
Anurag Singh Thakur launches Fit India Healthy Hindustan Talk Series
କେନ୍ଦ୍ର ଯୁବ ବ୍ୟାପାର ତଥା କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର, ଜାନୁଆରୀ ୧୫ ତାରିଖ ରବିବାର ଦିନ ମିଲେଟର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହିତ ଫିଟ୍ ଇଣ୍ଡିଆ ହେଲଦି ହିନ୍ଦୁସ୍ତାନ ଆଲୋଚନାର ଶୁଭାରମ୍ଭ କରିଛନ୍ତି ।
ସ୍ୱତନ୍ତ୍ର ଉଦଘାଟନୀ କାର୍ଯ୍ୟକ୍ରମ ସମୟରେ ମନ୍ତ୍ରୀ ଫିଟ୍ ଇଣ୍ଡିଆ ହେଲଦି ହିନ୍ଦୁସ୍ଥାନ ଆଇକନ୍ଙ୍କ ସହିତ ଏକ ସ୍ୱତନ୍ତ୍ର ଅଧିବେଶନ କରିଥିଲେ, ଯେଉଁଠାରେ ସେ ଫିଟନେସ୍, ସ୍ୱାସ୍ଥ୍ୟକର ଖାଦ୍ୟ ତାଲିକା, ବରିଷ୍ଠ ନାଗରିକମାନଙ୍କର ଆବଶ୍ୟକତା ଏବଂ ଆମର ଦୈନନ୍ଦିନ ଜୀବନରେ ମିଲେଟସ୍ ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ଫିଟନେସ୍ ବିଶେଷଜ୍ଞ ତଥା ଫିଟ୍ ଇଣ୍ଡିଆ ଆଇକନ୍ଙ୍କ ଦ୍ୱାରା ଏହି ଅନଲାଇନ୍ ଆଲୋଚନା ୨୨ ଜାନୁୟାରୀରୁ ୧୨ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ହେବ ଏବଂ ଫିଟ୍ ଇଣ୍ଡିଆର ଅଫିସିଆଲ୍ ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମରେ ପ୍ରତି ରବିବାର ଦିନ ୧୧ ଟା ସମୟରେ ପ୍ରସାରିତ ହେବ ।
କାର୍ଯ୍ୟକ୍ରମ ଶୁଭାରମ୍ଭ କରି ମନ୍ତ୍ରୀ ଏପରି ଏକ ମହତ ଅଭିଯାନ ପାଇଁ ଫିଟ୍ ଇଣ୍ଡିଆର ସମସ୍ତ ବିଶେଷଜ୍ଞ ଏବଂ ଆଇକନ୍ ମାନଙ୍କୁ ପ୍ରଶଂସା କରି କହିଥିଲେ ଯେ ଯଦି ୭୦ ବର୍ଷ ବୟସରେ, ଆମେ ଏକ ସୁସ୍ଥ ଶରୀର ପାଇଁ ଆଗ୍ରହ ପ୍ରକାଶ କରୁଛୁ, ତେବେ ଆମେ କାହିଁକି ଯୁବା ବୟସରୁ ଆମ ସ୍ୱାସ୍ଥ୍ୟର ଯତ୍ନ ନେବା ଆରମ୍ଭ କରିବା ନାହିଁ? ଆସନ୍ତୁ ବିଶେଷଜ୍ଞମାନଙ୍କ ଠାରୁ ପରାମର୍ଶ ନେବା, ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା, ନିୟମିତ ବ୍ୟାୟାମ କରିବା ଏବଂ ଫିଟ୍ ରହିବା । ଆମେ ଲୋକଙ୍କୁ ସଚେତନ କରାଇବା ମାତ୍ରେ ଏକ ବଡ଼ ପାର୍ଥକ୍ୟ ହେବାକୁ ଯାଉଛି ଏବଂ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଏହି କାର୍ଯ୍ୟକ୍ରମ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦର୍ଶନ ସହିତ ଏକ ଫିଟ୍ ରାଷ୍ଟ୍ର ସୃଷ୍ଟି କରିବାକୁ ଫିଟ୍ ଇଣ୍ଡିଆ ହେଲଦି ହିନ୍ଦୁସ୍ତାନ ସମସ୍ତ ବୟସ ବର୍ଗ ବିଶେଷ କରି ବରିଷ୍ଠ ନାଗରିକଙ୍କ ମଧ୍ୟରେ ଫିଟନେସ୍, ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ ଏବଂ ମାନସିକ ସୁସ୍ଥତାର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି ।
ମିଳିତ ଜାତିସଂଘର ସାଧାରଣ ପରିଷଦ ୨୦୨୩ ବର୍ଷକୁ ‘ଆର୍ନ୍ତଜାତୀୟ ମିଲେଟସ୍ ବର୍ଷ' (ଆଇୱାଇଓଏମ୍) ଭାବରେ ଘୋଷଣା କରିଛି । ଏହା ଭାରତ ସରକାରଙ୍କ ପଦକ୍ଷେପ ଯାହା ଦ୍ୱାରା ବିଶ୍ୱର ୭୦ ରୁ ଅଧିକ ଦେଶର ସହଯୋଗରେ ମିଳିତ ଜାତିସଂଘରେ ସଂକଳ୍ପ ନିଆଯାଇଛି । ଭାରତ ସରକାର ଆଇୱାଇଓଏମ୍ ୨୦୨୩କୁ ଏକ ଜନ ଆନ୍ଦୋଳନ କରିବା ପାଇଁ ଚେଷ୍ଟା କରୁଛନ୍ତି ଯାହା ଦ୍ୱାରା ଭାରତୀୟ ମିଲେଟ, ଏଥିରୁ ପ୍ରସ୍ତୁତ ଖାଦ୍ୟ ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ଆର୍ନ୍ତଜାତୀୟ ସ୍ତରରେ ଗ୍ରହଣୀୟ ହେବ । ଫିଟ୍ ଇଣ୍ଡିଆ ହେଲଦି ହିନ୍ଦୁସ୍ତାନ ଆଲୋଚନା ତାଲିକାରେ ଲୁକେ କାଉଟିନୋ (ଜୀବନଶୈଳୀ ବିଶେଷଜ୍ଞ), ରିଆନ୍ ଫର୍ଣ୍ଣାଣ୍ଡୋ (କ୍ରୀଡ଼ା ପୁଷ୍ଟି ବିଶେଷଜ୍ଞ), ହୀନା ଭୀମାନି (ପୁଷ୍ଟି ବିଶେଷଜ୍ଞ) ଏବଂ ସଂଗ୍ରାମ ସିଂହ (କୁସ୍ତିଯୋଦ୍ଧା / ମୋଟିଭେସନ୍ ସ୍ପିକର) ଅନ୍ତର୍ଭୁକ୍ତ ।
ମିଲେଟର ମହତ୍ୱ ବିଷୟରେ ପୁଷ୍ଟିକର ବିଶେଷଜ୍ଞ ରିୟାନ୍ ଫର୍ଣ୍ଣାଣ୍ଡୋ କହିଛନ୍ତି ଯେ ୬୦% ମହିଳାଙ୍କର ରକ୍ତ ହୀନତା ରହିଛି କିନ୍ତୁ ମିଲେଟ ବ୍ୟବହାର କରି ସେହି ଅଭାବକୁ ପୂରଣ କରାଯାଇପାରିବ; ରାଗିରେ ଫେନୋଲିକ୍ ଏସିଡ୍ ନାମକ ଏକ ଜିନିଷ ଅଛି ଯାହା ଏକ ଶକ୍ତିଶାଳୀ ସୁପର ଆଣ୍ଟିଅକ୍ସିଡେଣ୍ଟ ଯାହା ମାଂସପେଶୀର କ୍ଷତିକୁ ଭଲ କରିଥାଏ ଏବଂ ମୋ ବହିରେ ମିଲେଟସ୍ ନୂତନ ସୁପରହିରୋ ହେବାକୁ ଯାଉଛି । କୁସ୍ତିଯୋଦ୍ଧା ସଂଗ୍ରାମ ସିଂହ ଆହୁରି ମଧ୍ୟ କହିଛନ୍ତି ଯେ ଫିଟ୍ ଇଣ୍ଡିଆ ହେଲଦି ହିନ୍ଦୁସ୍ତାନ କାର୍ଯ୍ୟକ୍ରମ ହେଉଛି ସରକାରଙ୍କ ଏକ ଉତ୍ତମ ପଦକ୍ଷେପ ଯାହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ । ଯଦି ଆମେ ସମସ୍ତେ ମିଲେଟ ବ୍ୟବହାର ଆରମ୍ଭ କରିବା ତେବେ ରୋଗ ଆମ ଦେଶଠାରୁ ୯୯.୯ ଫୁଟ ଦୂରରେ ରହିବ ଏବଂ ଖୁବ୍ ଶୀଘ୍ର ଏହା ଏକ କ୍ରୀଡାର ଦେଶ ହୋଇଯିବ ।
Share your comments