1. କୃଷି ଖବର

ଦେଶକୁ ବିହନ ଯୋଗାଇବ ଓଡ଼ିଶା

ଓଡିଶା ର ଚାଷୀ ଆଉ ଓଡିଶା ର ଚାଷ ଏବେ ଦେଶ ତଥା ଦେଶ ବାହାରେ ମଧ୍ୟ ପରିଚିତ l ଏମିତି ରୀ ଏବେ ଆଉ ଏକ ଖୁସି ଖବର ସାମ୍ନା କୁ ଆସିଛି l ଦେଶକୁ ବିହନ ଯୋଗାଇବ ଓଡ଼ିଶା । କୃଷି ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଥିବା ରାଜ୍ୟର ବିହନ ଏବେ ଦେଶର ପ୍ରତି ରାଜ୍ୟରେ ଚାଷ ହେବ। ଓ

Tanushree Mahapatra
Tanushree Mahapatra
Ouat will supply seeds to the country

Ouat will supply seeds to the country

ଓଡିଶା ର ଚାଷୀ  ଆଉ ଓଡିଶା ର ଚାଷ ଏବେ ଦେଶ ତଥା ଦେଶ ବାହାରେ ମଧ୍ୟ ପରିଚିତ l ଏମିତି ଏବେ ଆଉ ଏକ ଖୁସି ଖବର ସାମ୍ନା କୁ ଆସିଛି l ଦେଶକୁ ବିହନ ଯୋଗାଇବ ଓଡ଼ିଶା । କୃଷି ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଥିବା ରାଜ୍ୟର ବିହନ ଏବେ ଦେଶର ପ୍ରତି ରାଜ୍ୟରେ ଚାଷ ହେବ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି  ( ouat ) ଦ୍ୱାରା ବିକଶିତ ବିହନକୁ ଜାତୀୟ ବଜାରରେ ଉପଲବ୍ଧ କରାଇବା ପାଇଁ ଜାତୀୟ ବିହନ ନିଗମ ଏବଂ ଓୟୁଏଟି ମଧ୍ୟରେ ନିକଟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଏନଏସ୍‍ସି ଓୟୁଏଟିର ଉତ୍ପାଦଗୁଡ଼ିକୁ ବଜାରରେ ଉପଲବ୍ଧ କରାଇବାକୁ ଥିବାବେଳେ ଏମଓୟୁ ଅନୁଯାୟୀ ନିଗମ ପରବର୍ତ୍ତୀ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟର ଗବେଷଣା ପାଇଁ ସହାୟତା ମଧ୍ୟ ପ୍ରଦାନ କରିବ । ଯାହା ଏବେ ଚାଷ କ୍ଷେତ୍ର ପାଇଁ ଖୁସି ର କଥା l

‘ଏନଏସସି’ ସହିତ ଚୁକ୍ତିନାମା ଅନୁଯାୟୀ ଓୟୁଏଟିରୁ ଗବେଷଣାରେ ବିକଶିତ ହୋଇଥିବା ଉତ୍ପାଦଗୁଡ଼ିକୁ ବିଶ୍ୱବିଦ୍ୟାଳୟ ଦ୍ୱାରା ନିର୍ଦ୍ଧାରିତ ଦରରେ କ୍ରୟ କରି ହେବ । ଏନଏମସିର ଟେଣ୍ଡର ତଥା ଚାହିଦା ଅନୁଯାୟୀ ଓୟୁଏଟି ବିହନ ଯୋଗାଇବ । ତେବେ ଏଥି ଲାଗି ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଓୟୁଏଟି କୃଷି କଳିଙ୍ଗ ଗବେଷଣା ପରିଷଦ’ ନାମରେ ଏକ କମ୍ପାନୀ ମଧ୍ୟ ପ୍ରତିଷ୍ଠା କରାଯାଇଛି । ଯାହା ‘ଓୟୁଏଟି କଳିଙ୍ଗ’ ନାମରେ ଉତ୍ପାଦଗୁଡ଼ିକ ଜାତୀୟ ବଜାରରେ ଉପଲବ୍ଧ କରାଯିବ । ଯଦିଓ ରାଜ୍ୟ ବିହନ ନିଗମ ପୂର୍ବରୁ ବିଶ୍ୱବିଦ୍ୟାଳୟର ବିହନକୁ ରାଜ୍ୟର ଚାଷୀଙ୍କ ମଧ୍ୟରେ ଆବଣ୍ଟନ କରୁଥିଲା, ଏଣିକି ଅନ୍ୟ ରାଜ୍ୟର ଚାଷୀ ଓୟୁଏଟି ଦ୍ବାରା ବିକଶିତ ବିହନକୁ ନେଇ ଚାଷ କରିବେ । ଅନ୍ୟ ରାଜ୍ୟରୁ ଚାଷୀ ଓଡିଶା ରାଜ୍ୟ ରୁ ବିହନ କିଣିବା ଏକ ଗର୍ବ ର କଥା l

ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ମାନ ବୃଦ୍ଧି ହେବା ସହ ଜାତୀୟସ୍ତରରେ ରାଜ୍ୟ ସ୍ୱତନ୍ତ୍ର ପରିଚିତି ହାସଲ କରିବ । ଜାତୀୟ ବଜାରରେ ଓୟୁଏଟି ଏକ ପରିବ୍ୟାପ୍ତ ବଜାର ସୁବିଧା ପାଇବ । ଯାହାକି ବିଶ୍ୱବିଦ୍ୟାଳୟର ଆୟ ବୃଦ୍ଧି ହବା ସହ ଗବେଷଣା ମାନ ବୃଦ୍ଧି ଓ ଭିତିଭୂମିକୁ ମଧ୍ୟ ଅଧିକ ସଶକ୍ତ କରାଇବ। ସମସ୍ତ ଉତ୍ପାଦିତ ଶସ୍ୟର ଦର ଓୟୁଏଟି କଳିଙ୍ଗ କୃଷି କଳିଙ୍ଗ ଗବେଷଣା ପରିଷଦ ସଦସ୍ୟଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ । ଓୟୁଏଟି ପକ୍ଷରୁ ଏଯାବତ୍‍ ୧୭୧ କିସମର ବିହନ ବିକଶିତ ହୋଇଛି । ଯାହାକି ଧାନ ସହିତ, କ୍ଷୁଦ୍ର ଶସ୍ୟ, ଡାଲି ଯାତୀୟ ଫସଲ, ମାଣ୍ଡିଆ, ଯଅ, ମକା, ଆଖୁ, ସୁଆଁ, ସୋରିଷ ଓ ବିଭିନ୍ନ ପନିପରିବା ଆଦି ଅନ୍ତର୍ଭୁକ୍ତ ହୋଇଛି ।

ଓଡ଼ିଶାରେ ଏହି ବିହନ ଗୁଡ଼ିକର ପ୍ରଦର୍ଶନ ବେଶ୍‍ ଭଲ ରହିଥିବାବେଳେ ଆଗାମୀ ଦିନରେ ଏହି ବିହନ ଦେଶର ବିଭିନ୍ନ ଅଞ୍ଚଳରେ ଚାଷ କରାଯିବ । ଦେଶର ପ୍ରତ୍ୟେକ ଚାଷୀଙ୍କ ନିକଟରେ ଓୟୁଏଟି ଗବେଷଣାର ଉତ୍ପାଦ ପହଞ୍ଚିବ । ଉପକୂଳବର୍ତ୍ତୀ ଅଞ୍ଚଳ ଓ ଆଭ୍ୟନ୍ତରଣୀୟ ଅଞ୍ଚଳକୁ ବିଚାରକୁ ନେଇ ସମସ୍ତ ଉତ୍ପାଦଗୁଡ଼ିକୁ ପ୍ରସ୍ତୁତ କରିଛି ଓୟୁଏଟି ।

ସେହିପରି ବିଭିନ୍ନ ଶଙ୍କରଜାତୀୟ ବିହନ କିଶମର ବିକାଶ ଉପରେ ମଧ୍ୟ ଓୟୁଏଟି ଗୁରୁତ୍ୱ ଦେଉଛି । ଏବେ  ବିଭିନ୍ନ ଘରୋଇ କମ୍ପାନୀଗୁଡ଼ିକ ଭିନ୍ନ ଭିନ୍ନ ଶଙ୍କର କିସମର ବିହନ ଆଣୁଛନ୍ତି ବଜାରକୁ । ଯାହାକୁ କ୍ରୟ କରି ଅନେକ ସମୟରେ ଚାଷୀ ଠକାମିର ଶିକାର ମଧ୍ୟ ହେଉଛନ୍ତି । ତେଣୁ ସମସ୍ତ ଶଙ୍କର କିସମର ବିକାଶ ଉପରେ ବିଶ୍ୱବିଦ୍ୟାଳୟ ଅଧିକ ଗୁରୁତ୍ୱ ଦେଉଛି । ସେହିପରି ଓୟୁଏଟି ଦୁଇ ନୂଆ କିସମର ମାଣ୍ଡିଆର ବିକାଶ କରିଥିବା ବେଳେ ଖୁବ ଶିଘ୍ର ଏହା ଚାଷୀମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଯାବତ ବିଭିନ୍ନ ଫସଲର ୧୭୧ଟି କିସମ ବିକଶିତ ହୋଇଛି ।

୨୦୨୧-୨୨ ବର୍ଷରେ ଧାନ, ଚିନାବାଦାମ, ସୁଆଁ, ଆଖୁ, ବିରି, ରାଶି ଓ କପା ଫସଲରେ ୧୫ଟି କିସମ ବିକଶିତ ହୋଇଛି । ବିଶ୍ୱବିଦ୍ୟାଳୟର କୃଷି ଯନ୍ତ୍ରୀମାନେ ବଳଦ ଟଣା ବାଜରା ଅମଳ ଯନ୍ତ୍ର, କ୍ଷୁଦ୍ର ଶସ୍ୟ ବୁଣିବା ଯନ୍ତ୍ର ଆଦି ବିକଶିତ କରିଛନ୍ତି । ଏହା ସହିତ ଓୟୁଏଟି କଳିଙ୍ଗ ପଲ୍ଲିଶ୍ରୀ ନାମରେ ଏକ ରଙ୍ଗୀନ୍‍ କୁକୁଡା ବିକାଶ କରାଯାଇଛି । ଯାହା କୁକୁଡ଼ା ଚାଷ ଏଯାବତ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କଞ୍ଚା ବେଲ କଟା ଯନ୍ତ୍ର, ବନସ୍ପତି ତେଲ ପ୍ରକ୍ରିୟାକରଣ ଯନ୍ତ୍ର ଓ ମାଣ୍ଡିଆ ଅମଳ ଯନ୍ତ୍ର ନିମନ୍ତେ ତିନି ଗୋଟି ପ୍ୟାଟେଣ୍ଟ ହାସଲ କରାଯାଇଛି ।

ନବୀନଙ୍କ ଫୋକସରେ ମହିଳା ! ମହିଳା ପାଇଁ ୩୬୭.୧୯ କୋଟି ଟଙ୍କା...

ବ୍ୟବସାୟିକ ଭିତ୍ତିରେ ଏମୁ ପକ୍ଷୀ ଚାଷ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments