1. କୃଷି ଖବର

କିସ୍ତିରେ ଟଙ୍କା ଦେଇ ପ୍ରିମିୟମରେ ଆମ୍ବ ଖାଉଛନ୍ତି

ଆମ୍ବ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଅନ୍ୟ ଫଳ ମାନଙ୍କ ତୁଳନାରେ ଏହାର ଅଧିକ ଚାହିଦା ରହିଥିବାରୁ ଆମ୍ବକୁ ଫଳ ମାନଙ୍କର ରାଜା କୁହାଯାଏ | ଆମ୍ବ ଖାଇବା ପାଇଁ ସମସ୍ତଙ୍କୁ ପ୍ରାୟ ଭଲ ଲାଗେ l ଭାରତୀୟ ସଂସ୍କୃତିରେ ଆମ୍ବ ସହ ଆମ୍ବ ପତ୍ରର ମଧ୍ୟ ଭୂମିକା ରହିଛି |

Tanushree Mahapatra
Tanushree Mahapatra
alphonso-mangoes-now-available-on-emi

alphonso-mangoes-now-available-on-emi

ଆମ୍ବ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଅନ୍ୟ ଫଳ ମାନଙ୍କ ତୁଳନାରେ ଏହାର ଅଧିକ ଚାହିଦା ରହିଥିବାରୁ ଆମ୍ବକୁ ଫଳ ମାନଙ୍କର ରାଜା କୁହାଯାଏ |

ଆମ୍ବ ଖାଇବା ପାଇଁ ସମସ୍ତଙ୍କୁ ପ୍ରାୟ ଭଲ ଲାଗେ l ଭାରତୀୟ ସଂସ୍କୃତିରେ ଆମ୍ବ ସହ ଆମ୍ବ ପତ୍ରର ମଧ୍ୟ ଭୂମିକା ରହିଛି | ପ୍ରତ୍ୟକ ପୂଜା ପର୍ବରେ ଆମ୍ବ ପତ୍ର ବ୍ୟବହାର କରାଯାଇଥାଏ | ଦେଶର ବିଭିନ୍ନ ଅଞ୍ଚଳରେ ଆମ୍ବ ଚାଷ (Mango farming) କରାଯାଉଥିବା ବେଳେ ଓଡ଼ିଶାରେ ପ୍ରାୟ ୧,୭୮,୦୦୦ ହେକ୍ଟର ଜମିରୁ ଅଧିକ ଜମିରେ ଆମ୍ବ ଫସଲ କରାଯାଉଥିବା ସୂଚନା ରହିଛି  |

ଆମ୍ବ ଏକ ବିରାଟକାୟ ଗଛ । ଯାହା ଆପଣଙ୍କୁ ପ୍ରତି ବର୍ଷ ଲାଭ ଦେଇଥଏ l ଏହା ସାଙ୍ଗକୁ ଏଥିରେ ପ୍ରଚୁର ପରିମାଣରେ ଫୁଲ ଓ ଫଳ ଆସେ । ସେହି ଦୃଷ୍ଟିରୁ ଏହି  ଗଛ ଅନେକ  ଖାଦ୍ୟ ସାର ଆବଶ୍ୟକ କରିଥାଏ । ପ୍ରତିବର୍ଷ କିଛି କିଛି ଖତସାର ପ୍ରୟୋଗ ନକଲେ ଗଛ ଦୁର୍ବଳ ହୁଏ ଏବଂ ନିୟମିତ ଫୁଲ ଫଳ ଆସେ ନାହିଁ ଏବଂ ପରେ ଚାଷ ନଷ୍ଟ ହେବାର ସମ୍ଭାବନା ଥାଏ । ଗଛ ଲଗାଇବା ପର ଠାରୁ ନିୟମିତ ଖତସାର ପ୍ରୟୋଗ କରିବା ଉଚିତ୍ । ପ୍ରତିବର୍ଷ ଜୁନ୍ ମାସ ଶେଷରେ ବର୍ଷାଦିନ ଆରମ୍ଭରୁ ଖତ ପ୍ରୟୋଗ କରାଯାଏ ଆମ୍ବ ଗଛ ମାନଙ୍କରେ । ଆମ୍ବ ଏକ ପୁଷ୍ଟି ସାର ଜାତୀୟ ଫଳ | ଆମ୍ବରେ ଯଥେଷ୍ଟ ପରିମାଣର ଭିଟାମିନ୍‌, ଗନ୍ଧକ, ପଟାସିଅମ୍‌, ତମ୍ବା, ମାଗ୍‌ନେସିୟମ୍‌, ଆୟୋଡିନ୍ ଆଦି ରହିଥାଏ |

କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ EMIରେ ମିଳୁଛି ଆମ୍ବ । କଥାଟି ମିଛରେ ଲାଗୁଥିଲେ ବି କିସ୍ତିରେ ଟଙ୍କା ଦେଇ ପ୍ରିମିୟମ ଆମ୍ବ ଖାଉଛନ୍ତି ମାୟାନଗରୀ ବାସିନ୍ଦା । କଥାରେ ଅଛି ଫଳ ଭିତରେ ରାଜା ହେଉଛି ଆମ୍ବ । ହେଲେ କିସ୍ତିରେ ଟଙ୍କା ଦେଇ ଆମ୍ବ କିଣିବା ଗୋଟେ ଅଜବ କଥା ଶୁଣିବାକୁ ଲାଗୁଥିଲେ ବି କଥାଟି ସତ । ତେବେ ପ୍ରିମିୟମ ଆମ୍ବର ଦାମ୍ ଅଧିକ ରହିଥିବାରୁ ଦୋକାନୀ ଏହାକୁ EMIରେ ବିକ୍ରି କରୁଥିବା ଦେଖାଯାଇଛି । ମାୟାନଗରୀ ମୁମ୍ବାଇରେ ଏହି ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଔଷଧୀୟ ଗୁଣ, ନିଆରା ସ୍ବାଦ ପାଇଁ ବିଶ୍ବରେ ପ୍ରସିଦ୍ଧ ଅଲଫାନସୋ ଆମ୍ବ ବା ହାପୁସ ଆମ୍ବକୁ କିସ୍ତିରେ ଟଙ୍କା ଦେଇ କିଣୁଛନ୍ତି ଗ୍ରାହକ । କାରଣ ଏହି ଆମ୍ବ ର କିଲୋ ଅଧିକ ଟଙ୍କା ଥିବାରୁ ଦୋକାନୀ ଏହି ନିଷ୍ପତ୍ତି ନେଇଛନ୍ତି l

କରୋନା ପରେ ବହୁମୂଲ୍ୟ ଏହି ଆମ୍ବ କିଣିବାକୁ ଗ୍ରାହକ ଇଚ୍ଛା କରୁନଥିବାରୁ ଏଥର ଦୋକାନୀମାନେ ଇଏମଆଇ ବ୍ୟବସ୍ଥା ଆରମ୍ଭ କରିଛନ୍ତି କାରଣ ଏହା ତାଙ୍କୁ ବଜାର ମଧ୍ୟ ଦେବାରେ ସାହାଯ୍ୟ କରିବ । ସେହିପରି ଡଜନ ଆମ୍ବର ମୂଲ୍ୟ ୬ ଶହରୁ ୧୩ ଶହ ମଧ୍ୟରେ ରହିଛି । ଉଭୟ କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ଇଏମଆଇ ଯୋଗେ ଆମ୍ବ ବିକ୍ରି ପାଇଁ ମାର୍କେଟିଂ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଏବେ ଏହି ବ୍ୟବସ୍ଥାରେ ଆମ୍ବ ବିକ୍ରି ହେବା ପରେ ଆମ୍ବ କିଣିବାକୁ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳିଛି l

ଲାଭ ଦେବ ବ୍ୟବସାୟିକ ଭିତ୍ତିରେ ଆମ୍ବ ଚାଷ

ଆମ୍ବ ମଣିଷଙ୍କ ବଗିଚାରେ ମୋଦି-ଯୋଗୀ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments