News

ଆଉ ନେବାକୁ ପଡିବନି ଚାଷୀଙ୍କୁ ଟେନସନ, ଲଞ୍ଚ ହେବ ନୂଆ ଟେକ୍ନୋଲୋଜୀ

କୃଷି କ୍ଷେତ୍ରରେ ଡ୍ରୋନ ଟେକ୍ନୋଲୋଜୀ(Drone Technology)ର ମଧ୍ୟ ପ୍ରଯୋଗ ହେଉଛି । ଏହା ଉପରେ ଜୋର ଦେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର ।

10 May, 2022 5:02 PM IST By: Sudesna Nayak

ଚାଷ କ୍ଷେତ୍ର(agriculture sector)ରେ ନୂଆ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ରାଜ୍ୟସରକାର ନୂଆ ନୂଆ ପ୍ରଯାସ ଆପଣାଉଛନ୍ତି । ଏହି ଆଧାରରେ କୃଷି କ୍ଷେତ୍ରରେ ଡ୍ରୋନ ଟେକ୍ନୋଲୋଜୀ(Drone Technology)ର ମଧ୍ୟ ପ୍ରଯୋଗ ହେଉଛି । ଏହା ଉପରେ ଜୋର ଦେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର ।

ଆନ୍ଧ୍ରପ୍ରଦେଶରେ ରାୟିତୁ ଭରୋସା ଆସନ୍ତା ମେ 16 ରେ ବଣ୍ଟନ କରାଯିବ ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଖରିଫ ଋୁତୁରେ ଚାଷ କାର୍ଯ୍ୟ ଆରମ୍ଭ କରିବା ନେଇ ଚାଷୀମାନଙ୍କୁ ଜୁନ୍ 15 ସୁଦ୍ଧା ଫସଲ ବୀମା ବଣ୍ଟନ କରାଯିବ । ଆନ୍ଧ୍ରପ୍ରଦେଶରେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଡ୍ରୋନ୍ କମ୍ୟୁନିଟି ନିଯୁକ୍ତି କେନ୍ଦ୍ର ପ୍ରତିଷ୍ଠା କରି ଚାଷୀମାନଙ୍କୁ ଡ୍ରୋନ୍ ବ୍ୟବହାର କରିବା ନେଇ ପ୍ରୋତ୍ସାହିତ କରିଥିଲେ ।

ଏହା ପୂର୍ବରୁ ଏପ୍ରିଲ 8ରେ ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଡ୍ରୋନ ପ୍ରଦର୍ଶନର ଆଯୋଜନ କରାଯାଇଥିଲା । ଡ୍ରୋନ ଟେକ୍ନୋଲୋଜୀ(Drone Technology) ଯୋଗୁଁ ଚାଷ କାର୍ଯ୍ୟର କ୍ଷମତା ବୃଦ୍ଧି ହେବା ନେଇ ଆଶା କରାଯାଉଛି ।

ଚାଷ କାର୍ଯ୍ୟ ପାଇଁ ବେଶ ପରିଶ୍ରମ କରନ୍ତି ଚାଷୀ । ଏହାକୁ ସହଜ କରିବା ପାଇଁ ଟେକ୍ନୋଲୋଜୀର ସାହାଯ୍ୟ ନିଆଯାଉଛି । ପରିଶ୍ରମ କମ କରିବା ଓ ସମୟ ମଧ୍ୟରେ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ କୃଷି କ୍ଷେତ୍ରରେ ଡ୍ରୋନ ବ୍ଯବହାର ଉପରେ ଗୁରୁତ୍ବ ଦିଆଯାଉଛି । ରାଜ୍ୟସରକାରଙ୍କ ଯୋଜନାରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳୁଛି ।

ଡ୍ରୋନ ପାଇଁ 200 କୋଟି ଟଙ୍କାର ଆବଣ୍ଟନ କରାଯାଇଛି । ଗତ 2 ବର୍ଷରୁ ରାଜ୍ୟରେ ଡ୍ରୋନ ଜରିଆରେ କୀଟନାଶକ ସିଞ୍ଚନର ଟ୍ରାଏଲ ଚାଲିଛି । କୃଷି କ୍ଷେତ୍ରରେ ବ୍ୟବହାର ପାଇଁ 10 ହଜାର ଡ୍ରୋନ ଲଞ୍ଚ ପରେ ରୋଜଗାରର ନୂଆ ଅବସର ସୃଷ୍ଟି ହେବ । କେବଳ ରାୟିଥୁ ଭରୋସା କେନ୍ଦ୍ରରୁ 20 ହଜାର ଲୋକଙ୍କୁ ରୋଜଗାର ମିଳିବାର ସମ୍ଭାବନା ରହିଛି ।

ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛି ରାୟତୁ ଭରୋସା

ଆଗରୁ ମଧ୍ୟ ଗେମ ଚେଞ୍ଜର ସାବ୍ୟସ୍ତ ହୋଇସାରିଛି ରାୟତୁ ଭରୋସା ଖାସ କରି ଗ୍ରାମୀଣ ଅଞ୍ଚଳରେ ଏଥୁ ଚାଷୀଙ୍କୁ ବେଶ ସୁବିଧା ମିଳିପାରୁଛି । ଏହାକୁ ଆହୁରି ସଶକ୍ତ କରିବା ପାଇଁ କାମ ଚାଲିଛି । ଆସନ୍ତା ଆର୍ଥିକ ବର୍ଷରୁ ଏହା ଉପରେ ଆହୁରି ଜୋର ଦିଆଯିବାର ଲକ୍ଷ ରଖାଯାଇଛି ।

ଖୁସି ଖବର ; କୃଷି କ୍ଷେତ୍ରରେ ବ୍ୟବହାର ହେବ ଡ୍ରୋନ, ଚାଷୀକୁ କେତେ ଲାଭ ହେବ ଜାଣନ୍ତୁ...

Union Budget:ଚାଷୀଙ୍କ ପାଇଁ ଖୁସି ଖବର ; ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ