1. କୃଷି ଖବର

ଦେଶରେ ଅଗ୍ନିପଥ ନିଆଁ, ଜରୁରୀ ବିଜ୍ଞପ୍ତି ଜାରି କଲା ସେନା

ଅଗ୍ନିପଥ ଜରିଆରେ ସେନାରେ ପ୍ରବେଶ ପାଇଁ ଜାରି ଏହି ବିଜ୍ଞପ୍ତି ଅନୁଯାୟୀ ଜୁଲାଇରେ ଆରମ୍ଭ ହେବ ରେଜିଷ୍ଟ୍ରେସନ ।

Shuvanshu Kar
Shuvanshu Kar
agniveer registration to begin from July

agniveer registration to begin from July

ଅଗ୍ନିପଥକୁ(agnipath) ନେଇ ସାରା ଦେଶରେ ନିଆଁ । ଚାରିଆଡେ ବିରୋଧ ମଧ୍ୟରେ ଜରୁରୀ ବିଜ୍ଞପ୍ତି ଜାରି କରିଛି ଭାରତୀୟ ସେନା । ଅଗ୍ନିପଥ ଜରିଆରେ ସେନାରେ ପ୍ରବେଶ ପାଇଁ ଜାରି ଏହି ବିଜ୍ଞପ୍ତି ଅନୁଯାୟୀ ଜୁଲାଇରେ ଆରମ୍ଭ ହେବ ରେଜିଷ୍ଟ୍ରେସନ ।

ଭାରତୀୟ ସେନାର ବିଜ୍ଞପ୍ତି ଅନୁଯାୟୀ, ଅଷ୍ଟମ ଓ ଦଶମ ପାସ ଯୁବକ ମଧ୍ୟ ଆବେଦନ କରିପାରିବେ । ଅଗ୍ନିପଥ ଯୋଜନା(agnipath scheam) ଅନ୍ତର୍ଗତ 4 ବର୍ଷ ପାଇଁ ସେନାରେ ନିଯୁକ୍ତି ମିଳିବ । ଏମାନଙ୍କୁ କୌଣସି ପେନସନ ମିଳିବ ନାହିଁ । ଏହାସହିତ ସୈନିକଙ୍କୁ ମିଳୁଥିବା କ୍ୟାଣ୍ଟିନ ସୁବିଧା ମଧ୍ୟ ଅଗ୍ନିବୀର(agniveer)ଙ୍କୁ ମିଳିବନି ।

ଅଗ୍ନିବୀରଙ୍କୁ ମିଳିବ କେତେ ଦରମା ?

ପ୍ରଥମ ବର୍ଷ ପ୍ରତିମାସ-30 ହଜାର ଟଙ୍କା
ଦ୍ବିତୀୟ ବର୍ଷ ପ୍ରତିମାସ-35 ହଜାର ଟଙ୍କା
ତୃତୀୟ ବର୍ଷ ପ୍ରତିମାସ-36 ହଜାର 500 ଟଙ୍କା
ଚତୁର୍ଥ ମାସ ପ୍ରତିମାସ-40 ହଜାର ଟଙ୍କା

ଉପରୋକ୍ତ ପ୍ୟାକେଜ ମଧ୍ୟରୁ ପ୍ରତିମାସ 30 ପ୍ରତିଶତ ଅଲଗା ଜମା କରାଯିବ । ସରକାର ମଧ୍ୟ ନିଜ ପକ୍ଷରୁ ଟଙ୍କା ଜମା କରିବେ । 4 ବର୍ଷର ସେବା ଶେଷ ହେବା ପରେ ସେବା ନିଧି ଆଧାରରେ ପାଖାପାଖି 12 ଲକ୍ଷ ଟଙ୍କା(ସୁଧ ସହିତ) ପ୍ରତ୍ୟେକ ଅଗ୍ନିବୀରଙ୍କୁ ମିଳିବ । ସେବାନିଧିରେ ଆୟକର ଲାଗିବନି ।

ଅଗ୍ନିପଥକୁ ବିଦ୍ରୋହ ମଧ୍ୟରେ ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା

ସେନାବାହିନୀରେ ବଡ ଅଫର, ‘ଅଗ୍ନିପଥ’ ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ସେବାର 4 ବର୍ଷ ପୁରା ହେବା ପରେ ପ୍ରତ୍ୟେକ ବ୍ୟାଚର 25 ପ୍ରତିଶତ ଅଗ୍ନିବୀରଙ୍କୁ ଭାରତୀୟ ସେନାରେ ସାମିଲ କରାଯିବ । ଏହି 25 ପ୍ରତିଶତ ଅଗ୍ନିବୀର ଭାରତୀୟ ସେନାରେ 25 ବର୍ଷ ନିଜର ସେବା ପ୍ରଦାନ କରିବେ । ଅଗ୍ନିବୀରଙ୍କୁ ବର୍ଷକୁ 30 ଛୁଟି ମିଳିବ । ତେବେ ଅସୁସ୍ଥ ହେଲେ କେତେଦିନ ଛୁଟି ମିଳିବ ଏହା ଅସୁସ୍ଥତା ଉପରେ ସ୍ଥିର କରାଯିବ ।

ଅଗ୍ନିପଥ ଯୋଜନାକୁ ବିରୋଧ କରି ବର୍ତ୍ତମାନ ଦେଶରେ ପ୍ରଦର୍ଶନ ଜାରି ରହିଛି । ଏପଟେ ଅଗ୍ନିପଥ ବିରୋଧରେ ଡକାଯାଇଥିବା ଭାରତ ବନ୍ଦର ପ୍ରଭାବ ପଡିଛି । ଦିଲ୍ଲୀରେ ଟ୍ରାଫିକ ଜାମ ସହ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ତେବେ ପୋଲିସ ଅନେକ ପ୍ରଦର୍ଶନକାରୀଙ୍କୁ ଗିରଫ କରି ରାସ୍ତା ଖାଲି କରାଉଛି । ଅଗ୍ନିପଥ ଯୋଜନା ବିରୋଧରେ 181 ଏକ୍ସପ୍ରେସ ଟ୍ରେନ ବାତିଲ କରାଯାଇଛି । ଏହା ସହିତ 348 ଯାତ୍ରୀବାହୀ ଟ୍ରେନ୍ ମଧ୍ୟ ବାତିଲ କରାଯାଇଥିଲା ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments