1. କୃଷି ଖବର

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ଦେଲେ ସ୍ୱତନ୍ତ୍ର ବାର୍ତ୍ତା

ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ୨ବର୍ଷର କରୋନା କଟକଣା ପରେ ମଥୁରା ନଗରୀରରେ ବସିଛି କଂସ ଦରବାର। ନୂଆବୋହୁ ପରି ସଜେଇ ହୋଇଛି ବରଗଡ଼ ଜିଲ୍ଲା ।୧୧ ଦିନ ଧରି ଚାଲିବାକୁ ଯାଉଥିବା ଏହି ମହୋତ୍ସବରେ ଚାଲିବ ମହାରାଜା କଂସଙ୍କ ରାଜୁତି । ତେଣୁ କଂସ ମହାରାଜାଙ୍କ ସ୍ୱାଗତ ପାଇଁ ସାରା ସହର ଆକର୍ଷଣୀୟ ଢଙ୍ଗରେ ସଜେଇ ହେବା ସହ ଚଳଚଞ୍ଚଳ ହୋଇ ଉଠିଛି।

Priyambada Rana
Priyambada Rana
PM greets everyone as Dhanu Yatra begins

PM greets everyone as Dhanu Yatra begins

ଆରମ୍ଭ ହୋଇଯାଇଛି ବହୁ ପ୍ରତିକ୍ଷୀତ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା(Dhanuyatra)। ୨ବର୍ଷର କରୋନା(Corona) କଟକଣା ପରେ ମଥୁରା ନଗରୀରରେ ବସିଛି କଂସ ଦରବାର(Kansha Darwar)। ନୂଆବୋହୁ ପରି ସଜେଇ ହୋଇଛି ବରଗଡ଼ ଜିଲ୍ଲା ।୧୧ ଦିନ ଧରି ଚାଲିବାକୁ ଯାଉଥିବା ଏହି ମହୋତ୍ସବରେ ଚାଲିବ ମହାରାଜା କଂସଙ୍କ ରାଜୁତି । ତେଣୁ କଂସ ମହାରାଜାଙ୍କ ସ୍ୱାଗତ ପାଇଁ ସାରା ସହର ଆକର୍ଷଣୀୟ ଢଙ୍ଗରେ ସଜେଇ ହେବା ସହ ଚଳଚଞ୍ଚଳ ହୋଇ ଉଠିଛି। ଆଜି ବରଗଡ଼(Bargarh) ଧନୁଯାତ୍ରାର ଦ୍ୱିତୀୟ ଦିନ। ମଥୁରାବାସୀଙ୍କ ମନୋରଞ୍ଜନ ସକାଶେ ମହାରାଜ କଂସ ରଙ୍ଗମହଲର ଉଦଘାଟନ କରିବେ। ସେପଟେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣ(Shri Krishna)ଙ୍କ ଜନ୍ମ ସହ କଂସ ଭୟରେ କୃଷ୍ଣଙ୍କୁ ନେଇ ବାସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ ଓ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାଙ୍କୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନୀତ ହେବ।

ଏହି ଅବସରରେ ବରଗଡ଼ ଦ୍ୱାପର ଯୁଗ(Dwapr Yug)କୁ ଫେରିଯାଇଛି। ସହରର ବିଭିନ୍ନ ଅଞ୍ଚଳ ପାଲଟି ଯାଇଛି ଦ୍ୱାପର ଯୁଗର ଭୂଇଁ । ବରଗଡ଼ ପାଲଟି ଯାଇଛି ମଥୁରା ନଗରୀ, ଅମ୍ବାପାଲି ପାଲଟି ଯାଇଛି ଗୋପପୁର । ବରଗଡ଼-ଅମ୍ବାପାଲି ମଧ୍ୟ ଦେଇ ଯାଇଥିବା ଜୀରାନଦୀ ପାଲଟି ଯାଇଛି ଯମୁନା ନଦୀ। କୃଷ୍ଣ, ବଳରାମ, ଗୋପୀ, ଗୋପାଳଙ୍କ ବାଲ୍ୟଲୀଳାରେ ଗୋପପୁର ଉତ୍ସବ ମୁଖର ହୋଇ ଉଠିଛି ।ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ସଫଳ କରିବା ପାଇଁ ପ୍ରଶାସନିକ ଓ ବେସରକାରୀ ସ୍ତରରେ ପ୍ରସ୍ତୁତି ଜୋରଦାର ହୋଇଛି। ଲକ୍ଷ ଲକ୍ଷ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯାତ୍ରା ସମୟରେ ଦର୍ଶକଙ୍କ ଚଳପ୍ରଚଳରେ ଯେପରି କୌଣସି ଅସୁବିଧା ସୃଷ୍ଟି ନହୁଏ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି। ଏଥିସହିତ ଯାତ୍ରା ସମୟରେ ପାନୀୟ ଜଳ, ବିଦ୍ୟୁତ ଯୋଗାଣ ଆଦି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ସେପଟେ ଏହି ମହୋତ୍ସବକୁ ନେଇ ଟ୍ୱିଟ କରି ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀଗଣ। ରାଷ୍ଚ୍ରପତି କହିଛନ୍ତି ୧୧ ଦିନ ଧରି ଚାଲିବାକୁ ଥିବା ଧନୁଯାତ୍ର ଅବସରରେ ଓଡିଶାବାସୀଙ୍କୁ ମୋର ଶୁଭେଚ୍ଛା। ଭଗବାନ ଶ୍ରୀକୃଷ୍ଣଙ୍କ ସହ ଜଡିତ ପରମ୍ପରା ଲୋକକଳା ମାଧ୍ୟମରେ ଉପସ୍ଥାପିତ ହେବ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟକୁ ସ୍ପର୍ଶକରୁଛି। ମୁଁ ଏହି ମହୋତ୍ସବର ସଫଳତା କାମନା କରୁଛି।ସେହିପରି ଧନୁଯାତ୍ରା ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) । ସେ କହିଛନ୍ତି ଭବ୍ୟ ଧନୁଯାତ୍ରା ଓଡ଼ିଶାର ସଂସ୍କୃତି ସହ ଜଡ଼ିତ। ଏହି ଯାତ୍ରାରମ୍ଭ ହେବା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଏହି ଯାତ୍ରା ଆମ ସମାଜରେ ସଦ୍ଭାବ ଏବଂ ଖୁସିକୁ ଆହୁରି ସଶକ୍ତ କରୁ । ସେହିପରି ଉପରାଷ୍ଚ୍ରପତି କହିଛନ୍ତି ଆଜି ଠାରୁ ଧନୁଯାତ୍ରା ଆରମ୍ଭ ହେଉଥିବାରୁ ଓଡିଶାର ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ରାଜ୍ୟର ଚିତ୍ତାକର୍ଷକ ସଂସ୍କୃତି ଏବଂ ସମୃଦ୍ଧ ଲୋକକଳା ମହୋତ୍ସବରେ ପ୍ରଦର୍ଶିତ ହେଉ। ସେହିପରି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଟ୍ୱିଟ କରି ଶୁଭେଛା ଜଣାଇଛନ୍ତି । ଶାହ କହିଛନ୍ତି ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ଜଣାଶୁଣା ଓଡ଼ିଶା ବରଗଡ ଧନୁଯାତ୍ରା ଏକ ଅନନ୍ୟ ପରମ୍ପରା । ପିଢି ପରେ ପିଢି ଧନୁଯାତ୍ରାର ବାର୍ତ୍ତା ଓ ପରମ୍ପରାରୁ ଅନୁପ୍ରାଣିତ ହେବେ ବୋଲି ମୋର ବିଶ୍ୱାସ । ଏହି ଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik) ମଧ୍ୟ ୭୫ ତମ ଧନୁଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି , ବିଶ୍ଵର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ବରଗଡ଼ ଧନୁଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଭଗବାନ କୃଷ୍ଣଙ୍କ ମଥୁରା ଯାତ୍ରାର ସ୍ମୃତି ବହନ କରୁଥିବା ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପରିଚୟ।

ଚାଷୀଙ୍କ ଗୁହାରୀକୁ ଅଣଦେଖା କରୁଛନ୍ତି ସରକାର !

ଖୁସି ଖବର ! କଫି ଚାଷୀଙ୍କ ପାଇଁ ସରକାର ଆଣିଲେ ବଡ଼ ଯୋଜନା

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments