
Around 60 StartUps have registered with ISRO since unlocking
କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭାରତୀୟ ମହାକାଶ କ୍ଷେତ୍ରର “ଅନ୍ଲକିଂ” ହେବା ପରେ ଇସ୍ରୋ(ISRO) ସହିତ ପ୍ରାୟ ୬୦ଟି ଷ୍ଟାର୍ଟଅପ୍(StartUps) ପଞ୍ଜୀକୃତ ହୋଇଛନ୍ତି । ସେଗୁଡିକ ମଧ୍ୟରୁ କିଛି ମହାକାଶ ଆବର୍ଜନା ପରିଚାଳନା ସହିତ ସମ୍ବନ୍ଧିତ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି । ଅନ୍ୟ ଷ୍ଟାର୍ଟ ଅପ୍ ପ୍ରସ୍ତାବ ଗୁଡିକ ଭିତରେ ନାନୋ ଉପଗ୍ରହ, ଲଂଚ୍ ଯାନ, ଗ୍ରାଉଣ୍ଡ ସିଷ୍ଟମ୍, ଅନୁସନ୍ଧାନ ଇତ୍ୟାଦି ରହିଛି ।
କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧିନ ଦାୟିତ୍ୱ) ବିଜ୍ଞାନ ଏବଂ ପ୍ରଯୁକ୍ତି ; ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଭୂ ବିଜ୍ଞାନ, ପିଏମ୍ଓ, କାର୍ମିକ, ଜନ ଅଭିଯୋଗ, ପେନ୍ସନ୍, ପରମାଣୁ ଶକ୍ତି ଏବଂ ମହାକାଶ, ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଆଜି ବେଙ୍ଗାଲୁରୁ ସ୍ଥିତ ନିୟନ୍ତ୍ରଣ କେନ୍ଦ୍ର ଠାରେ “ଇସ୍ରୋ ସିଷ୍ଟମ୍ ଫର୍ ସେଫ୍ ଆଣ୍ଡ ସଷ୍ଟେନେବଲ୍ ଅପରେସନ” (ଆଇଏସ୍୪ଓଏମ୍) ର ଉଦ୍ଘାଟନ କରିବା ପରେ ଏ ସମ୍ପର୍କରେ କହିଥିଲେ ।
ଡଃ ଜିତେନ୍ଦ୍ର ସିଂହ ମନେ ପକାଇଥିଲେ ଯେ, ଗତ ମାସରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ଠାରେ ଇନ୍ – ସ୍ପେସ୍ର ମୁଖ୍ୟ କାର୍ଯ୍ୟାଳୟର ଉଦ୍ଘାଟନ କରିବା ସମୟରେ କହିଥିଲେ ଯେ, “ଯେତେବେଳେ ସରକାରୀ ମହାକାଶ ସଂସ୍ଥା ଗୁଡିକର କ୍ଷମତା ଏବଂ ଭାରତର ଘରୋଇ କ୍ଷେତ୍ରର ଉତ୍ସାହ ଏକାଠି ହୋଇ ଯିବ, ସେତେବେବେ ଆକାଶର ଆଉ କୌଣସି ପରିସୀମା ରହିବ ନାହିଁ ” ।
ମନ୍ତ୍ରୀ ଦୋହରାଇ ଥିଲେ ଯେ, ଘରୋଇ କ୍ଷେତ୍ରର କମ୍ପାନୀ ଏବଂ ନବୋନ୍ୱେଷୀ ଷ୍ଟାର୍ଟ- ଅପ୍ର ଉତ୍ସାହ ମହାକାଶ ପରିବହନ, ଆବର୍ଜନା ପରିଚାଳନା, ଭିତିଭୂମି ଏବଂ ପ୍ରୟୋଗ କ୍ଷେତ୍ରରେ ସବୁ ପ୍ରକାରର ଦକ୍ଷତା ବିକାଶ କରି ମହାକାଶରେ ଭାରତର ସ୍ୱାର୍ଥ ରକ୍ଷା କରିବା କ୍ଷେତ୍ରରେ ମହାକାଶ ବିଭାଗର ଭୂମିକାକୁ ବୃଦ୍ଧି କରାଇବ ।
ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ବ୍ୟବହାରକାରୀଙ୍କୁ ମହାକାଶ ପରିବେଶ ସମ୍ପର୍କରେ ବ୍ୟାପକ ଭାବେ ଏବଂ ସଠିକ ସମୟରେ ସୂଚନା ପ୍ରଦାନ କରି ଆଇଏସ୍୪ଓଏମ୍ ସୁବିଧା ଭାରତକୁ ଏହାର ସ୍ପେସ୍ ସିଚ୍ୟୁଏସନାଲ୍ ସଚେତନତା (ଏସ୍ଏସ୍ଏ) ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ । ଏହି ବହୁମୁଖୀ (ମଲ୍ଟି ଡୋମେନ୍) ସଚେତନତା ମଂଚ କକ୍ଷ ପଥରେ ଧକ୍କା, ଖଣ୍ଡବିଖଣ୍ଡନ, ବାୟୁ ମଣ୍ଡଳୀୟ ପୁନଃ - ପ୍ରବେଶ ବିପଦ, ମହାକାଶ ଆଧାରିତ ରଣନୀତିପୂର୍ଣ୍ଣ ସୂଚନା, ବିପଜ୍ଜନକ ଆଷ୍ଟରଏଡ୍ ଏବଂ ମହାକାଶ ପାଣିପାଗ ପୂର୍ବାନୁମାନ ଉପରେ ଏକ ତ୍ୱରିତ , ସଠିକ୍ ଏବଂ ଉପଯୋଗୀ ସୂଚନା ଆଣିବ ।
ଜାତୀୟ ବିକାଶ ନିମନ୍ତେ ବାହ୍ୟ ସ୍ଥାନର ନିରନ୍ତର ଉପଯୋଗର ଲାଭ ଉଠାଇବା ସହିତ ନିରାପତା ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବା ଦିଗରେ ଏକ ସୁବିଧାଜନକ ଆଭିମୁଖ୍ୟ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ ।
Share your comments