News

ଶିଘ୍ର ପୂରଣ ହେବ କୃଷି ବିଭାଗର ଖାଲି ପଦବି !

ପୂରଣ ହେବ କୃଷି ବିଭାଗରେ ଖାଲି ପଡ଼ିଥିବା ପଦବି । ଏ ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।କୃଷି ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟରେ ଖାଲି ପଡ଼ିଥିବା ମୂଳ ପଦବୀ ଯଥା ସହକାରୀ କୃଷି ଅଧିକାରୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଗ୍ରାମ୍ୟ କୃଷି କର୍ମଚାରୀ, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ,ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମଚାରୀ, ସହକାରୀ କୃଷି ଯନ୍ତ୍ରୀ ଇତ୍ୟାଦି ପଦବୀ ଶୀଘ୍ର ପୂରଣ କରିବାକୁ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।

29 December, 2022 3:44 PM IST By: Priyambada Rana

ପୂରଣ ହେବ କୃଷି ବିଭାଗରେ ଖାଲି ପଡ଼ିଥିବା ପଦବି । ଏ ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର(State Government) ।କୃଷି ବିଭାଗର(Agriculture Department) ବିଭିନ୍ନ ନିର୍ଦ୍ଦେଶାଳୟରେ ଖାଲି ପଡ଼ିଥିବା ମୂଳ ପଦବୀ ଯଥା ସହକାରୀ କୃଷି ଅଧିକାରୀ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ଗ୍ରାମ୍ୟ କୃଷି କର୍ମଚାରୀ, ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମଚାରୀ,ଉଦ୍ୟାନ କୃଷି ସମ୍ପ୍ରସାରଣ କର୍ମଚାରୀ, ସହକାରୀ କୃଷି ଯନ୍ତ୍ରୀ ଇତ୍ୟାଦି ପଦବୀ ଶୀଘ୍ର ପୂରଣ କରିବାକୁ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(Ranendra Pratap Swain)ଙ୍କ ଅଧ୍ୟକ୍ଷତାରେ କୃଷି ଭବନଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରେ ଖାଲିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ କରି ରାଜ୍ୟ ସରକାରଙ୍କ ବିଭିନ୍ନ କୃଷକ କଲ୍ୟାଣମୂଳକ ଯୋଜନା(Farmer welfare Scheme) ସଫଳ ରୂପାୟନ କରାଯିବ ବୋଲି କହିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ(Agriculture Minister)

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ(Department of Agriculture and Farmer Empowerment) ଅନ୍ତର୍ଗତ କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟରେ ବିଭିନ୍ନ ପଦବୀଗୁଡ଼ିକର କ୍ୟାଡର ପୁନର୍ଗଠନ ଏବଂ ଖାଲିଥିବା ମୂଳ ପଦବୀରେ ନିଯୁକ୍ତି ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ଖାଲି ପଦବୀ ନିଯୁକ୍ତି ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ ସଚିବ, ଓଡ଼ିଶା ଷ୍ଟାଫ ସିଲେକ୍‌ଶନ କମିଶନ ସଚିବ ଏବଂ ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ ସଚିବଙ୍କ ସହ ଆଲୋଚନା କରାଯାଇଛି । ସମସ୍ତ ନୂତନ ନିଯୁକ୍ତି ପ୍ରକ୍ରିୟାକୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ କରିବା ନେଇ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେହିପରି ଅଦ୍ୟାବଧି ଖାଲିଥିବା ସମସ୍ତ ପଦବୀ ପୂରଣ ନିମନ୍ତେ ଆସନ୍ତା ଜାନୁୟାରୀ ୧୫ ସୁଦ୍ଧା ଅର୍ଥ ବିଭାଗର ଅଧିକାରପ୍ରାପ୍ତ କମିଟିର ମଞ୍ଜୁର ପାଇଁ ପଠାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ଓଡ଼ିଶା ଉଦ୍ୟାନ କୃଷି ଅଧିକାରୀ ସଂଘ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ(ଭିଏଡବ୍ଲ୍ୟୁ) ଏବଂ ଓଭରସିୟର ସଂଘର କର୍ମକର୍ତ୍ତାମାନେ ଯୋଗଦେବା ସହ କ୍ୟାଡର ପୁନର୍ଗଠନ ନିମନ୍ତେ ବିଭିନ୍ନ ପ୍ରସ୍ତାବ ରଖିଥିଲେ।ଏହି ବୈଠକରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, ସ୍ୱତନ୍ତ୍ର ସଚିବ ସଞ୍ଜୀବ ଚଢ଼ା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ଓଡ଼ିଶା ଲୋକସେବା ଆୟୋଗ ସଚିବ, ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ଶନ କମିଶନ ସଚିବ, ଓଡ଼ିଶା ସବ୍‌ଅର୍ଡିନେଟ୍‌ ଷ୍ଟାଫ୍‌ ସିଲେକ୍ସନ କମିଶନ ସଚିବ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସମେତ ବିଭିନ୍ନ ସଂଘର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।

ନବୀନଙ୍କ ନୂଆ ଟିମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ନବୀନଙ୍କ ଫୋକସରେ ମହିଳା ! ମହିଳା ପାଇଁ ୩୬୭.୧୯ କୋଟି ଟଙ୍କା...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)