News

ଭାରତୀୟ ଉଦ୍ୟୋଗଠାରୁ ବ୍ୟାପକ ନିବେଶ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ ବାଣିଜ୍ୟ ମନ୍ତ୍ରୀ ଟିପୁ ମୁନ୍ସି ଭାରତୀୟ କର୍ପୋରେଟ୍ କ୍ଷେତ୍ରକୁ ପଡୋଶୀ ଦେଶରେ ବ୍ୟାପକ ନିବେଶ କରିବାକୁ ଅନୁରୋଧ କରିଛନ୍ତି ।

07 September, 2022 11:25 AM IST By: Shuvanshu Kar

ଭାରତ ଗସ୍ତରେ ଅଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ(Bangladesh PM) ଶେଖ ହସିନା । ଏହାରି ମଧ୍ୟରେ ମଙ୍ଗଳବାର ବାଂଲାଦେଶ ବାଣିଜ୍ୟ ମନ୍ତ୍ରୀ ଟିପୁ ମୁନ୍ସି (Bangladesh Commerce Minister Tipu Munshi)ଭାରତୀୟ କର୍ପୋରେଟ୍ କ୍ଷେତ୍ରକୁ ପଡୋଶୀ ଦେଶରେ ବ୍ୟାପକ ନିବେଶ କରିବାକୁ ଅନୁରୋଧ କରିଛନ୍ତି ।

ଭାରତ-ବାଂଲାଦେଶ ଅର୍ଥନୈତିକ ସମ୍ପର୍କ ଉପରେ ଶିଳ୍ପ ସଂସ୍ଥା FICCI ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁନ୍ସି କହିଛନ୍ତି ଯେ ଯଦିଓ ତାଙ୍କ ଦେଶରେ ଭାରତୀୟ ବ୍ୟବସାୟର ପର୍ଯ୍ୟାପ୍ତ ଉପସ୍ଥିତି ଅଛି, ତଥାପି ବାଂଲାଦେଶରେ ଭାରତୀୟ କର୍ପୋରେଟ୍ କ୍ଷେତ୍ର ଦ୍ୱାରା ଅଧିକ ପୁଞ୍ଜି ବିନିଯୋଗ ସ୍ୱାଗତଯୋଗ୍ୟ ।

ବାଂଲାଦେଶରେ ପୁଞ୍ଜି ବିନିଯୋଗ ସମଗ୍ର ଅଞ୍ଚଳର ବିକାଶରେ ସହାୟକ ହେବ । ଏଥିରେ ଉତ୍ତର-ପୂର୍ବ ଭାରତ ମଧ୍ୟ ସମୃଦ୍ଧ ଅର୍ଥନୈତିକ ଅଞ୍ଚଳରେ ପରିଣତ ହେବ ବୋଲି ଜୋର ଦେଇ କହିଛନ୍ତି ମନ୍ତ୍ରୀ ମୁନ୍ସି ।

ଏହି ଅବସରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ ହାସିନାଙ୍କ ଘରୋଇ ପୁଞ୍ଜି ବିନିଯୋଗ ଏବଂ ଶିଳ୍ପ ସମ୍ବନ୍ଧରେ ଉପଦେଷ୍ଟା ସଲମାନ ଏଫ୍ ରହମାନ କହିଛନ୍ତି ଯେ କୃଷି ପ୍ରକ୍ରିୟାକରଣ କ୍ଷେତ୍ରରେ ବାଂଲାଦେଶ ରପ୍ତାନି ବିବିଧତା ଉପରେ ଦୃଷ୍ଟି ରଖିଛି। ବାଂଲାଦେଶର କୃଷି କ୍ଷେତ୍ରରେ ଖାଦ୍ୟ ନିରାପତ୍ତା ହେଉଛି ମୁଖ୍ୟ ଲକ୍ଷ । ତେଣୁ ଭାରତୀୟ ଶିଳ୍ପ ପାଇଁ କୃଷି ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଅନେକ ସୁଯୋଗ ରହିଥିବା କହିଛନ୍ତି ରହମାନ ।

ତେଲରେ ନିଆଁ, 50 % ବଢିଲା ଦର

ରପ୍ତାନି ଉପରେ ରୋକ ସତ୍ତ୍ବେ ଅନ୍ୟ ଦେଶକୁ ରୁଟି ଖୁଆଉଛି ଭାରତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)