ତ ହୋଇଛି।

ସୂଚନା ମୁତାବକ, ପୁଣେର ଦୀନାନାଥ ମଙ୍ଗେଶକର ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କୁ କିଛି ଦିନ ପୂର୍ବରୁ ଡାକ୍ତରଖାନା ଅଣାଯାଇଥିଲା ଏବଂ ଚିକିତ୍ସା ପରେ ତାଙ୍କ ଅବସ୍ଥା ସ୍ଥିର ହୋଇଥିଲା। ହେଲେ ପରେ ଅବସ୍ଥା ପୁଣି ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖିଥି‌ଲେ ଡାକ୍ତର। ହେଲେ ଆଜି ସେ ଜୀବନ ଯୁଦ୍ଧରେ ହାରି ଆରପାରିକୁ ଚାଲିଯାଇଛନ୍ତି।

ବିକ୍ରମ ଗୋଖଲେ ଅନେକ ମରାଠୀ ଏବଂ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ‘ଅଗ୍ନିପଥ’, ‘ହମ ଦିଲ ଦେ ଚୁକେ ସନମ’ ‘ଭୁଲ ଭୁଲୈୟା’, ‘ଦିଲ୍ ସେ’, ‘ଦେ ଦନା ଦନ’, ‘ହିଚ୍‌କୀ’, ‘ନିକମ୍ମା’ ଏବଂ ‘ମିଶନ ମଙ୍ଗଲ’ ଭଳି ବଲିଉଡର ହିଟ୍‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏହା ବ୍ୟତୀତ ଅନେକ ଲୋକପ୍ରିୟ ହିନ୍ଦୀ ଧାରାବାହିକରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ବିକ୍ରମ ଗୋଖଲେ ତାଙ୍କର କ୍ୟାରିଅରରେ ମରାଠୀ ସହ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ । ଅମିତାଭ ବଚ୍ଚନଙ୍କ ସହ ଅଗ୍ନିପଥ ଏବଂ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ହମ ଦିଲ ଦେ ଚୁକେ ସନମରେ ସେ ଅଭିନୟ କରିଥିଲେ ।

ନିଜ ୪୦ବର୍ଷର  କ୍ୟାରିଅରରେ ସେ ଅନେକ ଟିଭି ସୋ’ରେ ମଧ୍ୟ ଅଭିନୟ କରିଥିଲେ। ବିକ୍ରମ ଗୋଖଲେ ୧୯୭୧ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ପରୱାନା’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ୨୦୧୦ରେ, ସେ ମରାଠୀ ଚଳଚ୍ଚିତ୍ର ‘ଅନୁମାଟି’ରେ କାମ କରି ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ। ଏହା ସହ ମରାଠୀ ଫିଲ୍ମ ‘ଆଘଟ’ରୁ ସେ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ।

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments