
Agriculture minister narendra singh tomar advises farmers to join fpo
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷିରେ ଯନ୍ତ୍ରର ବ୍ୟବହାର ବୃଦ୍ଧି ଦିଗରେ ଜୋର ଦେଇଛନ୍ତି । ଏହାର ଲାଭ ଉଠାଇବା ପାଇଁ ସେ ଦେଶର ଅଧିକରୁ ଅଧିକ କୃଷକଙ୍କୁ ନୂତନ ଭାବରେ ସୃଷ୍ଟି ହୋଇଥିବା 10 ହଜାର FPOରେ ଯୋଗଦେବାକୁ ପରାମର୍ଶ ଦେଇଛନ୍ତି। କୃଷି ମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 6,865 କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
କୃଷି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁମାନେ କ୍ଷୁଦ୍ର ଚାଷୀ, ସେମାନେ ଯନ୍ତ୍ରର ଲାଭ ଉଠାଇବେ, ଟେକ୍ନୋଲୋଜି ବ୍ୟବହାର କରିବେ ଏବଂ ପ୍ରକ୍ରିୟାକରଣ ସହିତ ସରକାରୀ ସୁବିଧା ବ୍ୟବହାର କରିବେ ସେମାନେ ନିଶ୍ଚିତ ଭାବରେ ଉତ୍ତମ ଲାଭ ପାଇବେ। ଜବାହରଲାଲ ନେହେରୁ କୃଷି ବିଶ୍ୱବିଦ୍ୟାଳୟର 59 ତମ ପ୍ରତିଷ୍ଠା ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଯୋଗ ଦେଇ ଏହା କହିଛନ୍ତି ।
ଜବାହରଲାଲ ନେହେରୁ କୃଷି ବିଶ୍ୱବିଦ୍ୟାଳୟ, ଜବଲପୁରର 59 ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥଇଲେ । ଏହି ଅବସରରେ କୃଷି ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ମଧ୍ୟପ୍ରଦେଶ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଗଣିତ ହୋଇଛି, ତେଣୁ କୃଷି ବିଶ୍ୱବିଦ୍ୟାଳୟର ଭୂମିକା, କୃଷି ବିଜ୍ଞାନ କେନ୍ଦ୍ରର ଭୂମିକା ଏହାର ମୂଳଦୁଆରେ ଗବେଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ କାରଣରୁ ଆମର ଚ୍ୟାଲେଞ୍ଜ ବଢିଛି । ପର୍ଯ୍ୟାପ୍ତ ସମ୍ବଳ ଉପଲବ୍ଧତା ସତ୍ତ୍ବେ ଚାଷୀଙ୍କୁ ପ୍ରକୃତି ଉପରେ ନିର୍ଭର କରିବାକୁ ପଡିବ । ସେ କହିଛନ୍ତି ଯେ ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ପ୍ରଧାନ ମନ୍ତ୍ରୀ ଫାସଲ ବୀମା ଯୋଜନା ଆକାରରେ ସୁରକ୍ଷା ବୀମା ପ୍ରଦାନ କରିଛନ୍ତି। ଗତ 6 ବର୍ଷ ଧରି ଚାଷୀଙ୍କୁ ଫସଲ ନଷ୍ଟ ହେବାର କ୍ଷତିପୂରଣ ହିସାବରେ 1.22 ଲକ୍ଷ କୋଟି ଦିଆଯାଇଛି ।
ଚାଷୀଙ୍କ ଜୀବନଶୈଳୀରେ ଦିର୍ଘକାଳୀନ ପରିବର୍ତ୍ତନ ଆଣିଛି କର୍ଣ୍ଣାଟକ FPO
Share your comments