1. କୃଷି ଖବର

କୃଷି ଜାଗରଣ କେଯେ ଚୌପାଲ୍ ରେ ସାମିଲ ହେଲେ ଅମରେନ୍ଦ୍ର ଖଟୁଆ

ଦୁଇ ଦେଶ ମଧ୍ୟରେ କିପରି କୃଷି ବ୍ୟାପାର ମାଧ୍ୟମରେ ସମ୍ପର୍କ ସ୍ଥାପନ କରିହେବ ....

Tanushree Mahapatra
Tanushree Mahapatra
Amarendra khatua , Former secretary, ministry of external affairs . govt of India

Amarendra khatua , Former secretary, ministry of external affairs . govt of India

କୃଷିଙ୍କୁ ଏବଂ କୃଷି ଜଗତ ଯେତିକି ସହଯୋଗ ମିଳିବ ପ୍ରତ୍ୟକ୍ଷ ଭାବେ ଦେଶର ଉନ୍ନତି ହେବ l ଦେଶର ମେରୁଦଣ୍ଡ କୃଷି ସହିତ ନିରନ୍ତର ଜଡ଼ିତ ଥିବା କୃଷି ଜାଗରଣ ଆଜିକୁ ୨୭ ବର୍ଷ ହେବ କାର୍ଯ୍ୟ କରୁଛି l ନୂଆଦିଲ୍ଲୀ ସ୍ଥିତ କୃଷି ଜାଗରଣ ସଂସ୍ଥା " କେଯେ ଚୌପାଲ୍ " ଠାରେ ଅନେକ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ କରିଥାଏ l ସେହିପରି ଭାବରେ ଆଜି ମଧ୍ୟ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା l

ଯେଉଁଥିରେ ସାମିଲ ହୋଇଥିଲେ ଅମରେନ୍ଦ୍ର ଖଟୁଆ (Former secretary, ministry of external affairs . govt of India ) l ଏହି କାର୍ଯ୍ୟକ୍ରମରେ କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଏମ ସି ଡୋମିନିକ ସ୍ୱାଗତ ସମ୍ବର୍ଦ୍ଧନା ଦେଇ କାର୍ଯ୍ୟକ୍ରମଟି ଆରମ୍ଭ କରିଥିଲେ l

ସେ ୧୯୮୧ ମସିହାରେ ଭାରତୀୟ ବୈଦେଶିକ ସେବାରେ ଯୋଗ ଦେଇଥିଲେ। ସେ ଦୁଇ ଦେଶ ମଧ୍ୟରେ ଶାନ୍ତି ଦୂତ ଭାବେ ଦକ୍ଷିଣ ସୁଦାନ ଏବଂ ସୁଦାନରେ ସ୍ୱତନ୍ତ୍ର ଦୂତ ଭାବରେ କାର୍ଯ୍ୟ କରିଥିଲେ। ସେ ସୁଷମା ସ୍ୱରାଜ ଇନଷ୍ଟିଚ୍ୟୁଟ୍ ଅଫ୍ ବୈଦେଶିକ ସେବା ବିଭାଗର ଡିନ୍ ଭାବରେ କାର୍ଯ୍ୟ କରିଥିଲେ ଏବଂ କାର୍ଯ୍ୟରେ ଅନେକ ପରିବର୍ତ୍ତନ କରିଥିଲେ । ଆଜି ଅମରେନ୍ଦ୍ର ପ୍ରଥମେ କୃଷି ଜାଗରଣରେ କାର୍ଯ୍ୟରତ ଥିବା ଓଡ଼ିଆ ଟିମ ସହ କିଛି ଜରୁରୀ ତଥ୍ୟ ଉପରେ ଆଲୋଚନା କରିଥିଲେ ଏବଂ ପରେ ସମ୍ପୂର୍ଣ୍ଣ କୃଷି ଜାଗରଣ ଟିମ ସହ କୃଷି କିପରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ କରିବ ସେ ବିଷୟରେ ଆଲୋଚନା କରିଥିଲେ l

ଆଗକୁ ଆୟୋଜିତ ହେବାକୁ ଥିବା " ମିଲେନିୟର୍ ଫାର୍ମର ଅଫ ଇଣ୍ଡିଆ ୨୦୨୪ " ରେ ତାଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିବ ବୋଲି ଟିମ କୁ କହିଛନ୍ତି l ଓଡ଼ିଶା କୃଷି ବ୍ୟାପାର ଓ ଚାଷୀ କିପରି ଅନ୍ୟ ଦେଶ ରାଜ୍ୟ ସହିତ କୃଷି ବ୍ୟବସାୟ କରି ସମ୍ପର୍କ ସ୍ଥାପନ କରିପାରିବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ l

ଅଧିକ ପଢ଼ନ୍ତୁ

PM Kusum Yojana: ଜାଣନ୍ତୁ କେମିତି ଉଠାଇବେ ଲାଭ ?

ଝିଅଙ୍କୁ ୨ ଲକ୍ଷ , ଏଭଳି କରନ୍ତୁ ଆବେଦନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ