1. କୃଷି ବିଶ୍ବକୋଷ

ଖୁସି ଖବର ; କୃଷି କ୍ଷେତ୍ରରେ ବ୍ୟବହାର ହେବ ଡ୍ରୋନ, ଚାଷୀକୁ କେତେ ଲାଭ ହେବ ଜାଣନ୍ତୁ...

ଦେଶରେ କୃଷି କ୍ଷେତ୍ରରେ ଡ୍ରୋନ ବ୍ୟବହାର ହେବ । ହେଲେ ଓଡ଼ିଶା ଭଳି ରାଜ୍ୟରେ ଏହାର କେତେ ପ୍ରଭାବ ରହିବ ? ଚାଷୀ ଲାଭରେ ରହିବେ ନା କ୍ଷତି ସହିବେ ?

Sudesna Nayak
Sudesna Nayak
Drones in agriculture profit or loss to farmers

Drones in agriculture profit or loss to farmers

ଦେଶରେ କୃଷି କ୍ଷେତ୍ରରେ ଡ୍ରୋନ (Drone)ବ୍ୟବହାର ହେବ । ହେଲେ ଓଡ଼ିଶା ଭଳି ରାଜ୍ୟରେ ଏହାର କେତେ ପ୍ରଭାବ ରହିବ ? ଚାଷୀ ଲାଭରେ ରହିବେ ନା କ୍ଷତି ସହିବେ ?

କୃଷି କ୍ଷେତ୍ରରେ ପ୍ରବେଶ କରିବ ଟେକ୍ନୋଲୋଜି । ଏହା ଜରିଆରେ ଫସଲ ଆକଳନ, ସାର ସିଞ୍ଚନ, ଜମି ରେକର୍ଡର ଡିଜିଟାଲାଇଜେସନ, କୀଟ ଏବଂ ପୁଷ୍ଟି ସାଧନ କରାଯିବ ବୋଲି ବଜେଟ ଅଭିଭାଷଣ ବେଳେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)

ଏମିତି କିଛି ପ୍ରସଙ୍ଗକୁ ନେଇ ବିତର୍କ ଜୋର ଧରିଲାଣି । କେନ୍ଦ୍ର ସରକାର (central government)ଙ୍କ ନିଷ୍ପତ୍ତିକୁ ଗ୍ରହଣ କରିପାରୁ ନାହିଁ ଚାଷୀ ସଙ୍ଗଠନ । ଏମାନଙ୍କର କହିବା କଥା, ଚାଷ କ୍ଷେତ୍ରରେ ଡ୍ରୋନ ବ୍ୟବହାର (Drones in agriculture) ବେଳେ ଯଦି ଗ୍ରାମ୍ୟ କମିଟିର ଭୂମିକା ଗୌଣ ହୋଇ କମ୍ପାନି ସର୍ବସ୍ବ ହେବ ତେବେ ଏହା ଚାଷୀ (Farmers)ଙ୍କୁ କ୍ଷତିଗ୍ରସ୍ତ କରିବ ।

କେବଳ ସେତିକି ନୁହେଁ, ଆଗାମୀ ଦିନରେ ଚାଷୀ (Farmers) ପ୍ରାକୃତିକ ବିପର୍ଯ୍ୟୟ କ୍ଷତି ପୂରଣରୁ ବଞ୍ଚିତ ହେବାର ମଧ୍ୟ ଆଶଙ୍କା ରହିଛି । ହେଲେ ଓଡ଼ିଶା ସରକାର (Odisha government)ଙ୍କ ମତ କିନ୍ତୁ ଅଲଗା । ରାଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ (Dr.Arun Kumar Sahoo) କହିଛନ୍ତି, କୃଷି କ୍ଷେତ୍ରରେ ଡ୍ରୋନ ବ୍ୟବହାରର ସକରାତ୍ମକ ଦିଗ ରହିଛି । ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ସମୀକ୍ଷା କରାଯାଉଛି । ଆବଶ୍ୟକତା ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ।

ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଚାଷୀ ନେତା ଲିଙ୍ଗରାଜ କହିଛନ୍ତି, ଚଳିତ ବର୍ଷ ପ୍ରଥମ କରି ନୁହେଁ, ୨୦୨୦ ମସିହା ବଜେଟ (Budget)ବକ୍ତବ୍ୟରେ ଡ୍ରୋନ ବ୍ୟବହାର ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷେତ୍ରରେ ଘରୋଇ କମ୍ପାନି ପ୍ରବେଶ ପରେ ସେମାନେହିଁ ଡ୍ରୋନ ଜରିଆରେ କ୍ଷୟକ୍ଷତି ଆକଳନ ପାଇଁ ପ୍ରସ୍ତାବ ଦେଇ ଆସୁଛନ୍ତି। ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇ ନାହିଁ। କିନ୍ତୁ ଡ୍ରୋନ ଜରିଆରେ କ୍ଷୟକ୍ଷତି ଆକଳନ ନେଇ ବିବାଦ ରହିଛି । କିଛି ବର୍ଷ ହେଲା କିଛି ଅଞ୍ଚଳରେ ଡ୍ରୋନ (Drone)ଜରିଆରେ କ୍ଷୟକ୍ଷତି ରିପୋର୍ଟ ଆସିଛି । ଯାହାକି ରାଜ୍ୟ ସରକାରଙ୍କ କ୍ଷତି ରିପୋର୍ଟ ଠାରୁ ଭିନ୍ନ ରହୁଛି । ଏଥିଯୋଗୁଁ ଅନେକ ଚାଷୀ ବୀମା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଚାଷୀ (Farmers)ପ୍ରିମିୟମ ସିନା ଦେଉଛି କିନ୍ତୁ ଏହାର ଲାଭ ପାଇପାରୁ ନାହିଁ । ସ୍ଥିତି ଏଭଳି ହୋଇଛି ଯେ ରାଜ୍ୟର ମାତ୍ର ୩୦ ପ୍ରତିଶତ ଚାଷୀ (Farmers)ହିଁ ପ୍ରଧାନମନ୍ତ୍ରୀ ଫସଲ ବୀମା ପଞ୍ଜୀକୃତ ହୋଇଛନ୍ତି ।

ଶ୍ରୀ ଲିଙ୍ଗରାଜ ଆହୁରି କହିଛନ୍ତି, କ୍ଷୟକ୍ଷତି ଆକଳନ ବେଳେ ଗ୍ରାମ୍ୟ କମିଟିର ଭୂମିକା ଗୁରୁତ୍ବପୂର୍ଣ୍ଣ ଥାଏ । ପ୍ରଯୁକ୍ତି ବ୍ୟବହାର ବେଳେ କମିଟିଗୁଡ଼ିକ ଗୌଣ ହୋଇଯିବେ । ଯାହା କ୍ଷୁଦ୍ର, ନାମମାତ୍ର ଚାଷୀଙ୍କ ପାଇଁ ଠିକ ହେବ ନାହିଁ । ଦ୍ବିତୀୟତଃ କୀଟନାଶକ, ସାର ସିଞ୍ଚନ ପାଇଁ ଚାଷୀ ସିଧାସଳଖ ଡ୍ରୋନ (Drone)ବ୍ୟବହାର କରିପାରିବ ନାହିଁ ଅର୍ଥାତ ତାକୁ ଏକ ଘରୋଇ ସଂସ୍ଥା ଉପରେ ନିର୍ଭର କରିବାକୁ ପଡ଼ିବ । ତାର ଖର୍ଚ୍ଚ ବଢିବ । ଯାହା ଦେଖାଯାଉଛି ଦେଶର ବିଭିନ୍ନ ସଂସ୍ଥା ପକ୍ଷରୁ ଡ୍ରୋନ ନିର୍ମାଣ ବଢିଯାଇଛି । ଡ୍ରୋନ ସମ୍ପର୍କିତ ନୀତି ଲାଗୁ ହେଲେ ସରକାର ସେମାନଙ୍କୁ ସହାୟତା ଦେବେ ଏବଂ ଡ୍ରୋନ (Drone) କ୍ରୟ କରିବେ । ଯେଉଁଥିରେ କମ୍ପାନି ଲାଭରେ ରହିବ କିନ୍ତୁ ଚାଷୀ (Farmers)ଖର୍ଚ୍ଚାନ୍ତ ହେବ ।

ଚାଷୀ ନେତା ସରୋଜ କହିଛନ୍ତି, ସାଟେଲାଇଟ ଜରିଆରେ ଯେଉଁ ଚିତ୍ର ଉତ୍ତୋଳନ ହୋଇଥିଲା ତାହା ତ୍ରୁଟିପୂର୍ଣ୍ଣ ରହୁଥିବା ଦେଖାଯାଉଛି । ଚଳିତ ବର୍ଷ ବ୍ଲେକ ରାଇସ ଅଞ୍ଚଳ, ଫସଲ ଚତୁପାର୍ଶ୍ବରେ ଗଛ ଥିବା ସମେତ କିଛି ସ୍ଥାନକୁ ସାଟେଲାଇଟରେ ବାଦ ଦିଆଯାଇଥିଲା । ଏଥିଯୋଗୁଁ ଧାନ ବିକ୍ରୟ ବେଳେ ଚାଷୀମାନେ (Farmers)ହଇରାଣ ହୋଇଥିଲେ । ଡ୍ରୋନ (Drone)ରେ ମଧ୍ୟ ଏହିଭଳି ସମସ୍ୟାର ଆଶଙ୍କା ରହିଛି। କର୍ମଚାରୀ ଏବଂ ପ୍ରଯୁକ୍ତିର ଅଧିକ ବ୍ୟବହାର ହେଲେ ଚାଷୀ (Farmers)ର ସମସ୍ୟା ବିଭାଗ ପାଖକୁ ପହଞ୍ଚିବା ଆଶା କ୍ଷୀଣ ହୋଇଯିବ ।

ଜାତୀୟ ଚାଉଳ ଗବେଷଣା ପ୍ରତିଷ୍ଠାନର ଅବସରପ୍ରାପ୍ତ ନିର୍ଦେଶକ ଦୀପଙ୍କର ମାଇତି କହିଛନ୍ତି, ସାର ସିଞ୍ଚନ ବେଳେ ଡ୍ରୋନର ବ୍ୟବହାର ହେଲେ ମାତ୍ରାଧିକ ସାର ବ୍ୟବହାର ନିୟନ୍ତ୍ରଣ ହୋଇ ପାରିବ। ଯାହା ଉଭୟ ଚାଷୀ ଏବଂ ପରିବେଶ ପାଇଁ ଭଲ। କିନ୍ତୁ ଫସଲ କ୍ଷୟକ୍ଷତି ଆକଳନରେ ଡ୍ରୋନ (Drone)ଉପଯୋଗିତା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଜଣା ପଡ଼ିନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ବ୍ୟବହାର କରାଯାଇପାରେ । ଜଣେ ଚାଷୀ ଡ୍ରୋନ ବ୍ୟବହାର କରିପାରିବ ନାହିଁ । ପ୍ରାଥମିକ ପର୍ଯ୍ୟାୟରେ ଦେଶରେ ପ୍ରାୟ ୧୦ ହଜାର କୃଷି ଉତ୍ପାଦକ ସଂଘ ଗଠନ ହେବ । ଯେଉଁମାନେ ଡ୍ରୋନ (Drone)କିଣି ଭଡ଼ାରେ ଚାଷୀ (Farmers)ଙ୍କୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର ପାଇଁ ଦେଇପାରିବେ ।

ରାଜ୍ୟ ସରକାରଙ୍କ ଆଉ ଜଣେ ଗବେଷକଙ୍କ ଅନୁସାରେ, ବିଭିନ୍ନ କ୍ଷୟକ୍ଷତି ଆକଳନ ସମେତ ବିଭିନ୍ନ ପ୍ରକାର ସର୍ଭେ ବେଳେ ପୂର୍ବଭଳି କର୍ମଚାରୀଙ୍କ ଆବଶ୍ୟକତା ପଡ଼ିବ ନାହିଁ, ଡ୍ରୋନ ଜରିଆରେ ଯଥାଶୀଘ୍ର କ୍ଷୟକ୍ଷତିକ ଆକଳନ ହୋଇ ଚାଷୀ (Farmers)ଙ୍କୁ କ୍ଷତିପୂରଣ ମିଳିପାରିବ । ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିଭିନ୍ନ ପାଶ୍ଚାତ୍ୟ ଦେଶରେ ଏହାର ବ୍ୟବହାର ହୋଇଛି । ଓଡ଼ିଶାରେ ପିପିଲିରେ ଡ୍ରୋନ (Drone)ବ୍ୟବହାର ପ୍ରଦର୍ଶନୀ ହୋଇ ସାରିଛି । କୋରାପୁଟ (Koraput)ରେ ଜଣେ ଯୁବକ ନିଜସ୍ବ ଚେଷ୍ଟାରେ ଡ୍ରୋନ (Drone)ନିର୍ମାଣ କରି ସାର ଏବଂ କୀଟନାଶକ ସିଞ୍ଚନ କରୁଛନ୍ତି । ୫ ଲକ୍ଷରୁ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଡ୍ରୋନ (Drone)ରହିଛି । କୃଷି କ୍ଷେତ୍ରରେ ଡ୍ରୋନ (Drone)ବ୍ୟବହାର ବେଳେ କେଉଁଭଳି କ୍ୟାମେରା (Camera)ବ୍ୟବହାର ହେଉଛି, କିଏ ଏହାର ପରିଚାଳନା ଦାୟିତ୍ବରେ ଅଛନ୍ତି, କେତେ ଥର ଏହାର ବ୍ୟବହାର ହେଉଛି ତାହା ଗୁରୁତ୍ବପୂର୍ଣ୍ଣ ଅଟେ । ଏଥିସମ୍ପର୍କରେ ସ୍ବତନ୍ତ୍ର ନୀତି କରାଯିବା କିନ୍ତୁ ଅପରିହାର୍ଯ୍ୟ ।

ପ୍ରକାଶ ଥାଉ କି, ବର୍ତ୍ତମାନ ଗୁଜରାଟ (Gujarat)ସରକାରଙ୍କ ପକ୍ଷରୁ ଡ୍ରୋନ (Drone)ବ୍ୟବହାର ନେଇ ଖୁବ ଶୀଘ୍ର ନୀତି ଅଣାଯିବ ବୋଲି ଘୋଷଣା କରାଯାଇଛି । ଆନ୍ନା ବିଶ୍ବବିଦ୍ୟାଳୟ ପକ୍ଷରୁ ତାମିଲନାଡୁ ଚାଷୀ (Farmers)ଙ୍କ ପାଇଁ ଉଚ୍ଚମାନର ଡ୍ରୋନ ବ୍ୟବହାର ପାଇଁ କାର୍ଯ୍ୟ କରାଯାଉଛି । ରାଜସ୍ଥାନରେ କୃଷି କ୍ଷେତ୍ରରେ ଡ୍ରୋନ (Drone) ବ୍ୟବହାର ଆରମ୍ଭ ହୋଇସାରିଛି ଏହାକୁ ବହୁମୂଖୀ କରିବା ପାଇଁ ରାଜ୍ୟ ସରକାର ଯୋଜନା ଚାଲିଛି ।

Union Budget:ଚାଷୀଙ୍କ ପାଇଁ ଖୁସି ଖବର ; ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ

budget 2022 : ବଜେଟର ରାସାୟନ ମୁକ୍ତ କୃଷିକୁ ପ୍ରୋତ୍ସାହିତ ; MSP ରେକର୍ଡ଼ କ୍ରୟ କରାଯିବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments