1. କୃଷି ବିଶ୍ବକୋଷ

ନବୀନଙ୍କ ଫୋକସରେ ମହିଳା ! ମହିଳା ପାଇଁ ୩୬୭.୧୯ କୋଟି ଟଙ୍କା...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କ୍ୟାବିନେଟ ୨୦୨୨-୨୩ ରୁ ୨୦୨୫-୨୦୨୬ ପର୍ଯ୍ୟନ୍ତ ରାଜ୍ୟ କୃଷି କ୍ଷେତ୍ରରେ ମହିଳା ସଶକ୍ତିକରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ୩୬୭.୧୯ ଟଙ୍କା ମଞ୍ଜୁର କରିଛନ୍ତି ।

Priyambada Rana
Priyambada Rana
Naveen Pattnaik Government puts Special Focus on Women

Naveen Pattnaik Government puts Special Focus on Women

ମହିଳାଙ୍କ ସମୃଦ୍ଧିରେ ସମାଜର ସମୃଦ୍ଧିରେ । ଘର ସମ୍ଭାଳିବା ଠାରୁ ନେଇ ଦେଶ ସମ୍ଭାଳିବା ସବୁ କ୍ଷେତ୍ରରେ ଏବେ ମହିଳା ଆଗରେ। ସେହିପରି କୃଷି କ୍ଷେତ୍ରରେ ମଧ୍ୟ ମହିଳାଙ୍କ ଅବଦାନ ଏବେ ଦିନକୁ ଦିନ ବଢ଼ିବାରେ ଲାଗିଛି । ପରିବାର, ସମ୍ପ୍ରଦାୟ, ଦେଶର ଏବଂ ସମାଜର ବିକାଶ ପାଇଁ ମହିଳା ସଶକ୍ତିକରଣ(Women Empowerment) ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ମହିଳାମାନେ ଆର୍ଥିକ କ୍ଷେତ୍ରରେ ଆତ୍ମନିର୍ଭଶୀଳ(Self-sufficient) ହେବେ ତେବେ ସମାଜରେ ସେମାନଙ୍କ ସମ୍ମାନ ବୃଦ୍ଧି ପାଇବା ସହ ପୁରୁଷ କୈନ୍ଦ୍ରିକ ସମାଜର ଭାବନା ଲୋକଙ୍କୁ ମନରୁ ଦୂରେଇ ଯିବ । ପରିବାରେ ସହ କର୍ମକ୍ଷେତ୍ରରେ ମଧ୍ୟ ମହିଳାଙ୍କ ଯୋଗଦାନ ନିତ୍ୟନ୍ତ ଆବଶ୍ୟକ ।

ଏବେ ରାଜ୍ୟରେ ମହିଳାଙ୍କୁ ରୋଜଗାରର ନୂଆ ଦିଶା ଦେଖାଇଛି ଛତୁ ଚାଷ । ଛତୁ ଚାଷ ଜରିଆରେ ମହିଳାମାନେ ନିଜେ ସମୃଦ୍ଧ ହେବା ସହ ପରିବାରର ଆର୍ଥିକ ମାନଦଣ୍ଡ(Financial Condition)କୁ ମଧ୍ୟ ସୁଦୃଢ଼ କରିପାରୁଛନ୍ତି ।ଏପରି ସ୍ଥଳରେ ମହିଳାଙ୍କ ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର । ମହିଳା ଛତୁ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ସରକାର ବିଭିନ୍ନ ପ୍ରକାରର ଯୋଜନାମାନ ପ୍ରଣୟନ କରୁଛନ୍ତି । ଛତୁ(button mushrooms) ଚାଷ ଜରିଆରେ ମହିଳାମାନେ ଯେପରି ସେମାନଙ୍କ ଆୟ ଦ୍ୱିଗୁଣିତ କରିପାରିବେ ସେ ନେଇ ସରକାର ନୂଆ ନୂଆ ଯୋଜନା ସହ ସେମାନଙ୍କୁ ପରିଚିତ କରାଉଛନ୍ତି ।

ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଜରିଆରେ ମହିଳା ଛତୁ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏ ନେଇ ରାଜ୍ୟ କ୍ୟାବିନେଟ(Cabinet)ରେ ମୋଟ୍ ୧୧୪୨.୨୪ କୋଟିର ବଜେଟ୍ ଆସନ୍ତା ୪ ବର୍ଷ ଅର୍ଥାତ ୨୦୨୨-୨୩ ରୁ ୨୦୨୫-୨୬ ପାଇଁ ମଞ୍ଜୁର କରାଯାଇଛି । ଏଥି ମଧ୍ୟରୁ ବିଶେଷ କରି ମହିଳାଙ୍କ ପାଇଁ ୩୬୭.୧୯ ଅର୍ଥ ରାଶି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର ।ଏହି ଅର୍ଥ ରାଶି ରାଜ୍ୟରେ ଆଳୁ(Potato Cultivation), ପନିପରିବା ଓ ମସଲା ଚାଷ କରୁଥିବା ସମସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଉଦ୍ଦ୍ୟେଶ୍ୟରେ ମଞ୍ଜୁର କରିଛନ୍ତି ସରକାର । ଯେଉଁଥିରେ ମହିଳାମାନେ ମଧ୍ୟ ସାମିଲ ଅଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠି ଜରିଆରେ ମହିଳାମାନେ ଏହି ଆର୍ଥିକ ସହାୟତା ଗ୍ରହଣ କରି କୃଷି କ୍ଷେତ୍ରର ବିକାଶ କରି ପାରିବେ ଏବଂ ଉନ୍ନତମାନର ଫସଲ ଫଳାଇ ପାରିବେ ବୋଲି ଆଶା ପୋଷଣ କରିଛନ୍ତି ଓଡ଼ିଶା ସରକାର।

ଏହି ଯୋଜନାକୁ ଆଗକୁ ଆଣିବାର ମୂଳ ଲକ୍ଷ ହେଉଛି, ଏହା ଦ୍ୱାରା ଆଳୁ, ପିଆଜ, ହାଇବ୍ରିଡ୍ ପନିପରିବା ଓ ମସଲା ଆଦି ଚାଷ କରୁଥିବା ଚାଷୀଙ୍କୁ ଆର୍ଥିକ ସ୍ଥରରେ ସହାୟତା ଯୋଗାଇଦେବା। ଯାହାଦ୍ୱାରା ଏହି ଚାଷୀମାନେ ପନିପରିବା ବିଶେଷ କରି ଆଳୁ, ପିଆଜ, ବିଲାତି ବାଇଗଣ, ଫୁଲକୋବି ଏବଂ ବନ୍ଧାକୋବି ଭଳି ପନିପରିବା ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିବେ ।ଏହି ଯୋଜନା ଗ୍ରାମାଞ୍ଚଳରେ ଚାଷ କାର୍ଯ୍ୟରେ ନିବୃତ୍ତ ଥିବା ଲୋକଙ୍କୁ ଖୁବ୍ ସାହାଯ୍ୟ କରିବ ।

ଏହି ନିଆରା ଯୋଜନା ପ୍ରକୃତ ସ୍ଥଳରେ କାର୍ଯ୍ୟକାରୀ ହୋଇପାରିଲେ ଗ୍ରାମାଞ୍ଚଳରେ ଅନେକ ଲୋକ ରୋଜଗାର ପାଇପାରିବେ । ଏହା ଦ୍ୱାରା ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରର ମାନ ବୃଦ୍ଧି ହେବା ସହ ଚାଷୀଙ୍କ ଆର୍ଥିକ ମେରୁ ଦଣ୍ଡ ,ସବଳ ହୋଇପାରିବ। ପୁରୁଷ ଚାଷୀଙ୍କ ସହ ମହିଳା ଚାଷୀଙ୍କୁ ସମକକ୍ଷ କରାଇ ଓଡ଼ିଶାରେ କୃଷି ପରିସରକୁ ସମୃଦ୍ଧ କରିବା ସରକାରଙ୍କ ଲକ୍ଷ ।

କୃଷକଙ୍କ ପାଇଁ ନବୀନ ଆଣିଲେ ନୂଆ ଯୋଜନା, ଜାଣନ୍ତୁ କିପରି ଉଠାଇ ପାରିବେ ଏହାର ଲାଭ...

ଦେଶକୁ ବିହନ ଯୋଗାଇବ ଓଡ଼ିଶା

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments