News

ଭାରତରେ ବନ୍ଦ ହେବ ଆମାଜନ ସର୍ଭିସ

ଆଜିକାଲି ହେଉଛି ଇ-କମର୍ସ ର ଯୁଗ । ଘରେ ବସି ଅନଲାଇନରେ ଛୋଟରୁ ବଡ଼ ଯାହା କିଛି ଆବଶ୍ୟକ ପଡିଥାଏ ଲୋକେ ଘରେ ବସି ସୁବିଧାରେ ପାଇଁ ପାରୁଛନ୍ତି । ଏବେ ଏହି କ୍ଷେତ୍ରରେ ସ୍ବିଗି, ଜୋମାଟୋ ଓ ଆମାଜନର ସର୍ଭିସ ଲୋକଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିଛି । ହେଲେ ଏହି ଇ-ସର୍ଭିସକୁ ନେଇ ଭାରତୀୟ ଗ୍ରାହକଙ୍କୁ ପାଇଁ ଏବେ ଖରାପ ଖବର ସାମ୍ମନାକୁ ଆସିଛି ।

27 November, 2022 12:57 PM IST By: Tanushree Mahapatra

ଆଜିକାଲି ହେଉଛି ଇ-କମର୍ସ ( e - commerce ) ର ଯୁଗ । ଘରେ ବସି ଅନଲାଇନରେ ଛୋଟରୁ ବଡ଼ ଯାହା କିଛି ଆବଶ୍ୟକ ପଡିଥାଏ ଲୋକେ ଘରେ ବସି ସୁବିଧାରେ ପାଇଁ ପାରୁଛନ୍ତି  । ଏବେ ଏହି କ୍ଷେତ୍ରରେ ସ୍ବିଗି, ଜୋମାଟୋ ଓ ଆମାଜନର ସର୍ଭିସ ଲୋକଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିଛି  । ହେଲେ ଏହି ଇ-ସର୍ଭିସକୁ ନେଇ ଭାରତୀୟ ଗ୍ରାହକଙ୍କୁ ପାଇଁ ଏବେ  ଖରାପ ଖବର ସାମ୍ମନାକୁ ଆସିଛି । ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନ ସର୍ଭିସ୍ । ସୂଚନା ଅନୁଯାୟୀ , ଆମାଜନ୍ ( Amazon ) ଇଣ୍ଡିଆ ତରଫରୁ ଏହି ଘୋଷଣା କରାଯାଇଛି । ଆସନ୍ତା ମାସ ୨୯ ତାରିଖରୁ ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନ ଫୁଡ୍( closed amazon food service )   ସର୍ଭିସ ।

କରୋନା କାଳରେ ୨୦୨୦ରେ ଆମାଜନ ନିଜ ଫୁଡ୍ ସର୍ଭିସ ଲଞ୍ଚ କରିଥିଲା  । ଏହି ସର୍ଭିସ ମାଧ୍ୟରେ ଲୋକଙ୍କ ଘରେ ଖାଇବା ପହଞ୍ଚା ଯାଉଥିଲା । ଏହା ମାଧ୍ୟମରେ ଆମାଜନ୍ ସ୍ବିଗି ଓ ଜୋମାଟୋକୁ ଟକ୍କର ଦେବାକୁ ଲକ୍ଷ୍ୟ ରଖିଥିଲା । ବେଙ୍ଗାଲୁରୁରୁ ଆରମ୍ଭ ହୋଇଥିବା ଏହି ସର୍ଭିସ ପରବର୍ତ୍ତି ସମୟରେ ଦେଶର ଅନ୍ୟ ସହରରେ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିଲା  । ହେଲେ, ଏହା ଏତେ ପ୍ରଭାବଶାଳୀ ଭାବେ କାମ କରି ନଥିବା ସୂଚନା ରହିଛି  । ଏବେ କମ୍ପାନୀ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, ଆମାଜନ୍ ଫୁଡ ବନ୍ଦ ହେଲେ ବି ରେଷ୍ଟୁରାଣ୍ଟଙ୍କୁ ସମସ୍ତ ଦେୟ ପ୍ରଦାନ କରାଯିବ । ରେଣ୍ଟୁରାଣ୍ଟଗୁଡିକ ଆମାଜନ୍ ଟୁଲ୍ସ ଓ ରିପୋର୍ଟ ଅପସନ ୨୦୨୩ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏଥିପାଇଁ କମ୍ପାନୀ ପୂରା ଆସିଷ୍ଟେଣ୍ଟ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେବ । କମ୍ପାନୀ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ଗ୍ରାହକ ଓ ପାର୍ଟନ୍ସଙ୍କ ହିତକୁ ଦୃଷ୍ଟିରେ ଏହାକୁ ବିଭିନ୍ନ ପର୍ଯ୍ୟାୟରେ ବନ୍ଦ କରାଯାଉଛି ।

ଅନଲାଇନ୍ ଶିକ୍ଷା ସେବା ବନ୍ଦ ଘୋଷଣା ପରେ କମ୍ପାନି ଅନଲାଇନ ଖାଦ୍ୟପ୍ରଦାନ ସେବାକୁ ମଧ୍ୟ ବନ୍ଦ କରିବ ବୋଲି ଘୋଷଣା କରିଛି। କମ୍ପାନି ଏହାର ‌ରେସ୍ତୋରାଁ ସହଯୋଗୀମାନଙ୍କୁ ଏ ନେଇ ଇ-ମେଲ୍‌ ଜରିଆରେ ସୂଚନା ଦେଇଛି। ଅର୍ଥାତ ଡିସେମ୍ବର ୨୯ ପରେ ଗ୍ରାହକମାନେ ଆଉ ଆମାଜନ ଫୁଡ୍‌ ଜରିଆରେ ଖାଦ୍ୟ ଅର୍ଡର କରିପାରିବେ ନାହିଁ। କିନ୍ତୁ ‌ଡିସେମ୍ବର ୨୯ ପର୍ଯ୍ୟନ୍ତ ରେସ୍ତୋରାଁଗୁଡ଼ିକ ଅର୍ଡର ଗ୍ରହଣ କରିପାରିବେ।

ଗତ ଗୁରୁବାର କମ୍ପାନି ଏହାର ଅନଲାଇନ ପ୍ଲାଟଫର୍ମ ଆମାଜନ ଏକାଡେମି ‌ବନ୍ଦ ନେଇ ଘୋଷଣା କରିଥିଲା। ଉକ୍ତ ପ୍ଲାଟଫର୍ମ ଜରିଆରେ ପିଲାମାନେ ବିଭିନ୍ନ ପ୍ରକାର ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନରେ ଶିକ୍ଷାଲାଭ କରୁଥିଲେ।

ତେବେ ୨୦୨୩ ଅଗଷ୍ଟରୁ କମ୍ପାନି ପର୍ଯ୍ୟାୟକ୍ରମେ ଏହାକୁ ବନ୍ଦ କରିବ। ଏସବୁ ସତ୍ତ୍ବେ କମ୍ପାନି ଭାରତ ବଜା‌ରକୁ ନେଇ ପ୍ରତିଶ୍ରୁତିବଦ୍ଧ ରହିଛି। ଗ୍ରୋସରି, ସ୍ମାର୍ଟଫୋନ, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ, ଫେସନ ଆଣ୍ଡ ବିୟୁଟି ଏବଂ ବି୨ବି ବ୍ୟବସାୟ ଜାରି ରଖିବ ବୋଲି କେହିଛି। ଭାରତରେ କମ୍ପାନି ଗତ ୮ ବର୍ଷ ମଧ୍ୟରେ ୬.୫ ବିଲିୟନ ଡଲାର ନିବେଶ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ଭାରତରେ ଆମାଜନ ଏକ ଲାଭଦାୟକ କମ୍ପାନିରେ ପରିଣତ ହୋଇପାରି ନାହିଁ।

ନୂତନ ଶସ୍ୟ ବୀମା ଯୋଜନାରେ ଲାଭବାନ ହେବେ ଚାଷୀ

ଖୁସି ଖବର ; କୃଷି କ୍ଷେତ୍ରରେ ବ୍ୟବହାର ହେବ ଡ୍ରୋନ, ଚାଷୀକୁ କେତେ ଲାଭ ହେବ ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)