1. କୃଷି ଖବର

NCRB Report 2022: ଚାଞ୍ଚଲ୍ୟକର ଖୁଲାସା, ଗତ ବର୍ଷ ପ୍ରତି ଦୁଇ ଘଣ୍ଟାରେ ଜଣେ କୃଷି ଶ୍ରମିକଙ୍କ ଆତ୍ମହତ୍ୟା

2021 ମସିହାରେ ପ୍ରତି ଦୁଇ ଘଣ୍ଟାରେ ଅତି କମରେ ଜଣେ କୃଷି ଶ୍ରମିକ ଆତ୍ମହତ୍ୟା କରିଛନ୍ତି ।ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ର ସଦ୍ୟତମ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ଖୁଲାସା ।

Shuvanshu Kar
Shuvanshu Kar
An agricultural labourer died by suicide every 2 hours in 2021: NCRB Report

An agricultural labourer died by suicide every 2 hours in 2021: NCRB Report

ଭାରତର ମୋଟ ଘରୋଇ ଉତ୍ପାଦ ଅଭିବୃଦ୍ଧି କ୍ଷେତ୍ରରେ କୃଷିର ଅନେକ ଯୋଗଦାନ ରହିଥିଲା । ଗତ ଦୁଇ ବର୍ଷ ମଧ୍ୟରେ ଅନ୍ୟ କ୍ଷେତ୍ରଗୁଡିକରେ ମହାମାରୀ ସତ୍ତ୍ବେ ସକରାତ୍ମକ ଅଭିବୃଦ୍ଧି ହାର ଦେଖିବାକୁ ମିଳିଥିଲା । ହେଲେ ସେହି ଅନୁଯାୟୀ, ଅଭିବୃଦ୍ଧି କୃଷି ଶ୍ରମିକମାନଙ୍କୁ(agricultural labourer) ପାଇଁ ଅଧିକ ଲାଭ ପହଞ୍ଚାଇପାରିନଥିଲା । 2021 ମସିହାରେ ପ୍ରତି ଦୁଇ ଘଣ୍ଟାରେ ଅତି କମରେ ଜଣେ କୃଷି ଶ୍ରମିକ ଆତ୍ମହତ୍ୟା(suicide) ଏହି କଥାରୁ ସ୍ପଷ୍ଟ ହେଉଛି ।

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (NCRB) ର ସଦ୍ୟତମ ରିପୋର୍ଟ ଅନୁଯାୟୀ 2021 ମସିହାରେ ପ୍ରାୟ 5,563 କୃଷି ଶ୍ରମିକ ଆତ୍ମହତ୍ୟା କରିଛନ୍ତି । 2020 ଠାରୁ ଆତ୍ମହତ୍ୟା ସଂଖ୍ୟା 9 ପ୍ରତିଶତ ଏବଂ 2019 ଠାରୁ ପ୍ରାୟ 29 ପ୍ରତିଶତ ଅଧିକ ।

2021ରେ ଆତ୍ମହତ୍ୟା କରିଥିବା 5,563 କୃଷି ଶ୍ରମିକଙ୍କ ମଧ୍ୟରୁ 5,121 ପୁରୁଷ ଏବଂ 442 ଜଣ ମହିଳା ରହିଛନ୍ତି । ଭାରତରେ ଆତ୍ମହତ୍ୟା ରିପୋର୍ଟ ଅନୁଯାୟୀ ସର୍ବାଧିକ ମହାରାଷ୍ଟ୍ରରେ 1,424, ପରେ କର୍ଣ୍ଣାଟକ 999 ଏବଂ ଆନ୍ଧ୍ରପ୍ରଦେଶ 584 ଜଣ ଆତ୍ମହତ୍ୟା କରିଥିବା ଜଣାପଡିଛି।

ଗତ ବର୍ଷ ଦେଶରେ ଘଟିଥିବା ଆତ୍ମହତ୍ୟା ସମ୍ପର୍କରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ଏହି ଚାଞ୍ଚଲ୍ୟକର ରିପୋର୍ଟେ ଦିନ ମଜୁରୀଆ, ସ୍ବରୋଜଗାର ସହିତ ଜଡିତ ବ୍ୟକ୍ତି, ବେକାରୀ ଏବଂ କୃଷି କ୍ଷେତ୍ର ସହିତ ଜଡିତ ବ୍ୟକ୍ତିମାନେ 2021 ମସିହାରେ ସର୍ବାଧିକ ଆତ୍ମହତ୍ୟା କରିଥିଲେ।

ଦେଶରେ ଆତ୍ମହତ୍ୟା ସମ୍ପର୍କରେ ଏନସିଆରବି ଏହାର ସଦ୍ୟତମ ରିପୋର୍ଟରେ କହିଛି ଯେ 2021 ମସିହାରେ କୃଷି କ୍ଷେତ୍ରର 10,881 ଜଣ ଆତ୍ମହତ୍ୟା କରିଛନ୍ତି । ସେଥିମଧ୍ୟରୁ 5,318 ଜଣ କୃଷକ ଏବଂ 5,563 ଜଣ କୃଷି କ୍ଷେତ୍ର ସହ ଜଡିତ ଦିନମଜୁରିଆ ସାମିଲ ରହିଛନ୍ତି । 5,318 କୃଷକଙ୍କ ମଧ୍ୟରୁ 5107 ଜଣ ପୁରୁଷ ଏବଂ 211 ଜଣ ମହିଳା ଆତ୍ମହତ୍ୟା କରିଛନ୍ତି ।

ରିପୋର୍ଟ ଅନୁଯାୟୀ, କୃଷି କ୍ଷେତ୍ରରେ ମହାରାଷ୍ଟ୍ରରେ ଆତ୍ମହତ୍ୟା ସର୍ବାଧିକ 37.3 ପ୍ରତିଶତ ରହିଛି। ଏହା ପରେ କର୍ଣ୍ଣାଟକ 19.9%, ଆନ୍ଧ୍ରପ୍ରଦେଶରେ 9.8 ପ୍ରତିଶତ% , ମଧ୍ୟପ୍ରଦେଶରେ 6.2 % ଏବଂ ତାମିଲନାଡୁରେ 5.5 ପ୍ରତିଶତ ରହିଛି ।

ଏହି ରାଜ୍ୟରେ ଅକାଳ ମରୁଡି ମାଡ ! ଚିନ୍ତାରେ ଚାଷୀ

ଏହି ରାଜ୍ୟରେ ଭୟଙ୍କର ମରୁଡି ! 33%ରୁ କମ ଜମିରେ ହୋଇଛି ଚାଷ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments