
As tea prices in North India auctions rise, Iran begins buying more from Kochi sales
ଉତ୍ତର ଭାରତୀୟ ଚା’ର ମୂଲ୍ୟ ବୃଦ୍ଧି ଏବଂ ଶ୍ରୀଲଙ୍କାରେ ଚାଲିଥିବା ଅର୍ଥନୈତିକ ସଙ୍କଟ(economic crisis) ଯୋଗୁଁ ବିଦେଶୀମାନେ ଏବେ କୋଚି ଆଡକୁ ମୁହାଁଇଛି । ବର୍ତ୍ତମାନ ବିଦେଶୀ ଗ୍ରାହକ କୋଚିରୁ ବହୁ ପରିମାଣରେ ଚା’(Tea) କିଣୁଥିବା ଦେଖିବାକୁ ମିଳୁଛି । ଏଥିମଧ୍ୟରେ ଇରାନ ଏବଂ ତୁର୍କୀ ସାମିଲ ଅଛନ୍ତି ।
ବ୍ୟବସାୟୀମାନେ କହିଛନ୍ତି ଯେ କୋଲକାତା ନିଲାମରେ ଦ୍ବିତୀୟ ଥର ତୋଳା ଯାଇଥିବା ଚା ପତ୍ରର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ 350-450 ଟଙ୍କା ରହିଛି। ଏହି କାରଣରୁ, ବିଦେଶୀ ଗ୍ରାହକମାନେ କେବଳ ଇରାନରୁ ନୁହେଁ ବରଂ ତୁର୍କୀ ଏବଂ ଋଷ ଭଳି ଦେଶରୁ ଦକ୍ଷିଣ ଭାରତର ବଜାରରୁ ଚା କିଣୁଛନ୍ତି । ନିକଟରେ ତୁର୍କୀ ଭାରତୀୟ ଗହମକୁ ଫେରାଇ ଦେଇଥିଲା । ଗହମରେ ରୁବେଲା ଭୂତାଣୁଥିବା ଦାବି କରିଥିଲା ତୁର୍କୀ । ବର୍ତ୍ତମାନ ତୁର୍କୀ ଚା କିଣିବା ପାଇଁ ଭାରତୀୟ ବଜାର ଆଡକୁ ମୁହାଁଇଛି ।
ଗୋଲମରିଚ ଚାଷ ଦେଇଥିଲା ପଦ୍ମଶ୍ରୀ ସମ୍ମାନ
ଅତିଥି ହେଉକି ଖଟି, ଚର୍ଚ୍ଚା ପାଇଁ ଭାରତୀୟଙ୍କ ପସନ୍ଦ ଚା'
'ବିଜନେସ୍ ଲାଇନ୍'ର ରିପୋର୍ଟ ଅନୁଯାୟୀ, ନୀଳଗିରି ପତ୍ରର ଭଲ ଚାହିଦା ଅଛି । ଏହା ସହିତ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଚା ପତ୍ରର ମୂଲ୍ୟ ହାରାହାରି କିଲୋଗ୍ରାମ ପ୍ରତି 4 ଟଙ୍କା ବୃଦ୍ଧି ପାଇ 159 ଟଙ୍କାରେ ପହଞ୍ଚିଛି । ଏହା ସହିତ ଗ୍ରେଡରେ ଦିଆଯାଉଥିବା ଚା’ର ପରିମାଣ ମଧ୍ୟ ବୃଦ୍ଧି ପାଇଛି ।
ଏହି ସମୟରେ ସିଟିସି ଗୁଣ୍ଡର ମୂଲ୍ୟ 3ରୁ 5 ଟଙ୍କା ବୃଦ୍ଧି ପାଇ 127 ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଗତ ସପ୍ତାହ ତୁଳନାରେ ଏଥର କିଲୋଗ୍ରାମ ପିଛା 6 ଟଙ୍କା ବୃଦ୍ଧି ଘଟିଛି । ଦକ୍ଷିଣ ଭାରତର ଏକ ଅଗ୍ରଣୀ ଚା ରପ୍ତାନିକାରୀ କହିଛନ୍ତି ଯେ ଇରାନ ଏବଂ ଅନ୍ୟ ପଶ୍ଚିମ ଏସୀୟ ଦେଶ ଦକ୍ଷିଣ ଭାରତୀୟ ଏବଂ ଉତ୍ତର ଭାରତୀୟ ବଜାରରୁ ଚା କିଣୁଛନ୍ତି। ସର୍ବୋତ୍ତମ ଗୁଣବତ୍ତା ସିଟିସି ଚା’ର ମୂଲ୍ୟ ବୃଦ୍ଧି ସେମାନଙ୍କୁ ଦକ୍ଷିଣ ଭାରତୀୟ ଚା ବଜାର ଆଡକୁ ଆକର୍ଷିତ କରିଛି ।
ଶ୍ରୀଲଙ୍କାର ଚା ବଜାରରେ ଅନିଶ୍ଚିତତା ହେତୁ ଚା’ର ଚାହିଦା ବୃଦ୍ଧି ପାଇଛି । କିନ୍ତୁ ଚା ’ପତ୍ର ସବୁ ଜାଗାରେ ଉପଲବ୍ଧ ନାହିଁ । ଚା ପାଇଁ ବଢୁଥିବା ଚାହିଦା କିଛି ସମୟ ପାଇଁ ଜାରି ରହିପାରେ । ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ଦକ୍ଷିଣ ଭାରତର ତିନିଟି ବଡ ଚା ଉତ୍ପାଦକ କଳା ଚା ଉତ୍ପାଦନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । କୁନୁର ନିଲାମରେ ସିଟିସି ଗୁଣ୍ଡର ଚାହିଦା ହ୍ରାସ ପାଇଛଇ । ଏହାଦ୍ୱାରା ମୂଲ୍ୟରେ ହ୍ରାସ ଘଟିଛି ଏବଂ ପ୍ରସ୍ତାବିତ ପରିମାଣର 75 ପ୍ରତିଶତ ବିକ୍ରୟ ହୋଇନାହିଁ ।
Share your comments