1. କୃଷି ଖବର

ରପ୍ତାନି ଉପରେ ରୋକ ସତ୍ତ୍ବେ ଅନ୍ୟ ଦେଶକୁ ରୁଟି ଖୁଆଉଛି ଭାରତ

ଘରୋଇ ବଜାରରେ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଖାଦ୍ୟ ନିରାପତ୍ତା ବଜାୟ ରଖିବା ପାଇଁ ଭାରତ ମେ ମାସରେ ଗହମ ରପ୍ତାନି ଉପରେ ରୋକ ଲଗାଇଥିଲା ​​। ତେବେ ଏହା ପରେ ମଧ୍ୟ ଭାରତ ଅନେକ ଦେଶକୁ ଲକ୍ଷ ଲକ୍ଷ ଟନ୍ ଗହମ ରପ୍ତାନି କରିଛି ।

Shuvanshu Kar
Shuvanshu Kar
India exported 1.8 million tonnes wheat to several countries since ban

India exported 1.8 million tonnes wheat to several countries since ban

ଚଳିତ ବର୍ଷ ଫେବୃଆରୀରୁ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରେ ସାରା ବିଶ୍ୱରେ ଖାଦ୍ୟ ସଙ୍କଟ ଦେଖାଦେଇଛି । ଏହି ପରିବର୍ତ୍ତିତ ପରିସ୍ଥିତିରେ ଭାରତ ଅନେକ ଦେଶ ପାଇଁ ଆଶାର କିରଣ ଭାବରେ ଉଭା ହୋଇଛି । କିଛି ଖାଦ୍ୟ ସାମଗ୍ରୀର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ମଧ୍ୟ ଭାରତ ଅଭାବୀ ଦେଶକୁ ଯୋଗାଉଛି ଖାଦ୍ୟ । ଘରୋଇ ବଜାରରେ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ଖାଦ୍ୟ ନିରାପତ୍ତା ବଜାୟ ରଖିବା ପାଇଁ ଭାରତ ମେ ମାସରେ ଗହମ ରପ୍ତାନି ଉପରେ ରୋକ ଲଗାଇଥିଲା ​​। ତେବେ ଏହା ପରେ ମଧ୍ୟ ଭାରତ ଅନେକ ଦେଶକୁ ଲକ୍ଷ ଲକ୍ଷ ଟନ୍ ଗହମ ରପ୍ତାନି କରିଛି ।

ଆଫଗାନିସ୍ତାନକୁ ସହାୟତା

ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ(Food Secretary Sudhanshu Pandey) କହିଛନ୍ତି ଯେ ମେ 13 ରେ ଲାଗୁ ହୋଇଥିବା ପ୍ରତିବନ୍ଧକ ପରଠାରୁ ଭାରତ ପ୍ରାୟ 18 ଲକ୍ଷ ଟନ୍ ଗହମ 12ରୁ୍ ଅଧିକ ଦେଶକୁ ରପ୍ତାନି କରିଛି। ଏଥିମଧ୍ୟରୁ ବାଂଲାଦେଶ(Bangladesh) ଏବଂ ଆଫଗାନିସ୍ତାନ(Afghanistan)ପରି ପଡୋଶୀ ଦେଶକୁ ଅଧଇକ ରପ୍ତାନି ହୋଇଛି । ସେ କହିଛନ୍ତି ଯେ ଆଫଗାନିସ୍ତାନକୁ ମାନବିକ ସହାୟତା ଭାବରେ 50 ହଜାର ଟନ୍ ଗହମ ଦେବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଏଥିମଧ୍ୟରୁ ପ୍ରାୟ 33 ହଜାର ଟନ୍ ଗହମ ଆଫଗାନିସ୍ତାନକୁ ରପ୍ତାନି ହୋଇଛି ।

ଅଭାବୀ ଦେଶ ପାଇଁ ସର୍ବଦା ଛିଡା ହୁଏ ଭାରତ

ବର୍ଲିନରେ 'ଏକତା ପାଇଁ ଗ୍ଲୋବାଲ୍ ଫୁଡ୍ ସିକ୍ୟୁରିଟି' ପ୍ରସଙ୍ଗରେ ପାଣ୍ଡେ ଏକ ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ସେ କହିଛନ୍ତି ଯେ 1.38 ବିଲିୟନ ଜନସଂଖ୍ୟା ପାଇଁ ଉପଲବ୍ଧତା ସୁନିଶ୍ଚିତ କରୁଥିବାବେଳେ ଭାରତ ସର୍ବଦା ବିଶ୍ବର ଆବଶ୍ୟକତାକୁ ବିଚାର କରୁଛି। ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର କାହିଁକି ନିଷ୍ପତ୍ତି ନେଇଛନ୍ତି ଏହା ଉପରେ ମଧ୍ୟ ସ୍ପଷ୍ଟ ମତ ରଖିଛନ୍ତି ପାଣ୍ଡେ ।

ଆମ ଦେଶର ଆବଶ୍ୟକତା ପୂରଣ କରିବା ସହିତ ଅଭାବୀ ଦେଶମାନଙ୍କୁ ସାହାଯ୍ୟ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରତିବନ୍ଧକ ପରେ ମଧ୍ୟ ପଡୋଶୀ ଦେଶ ତଥା ଅଭାବୀ ଦେଶକୁ ସାହାଯ୍ୟ କରିବା ପାଇଁ ଭାରତ ସର୍ବଦା ଛିଡା ହୋଇଥିବା ପାଣ୍ଡେ କହିଛନ୍ତି ।

ରପ୍ତାନୀ ଉପରେ ରୋକ ସତ୍ତ୍ବେ କମୁନି ଗହମ ଦର

ବିଶ୍ବରେ ବଢିଲା ଗହମ ଦର! ଅନେକ ଦେଶରେ ଖାଦ୍ୟ ସଙ୍କଟର କଳା ବାଦଲ

ଏହି ଦେଶଗୁଡିକ ଭାରତରୁ ରେକର୍ଡ ଗହମ ପାଇଛନ୍ତି...

ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ଏହା ପୂର୍ବରୁ କହିଥିଲେ ଯେ ଚଳିତ ଆର୍ଥିକ ବର୍ଷରେ (FY23) ଭାରତ ଏପର୍ଯ୍ୟନ୍ତ ପ୍ରାୟ 3 ଲକ୍ଷ ଟନ୍ ଗହମ ରପ୍ତାନି କରିଛି । ଏହା ବ୍ୟତୀତ ଗହମକୁ ନେଇ ଆସିଥିବା ଅନ୍ୟ କେତେକ ଦେଶର ଅନୁରୋଧକୁ ମଧ୍ୟ ଭାରତ ସରକାର ବିଚାର କରୁଛନ୍ତି। ପାଣ୍ଡେ କହିଛନ୍ତି ଯେ ଏହି ପ୍ରତିବନ୍ଧକ ପରେ ଚଳିତ ବର୍ଷ ଜୁନ୍ 22 ପର୍ଯ୍ୟନ୍ତ ଭାରତ 18 ଲକ୍ଷ ଟନ୍ ଗହମ ରପ୍ତାନି କରିଛି। ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଇସ୍ରାଏଲ, ଇଣ୍ଡୋନେସିଆ , ମାଲେସିଆ, ନେପାଳ, ଓମାନ , ଫିଲିପାଇନ୍ସ, କାତାର, ଦକ୍ଷିଣ କୋରିଆ , ଶ୍ରୀଲଙ୍କା, ସୁଦାନ, ସ୍ୱିଜରଲ୍ୟାଣ୍ଡକୁ ଗତ ଆର୍ଥିକ ବର୍ଷ (FY22) ତୁଳନାରେ 4 ଗୁଣ ଅଧିକ ଗହମ ରପ୍ତାନି ହୋଇଛି ।

ଗତ ମାସରେ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା ଭାରତ

ଭାରତ ସରକାର ଚଳିତ ବର୍ଷ ମେ 13 ରୁ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଘରୋଇ ବଜାରରେ ଗହମର ପର୍ଯ୍ୟାପ୍ତ ଉପଲବ୍ଧତା ବଜାୟ ରଖିବା ଏବଂ ଏହାର ଦରରେ ଲଗାମ ଲଗାଇବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ସରକାର ପ୍ରତିବନ୍ଧକ ଘୋଷଣା କରିଥିଲେ ଯେ ଏହା ପରେ ମଧ୍ୟ ସେହି ଦେଶକୁ ଗହମ ରପ୍ତାନି ଅନୁମତି ଦିଆଯିବ, ଯେଉଁଥିରେ ପଡୋଶୀ ଦେଶଙ୍କୁ ଏହାର ଆବଶ୍ୟକତା ରହିଛି ।

ଚଳିତ ଆର୍ଥିକ ବର୍ଷରେ 14 ଜୁନ୍ ପର୍ଯ୍ୟନ୍ତ ଭାରତ 29.70 ଲକ୍ଷ ଟନ୍ ଗହମ ରପ୍ତାନି କରିଛି । ଏହି ସମୟ ମଧ୍ୟରେ 2.59 ଲକ୍ଷ ଟନ୍ ଗହମ ଅଟା ମଧ୍ୟ ରପ୍ତାନି ହୋଇଛି । କେବଳ ପଡୋଶୀ ଦେଶ ବାଂଲାଦେଶକୁ 1.5 ଲକ୍ଷ ଟନ୍ ଗହମ ରପ୍ତାନି କରାଯାଇଛି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments