1. କୃଷି ଖବର

ଅତିଥି ହେଉକି ଖଟି, ଚର୍ଚ୍ଚା ପାଇଁ ଭାରତୀୟଙ୍କ ପସନ୍ଦ ଚା'

ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି |

Rajashree
Rajashree
International Tea Day

International Tea Day

ସକାଳର ଆରମ୍ଭ ହେଉ କି ସନ୍ଧ୍ୟାର ଖଟି ଚା’ ବିନା ସବୁ ଯେମିତି ଅଧୁରା ଲାଗେ  | ଚା' ଏମିତି ଏକ ପାନୀୟ ଜଳ ଯାହା ସବୁ ସବୁ ବର୍ଗର ଲୋକଙ୍କ ର ପ୍ରଥମ ପସନ୍ଦ ରହିଥାଏ | ତେଣୁ ଚା'ର ଲୋକ ପ୍ରିୟତା ଦେଖି ଆଜି ତାରିଖ ଅର୍ଥାତ ମେଇ 21କୁ ପ୍ରତିବର୍ଷ ଅନ୍ତର୍ଜାତୀୟ ଚା' ଦିବସ (international tea day)ରୂପରେ ପାଳନ କରାଯାଏ | 

ଚା' (tea) ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଥିଲେ ମଧ୍ୟ ଭାରତର ଏହାର ଲୋକପ୍ରିୟତା ଅଧିକ ମାତ୍ରାରେ ଦେଖାଯାଇଥାଏ | ଏମିତିକି ଭାରତରେ ଲୋକମାନେ କପେ ଚା’କୁ ଅନେକ ଗୁଡ଼ିଏ ସମସ୍ୟାର ସମାଧାନ ବୋଲି ଭାବନ୍ତି। ଥକାପଣ ମେଣ୍ଟାଇବା, ଥଣ୍ଡା ଆଦି ସମସ୍ୟା ଦୂରେଇବା ଏପରିକି ଅନେକେ ମୁଣ୍ଡବିନ୍ଧା ହେଲେ ପ୍ରଥମେ ଚା ପିଇବାକୁ ପ୍ରାଧାନ୍ୟ ଦେଇଥାନ୍ତି।

ବର୍ତମାନ ବଜାରରେ ଲୋକଙ୍କ ସ୍ୱାଦ ଓ ସ୍ୱାସ୍ଥ୍ୟକୁ ଆଖିରେ ରଖି  ବିଭିହ୍ନ ପ୍ରକାର ଚା' ଉପଲବ୍ଧ ହେଉଛି | ସୂଚନାଅନୁଯାୟୀ, ପୁରା ବିଶ୍ୱରେ ବର୍ତ୍ତମାନ ୩ହଜାରରୁ ଅଧିକ ପ୍ରକାରର ଚା’ ଉପଲବ୍ଧ ଅଛି, ହେଲେ ୬ ପ୍ରକାରର ଚା’ ସର୍ବାଧିକ ସ୍ତରରେ ଥିବାର ବିକ୍ରି ହେଉଥିବାର ଜଣାପଡିଛି। ଚା’ର ଲୋକପ୍ରିୟତା ବଢ଼ିବା ଦେଖି ବିଶ୍ବ ଖାଦ୍ୟ ଓ କୃଷି ସଂଘ ହିଁ ପ୍ରଥମେ ‘ଅନ୍ତର୍ଜାତୀୟ ଚା’ ଦିବସ’  (international tea day) ପାଳନର ନିଷ୍ପତ୍ତି ନେଇଥିଲା। ୨୦19ରେ ଆଜିର ଦିନରେ ହିଁ  ଦେଶର ପ୍ରଥମ ଚା ଦିବସ ଦିଲ୍ଲୀରେ ହିଁ ପାଳିତ ହୋଇଥିଲା। ମେ’ ମାସରେ ବିଶ୍ୱର ଅଧିକାଂଶ ଦେଶରେ ଚା’ (Tea Farming) ଅମଳ କରାଯାଏ । ଭାରତ ସମେତ ଶ୍ରୀଲଙ୍କା, ଚୀନ୍ ଜାପାନ୍, ଇଣ୍ଡୋନେସିଆ , ନେପାଳ ,ବାଂଲାଦେଶ ପ୍ରମୁଖ ଦେଶରେ ଅତ୍ୟଧିକ ପରିମାଣରେ  ଚା’ ବ୍ୟବସାୟ କରାଯାଏ  । ଭାରତର ଆସାମ ଓ ଦାର୍ଜିଲିଙ୍ଗର ଚା’ ସାରା ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି ।
 

ଦେଖିବାକୁ ଗଲେ , ଭାରତୀୟ ରାଜନୀତିରେ ମଧ୍ୟ ଚା’ (tea) ଏକ ପ୍ରମୁଖ ଭୂମିକା ନେଇଛି । ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର (India prime minister )ଚା’ପେ ଚର୍ଚ୍ଚା ତାଙ୍କୁ ଅଧିକ  ଲୋକପ୍ରିୟତା କରିଛି । ଭାରତୀୟମାନଙ୍କ ଚା’ ଖଟିରେ ହିଁ ସମସ୍ତ ଖବର ଆଲୋଚନା ହୋଇଥାଏ। ରାଜନୀତିର ଚର୍ଚ୍ଚା ଏହି ଚା’ ଖଟିରେ ବେଶ୍‌ ନିଆରା। 

ଅତ୍ୟାଧିକ ଅଦା ଚା’ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଚାକିରି ଛାଡ଼ି ଚା’ବିକି ଚର୍ଚ୍ଚାରେ ନିଶା

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments