ସୋଲାପୁରର କେ.ଭି.କେ-ମୋହୋଲରେ ଅନୁଷ୍ଠିତ ଧାନୁକା ଦ୍ୱାରା ପରିଚାଳିତ 'MFOI ସମ୍ରିଦ୍ଧ କିସାନ୍ ଉତ୍ସବ'ର ଚମତ୍କାର ସଫଳତା ପରେ ମାର୍ଚ୍ଚ ୧୨ ରେ ଉତ୍ତରପ୍ରଦେଶର ହାପୁରର କେ.ଭି.କେ.-ବାବୁଗଡ ଠାରେ ଆୟୋଜିତ ହେବାକୁ ଯାଉଛି 'MFOI ସମ୍ରିଦ୍ଧ କିସାନ୍ ଉତ୍ସବ' l
ସମୃଦ୍ଧ ଭାରତରେ ଚାଷୀଙ୍କ ଆୟ ବୃଦ୍ଧି କରି ସାରା ରାଜ୍ୟରେ କୃଷକମାନଙ୍କୁ ସଶକ୍ତ କରିବାକୁ ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ରଖିଛି l ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହି ଉତ୍ସବ ଅନୁଷ୍ଠିତ ହେବା ସହିତ ସଫଳତା ମଧ୍ୟ ହାସଲ କରିଛି l ଯେଉଁଠି ଚାଷୀଙ୍କୁ ଦିଆଯାଇଛି ବିଭିନ୍ନ ନୂତନ ଜ୍ଞାନକୌଶଳର ଶିକ୍ଷା l ଯାହା ତାଙ୍କ କୃଷି କ୍ଷେତ୍ରରେ ତାଙ୍କୁ ସହାୟତା ପ୍ରଦାନ କରିବ l
କୃଷି ବିଶେଷଜ୍ଞଙ୍କ ଠାରୁ ସର୍ବୋତ୍ତମ ଉପଦେଶ
ଉତ୍ତରପ୍ରଦେଶର ନଅଟି ବିଭିନ୍ନ ସ୍ଥାନରେ 'MFOI ସମ୍ରିଦ୍ଧକିସାନ୍ ଉତ୍ସବ ' କୃଷକମାନଙ୍କ ପାଇଁ ଆଧୁନିକ ଜ୍ଞାନକୌଶଳର ପ୍ରବେଶ ପାଇଁ ଏକ ପ୍ରମୁଖ ପ୍ଲାଟଫର୍ମ ହେବ ବୋଲି ପ୍ରତିଶୃତି ରହିଛି ଏହି ଉତ୍ସବର l ଆଧୁନିକ କୃଷି ଅଭ୍ୟାସ ଠାରୁ ଆରମ୍ଭ କରି ପ୍ରଭାବଶାଳୀ ଫସଲ ପରିଚାଳନା କୌଶଳ ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ କୃଷି ବିଶେଷଜ୍ଞମାନେ ସେମାନଙ୍କର ଜ୍ଞାନ ବାଣ୍ଟିବେ l
ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ କାର୍ଯ୍ୟକ୍ରମ
ଏହି କାର୍ଯ୍ୟକ୍ରମର ଏକ ମୁଖ୍ୟ ଆକର୍ଷଣ ହେବ ମହିନ୍ଦ୍ରା ଟ୍ରାକ୍ଟରଗୁଡିକର ସର୍ବଶେଷ ଅଫର୍, ଯାହା ଚାଷ ପ୍ରଣାଳୀରେ ବୈପ୍ଲବିକ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ପରିକଳ୍ପିତ ହେବ l ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା କୃଷକମାନେ ନିଜ କ୍ଷେତ୍ରରେ ସର୍ବୋଚ୍ଚ ଫଳାଫଳ ପାଇଁ ଟ୍ରାକ୍ଟର ବ୍ୟବହାରକୁ ଅପ୍ଟିମାଇଜ୍ କରିବା ପାଇଁ ପ୍ରଥମ ପ୍ରଦର୍ଶନ ଏବଂ ବିଶେଷଜ୍ଞ ମାର୍ଗଦର୍ଶନ ଜାଣିବେ l
'MFOI ସମ୍ରିଦ୍ଧ କିସାନ୍ ଉତ୍ସବ' କୋଟିପତି ଚାଷୀଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନିତ କରିବ, ଯାହାର ଉତ୍ସର୍ଗ କୃଷି କ୍ଷେତ୍ରକୁ ଆଗକୁ ନେବାରେ ସାହାଯ୍ୟ କରୁଛି । ଅତିରିକ୍ତ ଭାବରେ, ପ୍ରଗତିଶୀଳ କୃଷକମାନେ କୃଷି କ୍ଷେତ୍ରରେ ନୂତନତ୍ୱ ଏବଂ ସ୍ଥିରତା ଦିଗରେ ସେମାନଙ୍କର ଅବଦାନ ପାଇଁ ସ୍ୱୀକୃତି ପାଇବେ l ନିଜ ଚାଷ ପ୍ରଣାଳୀ ବିଷୟରେ ଆଲୋଚନା କରିବାର ମଉକା ପାଇବେ ଚାଷୀ l ନୂତନ ଜ୍ଞାନକୌଶଳ ଜାଣିବେ ଚାଷୀ ଯାହା ତାଙ୍କ ଅମଳ ଓ ଆୟ ଦୁହିଁଙ୍କୁ ଦ୍ଵିଗୁଣ କରିବ l
MFOI VVIF Kisan Bharat Yatra: ଝାନ୍ସୀରେ ଫ୍ଲାଗ ଅଫ କାର୍ଯ୍ୟକ୍ରମ ଅନୁଷ୍ଠିତ
MFOI Samridh Kisan Utsav 2024: ମାର୍ଚ୍ଚ ମାସର ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ
Share your comments