1. ଉଦ୍ୟାନ କୃଷି

କୃଷକଙ୍କ ପାଇଁ ନବୀନ ଆଣିଲେ ନୂଆ ଯୋଜନା, ଜାଣନ୍ତୁ କିପରି ଉଠାଇ ପାରିବେ ଏହାର ଲାଭ...

କୃଷି ଓ କୃଷକ ଉନ୍ନତି ହେଲେ ସମାଜର ଉନ୍ନତି ସହ ଦେଶର ବିକାଶ ହୋଇଥାଏ । କୃଷକମାନେ ଆମ ଦେଶର ମେରୁଦଣ୍ଡ ଅଟନ୍ତି। ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କୃଷକଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।କୃଷି ଦେଶର ସାମଗ୍ରିକ,ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ସାହାଯ୍ୟ କରିଥାଏ ।

Priyambada Rana
Priyambada Rana
New scheme Granted in state cabinet for Vegetable, spice farmers

New scheme Granted in state cabinet for Vegetable, spice farmers

କୃଷି(Farmer) ଓ କୃଷକ(Farming)ର ଉନ୍ନତି ହେଲେ ସମାଜର ଉନ୍ନତି ସହ ଦେଶର ବିକାଶ ହୋଇଥାଏ । କୃଷକମାନେ ଆମ ଦେଶର ମେରୁଦଣ୍ଡ ଅଟନ୍ତି। ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ କୃଷକଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।କୃଷି ଦେଶର ସାମଗ୍ରିକ,ସାମାଜିକ ଏବଂ ଅର୍ଥନୈତିକ ବିକାଶ(Economic Development)ରେ ସାହାଯ୍ୟ କରିଥାଏ । କୃଷିର ଉନ୍ନତିରେ ମାନବ ଜାତିର ଉନ୍ନତି । କୃଷି କୃଷକ ପାଇଁ ଏକ ବୃତ୍ତି ନୁହେଁ, ଏହା ଜୀବନ ଧାରଣର ଏକ ଉଦ୍ଦେଶ୍ୟ ଏବଂ ସାମାଜିକ ବ୍ୟବସ୍ଥା ମଧ୍ୟରେ ଏକ ପରମ୍ପରା ।

ପାଶ୍ଚ୍ୟାତ ପରମ୍ପରା ପ୍ରଭାବରେ କୃଷିରୁ ସମସ୍ତେ ମୁହଁ ଫେରାଇ ନେଇଥିବା ବେଳେ, କୋରୋନା(Corona) କାଳ କୃଷିର ମହତ୍ତ୍ୱ ଅନୁଭବ କରାଇଛି । ପ୍ରଯୁକ୍ତିବିଦ୍ୟାର(Technology) ବ୍ୟବହାର କରି କୃଷିକୁ ପାରମ୍ପାରିକ ଛୁଙ୍କ ସହ ସମୃଦ୍ଧି ଦିଗରେ ଆଗେଇ ନେବାକୁ ଚେଷ୍ଟା ଜାରି ରହିଛି । ସରକାର(Government) କୃଷି ଓ କୃଷକଙ୍କୁ ପ୍ରୋତ୍ସାହନ ଦେବା ପାଇଁ ନାନା ପ୍ରକାରର ଯୋଜନା ପ୍ରଣୟନ କରୁଛନ୍ତି । କେନ୍ଦ୍ର ସରକାର ଦେଶର କୃଷକଙ୍କ ମେରୁ ଦଣ୍ଡକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ସେହିପରି ଓଡ଼ିଶା ସରକାର ଆଉ ଦୁଇପାଦ ଆଗକୁ ଯାଇ କୃଷକଙ୍କୁ ପ୍ରୋତ୍ସାହିତ କରିବାକୁ ମନ ସ୍ଥିର କରିଛନ୍ତି ।

 

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ, ଗ୍ରାମାଞ୍ଚଳର ଅଧିକାଂଶ ଲୋକେ କୃଷି ଉପରେ ନିର୍ଭରଶୀଳ। ପୂର୍ବରୁ ରାଜ୍ୟ ସରକାର କୃଷକଙ୍କ ପାଇଁ ବିଭିନ୍ନ ପ୍ରକାରର ହୀତକର ଯୋଜନାମାନ ପ୍ରଣୟନ କରିଛନ୍ତି। ଏବେ ପୁଣି ଥରେ କୃଷକଙ୍କୁ ଆଉ ଏକ ନୂଆ ଯୋଜନା ସହ ପରିଚିତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Pattnaik)। ରାଜ୍ୟ ସରକାରଙ୍କ ଦ୍ୱାରା କ୍ୟାବିନେଟ(cabinet)ରେ ମଞ୍ଜୁର ହୋଇଛି ‘ଆଳୁ, ପନିପରିବା ଓ ମସଲା ଉନ୍ନୟନ’ ନାମକ ଏକ ନୂଆ ଯୋଜନା । ଚାଷୀ, ଏସଏଚଜି(SHG) ଏବଂ କୃଷକ ଉତ୍ପାଦକ ସଂଗଠନମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ଆଳୁ, ପନିପରିବା ଏବଂ ମସଲା ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହୋଇଛି। ଓଡ଼ିଶାରେ ମସଲା ଉତ୍ପାଦନ ବୃଦ୍ଧି ସହ ଚାଷୀଙ୍କ ଆୟ ବହୁଗୁଣିତ କରିବା ଲକ୍ଷରେ ଓଡ଼ିଶା କ୍ୟାବିନେଟ୍ ପକ୍ଷରୁ ଏହି  ନିଷ୍ପତ୍ତି ନିଆଯାଇଛି ।ଏହି ଯୋଜନାର ସଠିକ କାର୍ଯ୍ୟକାରିତା ପାଇଁ ୧୧୪୨.୨୪ କୋଟି ଟଙ୍କା ମଞ୍ଜୁର ହୋଇଛି ।

ରାଜ୍ୟରେ ପନିପରିବା ଓ ସମଲା ଚାଷ କରୁଥିବା ଚାଷୀଙ୍କୁ ଆର୍ଥିକା ସହାୟତା ଯୋଗାଇବା ସହ ସେମାନଙ୍କୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୂଳ ଲକ୍ଷ । ପୂର୍ବରୁ ସରକାର ବିଭିନ୍ନ ଯୋଜନା ଜରିଆରେ କୃଷି କ୍ଷେତ୍ରକୁ ସବଳ କରିବା ପାଇଁ ସହାୟତା ଯୋଗାଇ ଆସୁଛନ୍ତି । ସେପଟେ ସରକାରୀ ସ୍ତରରେ ପ୍ରଣୟନ ହେଉଥିବା ଯୋଜନାକୁ ତୃଣମୂଳ ସ୍ତରରେ ପ୍ରତିଫଳିତ କରିବା ପାଇଁ ପ୍ରାଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଉଛି । ଆର୍ଥିକ ସହାୟତା ସହ କୃଷି ଦକ୍ଷତା ବିକାଶ ଦିଗରେ ମଧ୍ୟ ଦୃଷ୍ଟି ନିକ୍ଷେପ କରୁଛନ୍ତି ସରକାର । ରାଜ୍ୟରେ ଥିବା ସମସ୍ତ ପରିବା ଓ ମସଲା ଚାଷୀଙ୍କୁ ଏହି ଯୋଜନାର ଫାଇଦା ଉଠାଇବା ପାଇଁ ଆହ୍ୱାନ ଦିଆଯାଇଛି ।

ତେବେ ସରକାରଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ଏହି ଯୋଜନା ବା ଯୋଜନା ପାଇଁ ମଞ୍ଜୁର ହୋଇଥିବା ଅର୍ଥ ପ୍ରକୃତ କ୍ଷେତ୍ରରେ ସାଧାରଣ କୃଷକଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି । ଯଦି କୃଷି ସହ ଜଡ଼ିତ ସମସ୍ତ ସରକାରୀ ଓ ବେସକାରୀ କର୍ମଚାରୀ ବା ସଂସ୍ଥା ଏହାକୁ କୃଷକଙ୍କ ନିକଟରେ ପହଞ୍ଚାଇବା ପାଇଁ ସୁସ୍ଥ ମନୋଭାବ ପୋଷଣ କରନ୍ତି ତେବେ ଯୋଜନା ବାଟମାରଣା ହେବାକୁ ରକ୍ଷା ପାଇଯିବ ଏବଂ କୃଷକ ଏହାର ଭରପୂର ଫାଇଦା ଉଠାଇ ପାରିବେ ।

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଦେଲେ ସ୍ୱତନ୍ତ୍ର ବାର୍ତ୍ତା

ଲାଭଦାୟକ ବାୟୋଫ୍ଲକ୍ ମାଛ ଚାଷ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments