1. କୃଷି ବିଶ୍ବକୋଷ

ଲାଭ ଦେବ ବ୍ୟବସାୟିକ ଭିତ୍ତିରେ ଆମ୍ବ ଚାଷ

ଆମ୍ବ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଅନ୍ୟ ଫଳ ମାନଙ୍କ ତୁଳନାରେ ଏହାର ଅଧିକ ଚାହିଦା ରହିଥିବାରୁ ଆମ୍ବକୁ ଫଳ ମାନଙ୍କର ରାଜା କୁହାଯାଏ | ଆମ୍ବ ଖାଇବା ପାଇଁ ସମସ୍ତଙ୍କୁ ପ୍ରାୟ ଭଲ ଲାଗେ l ଭାରତୀୟ ସଂସ୍କୃତିରେ ଆମ୍ବ ସହ ଆମ୍ବ ପତ୍ରର ମଧ୍ୟ ଭୂମିକା ରହିଛି | ପ୍ରତ୍ୟକ ପୂଜା ପର୍ବରେ ଆମ୍ବ ପତ୍ର ବ୍ୟବହାର କରାଯାଇଥାଏ | ଦେଶର ବିଭିନ୍ନ ଅଞ୍ଚଳରେ ଆମ୍ବ ଚାଷ (Mango farming) କରାଯାଉଥିବା ବେଳେ ଓଡ଼ିଶାରେ ପ୍ରାୟ ୧,୭୮,୦୦୦ ହେକ୍ଟର ଜମିରୁ ଅଧିକ ଜମିରେ ଆମ୍ବ ଫସଲ କରାଯାଉଥିବା ସୂଚନା ରହିଛି |

Tanushree Mahapatra
Tanushree Mahapatra
Profitable mango farming

Profitable mango farming

ଆମ୍ବ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଅନ୍ୟ ଫଳ ମାନଙ୍କ ତୁଳନାରେ ଏହାର ଅଧିକ ଚାହିଦା ରହିଥିବାରୁ ଆମ୍ବକୁ ଫଳ ମାନଙ୍କର ରାଜା କୁହାଯାଏ | ଆମ୍ବ ଖାଇବା ପାଇଁ ସମସ୍ତଙ୍କୁ ପ୍ରାୟ ଭଲ ଲାଗେ l ଭାରତୀୟ ସଂସ୍କୃତିରେ ଆମ୍ବ ସହ ଆମ୍ବ ପତ୍ରର ମଧ୍ୟ ଭୂମିକା ରହିଛି | ପ୍ରତ୍ୟକ ପୂଜା ପର୍ବରେ ଆମ୍ବ ପତ୍ର ବ୍ୟବହାର କରାଯାଇଥାଏ | ଦେଶର ବିଭିନ୍ନ ଅଞ୍ଚଳରେ ଆମ୍ବ ଚାଷ (Mango farming) କରାଯାଉଥିବା ବେଳେ ଓଡ଼ିଶାରେ ପ୍ରାୟ ୧,୭୮,୦୦୦ ହେକ୍ଟର ଜମିରୁ ଅଧିକ ଜମିରେ ଆମ୍ବ ଫସଲ କରାଯାଉଥିବା ସୂଚନା ରହିଛି  |

ଆମ୍ବ ଚାଷ କରିବାକୁ ଚାହୁଁଥିବା ଚାଷୀ ଜୁଲାଇ-ଅଗଷ୍ଟ ମାସରେ ଚାରା ଲଗାଇଦେବା ଭଲ ହୋଇଥାଏ | କାରଣ ଏହି ମାସ ମଧ୍ୟରେ ଏହି ଚାରା ଲଗାଇଲେ ଚାଷ ଭଲ ହୋଇଥାଏ ଏବଂ ଚାରା ନଷ୍ଟ ହେବାର କୌଣସି ସମ୍ଭାବନା ନଥାଏ l ଗଛ ଲଗାଇବା ପାଇଁ ଧାଡ଼ିକୁ ଧାଡ଼ି ୧୦ ମିଟର ଓ ଗଛକୁ ଗଛ ୧୦ ମିଟର ଦୂରତାରେ ଗାତ ଖୋଳିବାକୁ ହୁଏ । ଏକ ଏକର ଜମିରେ ପ୍ରାୟ ୪୦ଟି ଗଛ ଲଗାଯାଇ ପାରିବ । କେତେକ ଲୋକ ସଘନ ଆମ୍ବ ଚାଷ (Mango farming) କରିଥାନ୍ତି । ଏଥିପାଇଁ ଧାଡ଼ିକୁ ଧାଡ଼ି ୨.୫ ମିଟର ଓ ଗଛକୁ ଗଛ ୨ ମିଟର ଦୂରତାରେ ଲଗାଯିବ ଆବଶ୍ୟକ ହୋଇଥାଏ ,ଏହି ହିସାବରେ ଗଛ ଲଗାଇଲେ ଏକର ପିଛା ୮୦୦ ଗଛ ରହିପାରିବ |

ଆମ୍ବ ଏକ ବିରାଟକାୟ ଗଛ । ଯାହା ଆପଣଙ୍କୁ ପ୍ରତି ବର୍ଷ ଲାଭ ଦେଇଥଏ l ଏହା ସାଙ୍ଗକୁ ଏଥିରେ ପ୍ରଚୁର ପରିମାଣରେ ଫୁଲ ଓ ଫଳ ଆସେ । ସେହି ଦୃଷ୍ଟିରୁ ଏହି  ଗଛ ଅନେକ  ଖାଦ୍ୟ ସାର ଆବଶ୍ୟକ କରିଥାଏ । ପ୍ରତିବର୍ଷ କିଛି କିଛି ଖତସାର ପ୍ରୟୋଗ ନକଲେ ଗଛ ଦୁର୍ବଳ ହୁଏ ଏବଂ ନିୟମିତ ଫୁଲ ଫଳ ଆସେ ନାହିଁ ଏବଂ ପରେ ଚାଷ ନଷ୍ଟ ହେବାର ସମ୍ଭାବନା ଥାଏ । ଗଛ ଲଗାଇବା ପର ଠାରୁ ନିୟମିତ ଖତସାର ପ୍ରୟୋଗ କରିବା ଉଚିତ୍ । ପ୍ରତିବର୍ଷ ଜୁନ୍ ମାସ ଶେଷରେ ବର୍ଷାଦିନ ଆରମ୍ଭରୁ ଖତ ପ୍ରୟୋଗ କରାଯାଏ ଆମ୍ବ ଗଛ ମାନଙ୍କରେ । ଗଛ ଲଗାଇବାର ଏକ ବର୍ଷ ପରେ  ପ୍ରତି  ଗଛ ମୂଳରେ ଦୁଇ ଝୁଡି ଖତ, ଯଦି ସମ୍ଭବ ହୁଏ ୮୦ ଗ୍ରାମ ଯବକ୍ଷାରଜନ, ୧୦୦ ଗ୍ରାମ ଫସଫରସ୍ ଏବଂ ୬୦ ଗ୍ରାମ୍ ପଟାସ ପ୍ରୟୋଗ କରାଯାଏ । ଏହାକୁ ଧୀରେ ଧୀରେ ବୃଦ୍ଧି କରି ସାତବର୍ଷ ବେଳକୁ ଗଛ ପିଛା ୪ ଝୁଡି ଖତ ସହିତ କିଲୋଗ୍ରାମ ଯବକ୍ଷାରଜାନ, ୫୦୦ ଗ୍ରାମ୍ ଫସଫରସ୍ ଏବଂ ୬୦୦ ଗ୍ରାମ୍ ପଟାସ ପ୍ରୟୋଗ କରାଯାଏ । ଗଛର ଉପରି ଭାଗରେ ବିସ୍ତୃତି ଆକାରରେ ଗଣ୍ଡି ଚାରିପଟେ ଗୋଲାକାର ଗାତ ଖୋଳି ଖତ ଓ ସାର ଏକତ୍ର  ମିଶାଇ ପ୍ରୟୋଗ  କରାଯାଏ । ସାରା ପ୍ରୟୋଗ ସମୟରେ ଧ୍ୟାନ ଦେବା ଉଚିତ ଯେ କୌଣସି ସାରା ଅଧିକ ନ ହୁଏ ଯେପରି l

ଆମ୍ବ ବଗିଚାରେ (mango garden)ଯଥେଷ୍ଟ ଖାଲି ସ୍ଥାନ ଥାଏ ତେଣୁ ଆମ୍ବ ଗଛ ଛୋଟ (mango tree)ହୋଇଥିବା ବେଳେ ଏହି ସ୍ଥାନରେ ଅନ୍ୟାନ୍ୟ ଫସଲ ଚାଷ କରାଯାଇପାରିବ । ବିରି, କୋଳଥ, ଝୁଡ଼ଙ୍ଗ ତଥା ଅନ୍ୟାନ୍ୟ ପନିପରିବା ଏହି ଫସଲ ସହ ଚାଷ କରିହେବ | ଗଛ ବଡ଼ ହେଲାପରେ ଆମ୍ବ ଗଛ ଛାଇରେ ଅଦା, ହଳଦୀ, ପାଳୁଅ ଆଦି ଚାଷ କରାଯାଇପାରିବ |

ଆମ୍ବ ଏକ ପୁଷ୍ଟି ସାର ଜାତୀୟ ଫଳ | ଆମ୍ବରେ ଯଥେଷ୍ଟ ପରିମାଣର ଭିଟାମିନ୍‌, ଗନ୍ଧକ, ପଟାସିଅମ୍‌, ତମ୍ବା, ମାଗ୍‌ନେସିୟମ୍‌, ଆୟୋଡିନ୍ ଆଦି ରହିଥାଏ | ବିଭିନ୍ନ ପ୍ରକାରର ଜଳବାୟୁରେ ଆମ୍ବ ଚାଷ ହୋଇପାରୁଥିଲେ ବି ସମୁଦ୍ର ପତ୍ତନଠାରୁ ୨୦୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ସ୍ଥାନରେ ଆମ୍ବ ଗଛ ଲଗାଇଲେ ଭଲ ଫଳ ମିଳିଥାଏ | ଆମ ଦେଶରେ ୧୦୦୦ ରୁ ଉର୍ଦ୍ଧ୍ଵ କିସମର ଆମ୍ବ ଦେଖାଯାଇଥାଏ । ବିଭିନ୍ନ ପ୍ରକାର ଜଳବାୟୁରେ ଭିନ୍ନ ଭିନ୍ନ କିସମର ଆମ୍ବାଚାଷ କରାଯାଏ | ଗୁଲାବ ଖାସ, ବମ୍ବାଇ ଓ ସୁବର୍ଣ୍ଣରେଖା ସଅଳ କିସମର, ବାଇଗଣପଲ୍ଲୀ, ହିମସାଗର, ଦେଶରୀ ଲାଙ୍ଗଡା ମଧ୍ୟମ ଏବଂ ଚୌସା, ଫଜିଲ ପ୍ରଭୃତି ଉଛୁର କିସମର ଆମ୍ବ ସାଧାରତଃ ଓଡିଶାରେ ଚାଷ କରାଯାଏ । ଆମ୍ବକୁ ମାଂସାଳ, ରସାଳ ଓ ଆଚାର କିସମରେ ମଧ୍ୟ ବିଭକ୍ତ କରାଯାଇଛି । ବ୍ୟବସାୟିକ ଭିତ୍ତିରେ ପ୍ରାୟ ୨୦ଟି କିସମର ଆମ୍ବ ଚାଷ (Mango farming) କରାଯାଏ | ବ୍ୟବସାୟ ଭିତ୍ତିକ ଆମ୍ବ କିସମ ଗୁଡିକ ହେଲା ବାଇଗଣପଲ୍ଲୀ, ନିଲମ୍, ସୁବର୍ଣ୍ଣରେଖା, ଆଖୁରସ, ତୋତାପୁରୀ, ଲାଙ୍ଗଡା, ଦଶେରୀ ଇତ୍ୟାଦି ଏହା ବ୍ୟତୀତ ଆମ୍ରପଲ୍ଲୀ, ମଲିକା, ଅର୍କକିରଣ, ରତ୍ନା, ଅର୍କପୁନିତ ପ୍ରଭୃତି କେତେକ ଶଙ୍କର କିସମ ଆମ୍ବାଚାଷ କରାଯାଉଛି |

ତେବେ ଆମ୍ବ ଗଛ ଲଗାଇବାର ୪ ରୁ ୫ ବର୍ଷ ପରେ ଫଳ ଆସେ  । ଦଶ ବର୍ଷ ବେଳକୁ ଗଛରେ ପୂର୍ଣ୍ଣମାତ୍ରାରେ ଫଳ ଧରେ ଯାହା ପବନଙ୍କ ଅଧିକ ଲାଭ ଦେଇଥାଏ । ଫଳ ଧରିବାଠାରୁ ପାଚିବା ପର୍ଯ୍ୟନ୍ତ ପାଖାପାଖି ୪ ରୁ ୫ ମାସ ଲାଗେ । ଫଳରେ ରଙ୍ଗ ଫିକା ହଳଦିଆ ପଡିଲେ ଆମ୍ବ ପାକଳ ହୁଏ ବୋଲି ଜଣା ପଡିଥାଏ  । ଆମ୍ବ ତୋଳିବା ବେଳେ ଫଳ ତଳେ ପଡିଗଲେ ନଷ୍ଟ ହୋଇଯାଏ ସେଥିପ୍ରତି ଧ୍ୟାନ ଦେବା ଉଚିତ । ତେଣୁ ଖୁଣ୍ଟୁଣୀ ଦ୍ଵାରା ଆମ୍ବ ତୋଳାଯାଏ ଆଉ ଏହା ଦୃଷ୍ଟିରେ ରଖିବା ଉଚିତ । ବାଉଁଶ ଝୁଡିରେ ନଡା ଦେଇ ଆମ୍ବ ସଜାଇ ପ୍ୟାକିଂ କରାଯାଇ ଦୂରସ୍ଥାନକୁ ପଠାଯାଏ । ଆଜିକାଲି ପତଳା କାଠ ପଟାରେ ତିଆରି ବାକ୍ସରେ କିମ୍ବା ମୋଟା କାଗଜ ବାକ୍ସରେ ଆମ୍ବ ପ୍ୟାକିଂ କରି ଦୂର ସ୍ଥାନକୁ ପଠାଯାଉଛି । ସୁନାରୀ ପତ୍ର ଦେଇ ପ୍ୟାକିଂ କଲେ ଆମ୍ବ ଶୀଘ୍ର ପାଚିଥାଏ । ଗୋଟିଏ ପୂର୍ଣ୍ଣବୟସ୍କ ଗଛକୁ ୫୦୦ରୁ ଅଧିକ ପର୍ଯ୍ୟନ୍ତ ଫଳ ଅମଳ ହୁଏ । ହାରାହାରି ଗୋଟିଏ ହେକ୍ଟର ଜମିରୁ ୫ଟିନ ପର୍ଯ୍ୟନ୍ତ ଫଳ ମିଳିଥାଏ ।

ଜୈବିକ ଉପାୟରେ କିପରି କରିବେ ଫସଲରୁ ରୋଗପୋକ ଦମନ.....

ଓଡିଶା ମାଟିରେ ଫଳୁଛି ଥାଇଲାଣ୍ଡ ବରକୋଳି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments